ମିଳିଗଲା RCB କୁ ନୂତନ ଅଧିନାୟକ, ଭିଡ଼ିଓ ସେୟାର କରି କୋହଲି କହିଲେ ନୂଆ ଅଧିନାୟକଙ୍କ ନାମ

  1. Home
  2. IPL Top News

ମିଳିଗଲା RCB କୁ ନୂତନ ଅଧିନାୟକ, ଭିଡ଼ିଓ ସେୟାର କରି କୋହଲି କହିଲେ ନୂଆ ଅଧିନାୟକଙ୍କ ନାମ


କ୍ରିକେଟ ଖବର : ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ଆଇପିଏଲ୍। ଚଳିତ ବର୍ଷ ୧୫ ତମ ସିଜନରେ ପହଂଚିଛି ଆଇପିଏଲ୍ । ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଗତ ୧୪ ଟି ସିଜନରେ ଏତେ ଲୋକପ୍ରିୟ ହୋଇଛି ଯେ, ଯାହାର ତୁଳନା ନାହିଁ। ଏହାରି ମଧ୍ୟରେ ଚଳିତବର୍ଷ ୧୦ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ। ପୂର୍ବରୁ ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ , ବର୍ତ୍ତମାନ ଚଳିତବର୍ଷ ଆଉ ଦୁଇଟି ଦଳ ନୂତନ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଡି ହୋଇଛନ୍ତି। 

IPL 2022 SCHEDULE

ଚଳିତବର୍ଷ ପାଇଁ ସମସ୍ତ ୯ଟି ଦଳର ଅଧିନାୟକ ଘୋଷଣା ହୋଇଥିବା ବେଳେ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ର ଅଧିନାୟକ କିଏ ହେବ ତାହାର ଅପେକ୍ଷା ଥିଲା। ଆଉ ଏହି ଅପେକ୍ଷାର ଅନ୍ତ ଘଟିଛି। RCBକୁ ମିଳିଛି ତାର ନୂତନ ଅଧିନାୟକ। ବିରାଟ କୋହଲି RCB ର ଅଧିନାୟକତ୍ୱ ଛାଡିବା ପରେ ବର୍ତ୍ତମାନ ଚଳିତ ବର୍ଷ ପାଇଁ RCB ପ୍ରାଞ୍ଚାଇଜ୍ ନୂତନ ଅଧିନାୟକ ଘୋଷଣା କରିଛି। ପ୍ରାଞ୍ଚାଇଜ୍ ଭିଡ଼ିଓ ମାଧ୍ୟମରେ ଏହି ବଡ଼ ଘୋଷଣା କରିଛି। ଅନ୍ୟପଟେ ବିରାଟ କୋହଲି ମଧ୍ୟ ନୂତନ ଅଧିନାୟକଙ୍କ ବିଷୟରେ ଅନେକ ପ୍ରଶଂସନୀୟ କଥା କହିଛନ୍ତି ।

RCB team

RCBକୁ ମିଳିଛି ଚଳିତ ବର୍ଷ ପାଇଁ ତାର ଅଧିନାୟକ। ଦକ୍ଷିଣ ଆଫ୍ରିକାର ଜଣେ ବିସ୍ଫୋରକ ଖେଳାଳି ହୋଇଛନ୍ତି RCBର ଅଧିନାୟକ। ଆଉ ସେହି ଖେଳାଳି ହେଲେ ଫାଫ୍ ଡୁ ପ୍ଲେସିସ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫାଫ୍ ଡୁ ପ୍ଲେସିସଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2022 (ଆଇପିଏଲ୍) ପାଇଁ ନୂତନ ଅଧିନାୟକ ଭାବରେ ଘୋଷଣା କରିଛି।

ଫାଫ୍ ଫ୍ରାଞ୍ଚାଇଜ୍ ର ନୂତନ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ସ୍ଥାନ ନେବେ ଏବଂ ଆରସିବି ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେ ଦଳକୁ ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ ଟ୍ରଫି ଜିତାଇବେ।

Faf

୨୦୧୬ ରେ କୋହଲିଙ୍କ ଅଧିନାୟକତ୍ୱରେ RCB ଫାଇନାଲ୍ ଖେଳିଥିଲା। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦଠାରୁ ହାରିଥିଲା ଦଳ। ତେଣୁ ନିଜର ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ କୋହଲି ଗତ ବର୍ଷ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।

ଫ୍ରାଞ୍ଚାଇଜ୍ ବର୍ତ୍ତମାନ ବେଙ୍ଗାଲୁରୁରେ RCB ଅନ୍ବକ୍ସ ଇଭେଣ୍ଟ ଆୟୋଜନ କରିଛି। ଯେଉଁଠାରେ ସେମାନେ ଡୁ ପ୍ଲେସିସଙ୍କୁ ଦଳର ନୂତନ ଅଧିନାୟକ ଭାବରେ ଘୋଷଣା କରିବା ସହିତ ଆଇପିଏଲ୍ 2022 ସିଜନ୍ ପାଇଁ ତାଙ୍କ ଜର୍ସି ଉନ୍ମୋଚନ କରିଥିଲେ। ଆରସିବି ଅନ୍ବକ୍ସ ଇଭେଣ୍ଟରେ ଦୀନେଶ କାର୍ତ୍ତିକ, ଫାଫ୍ ଡୁ ପ୍ଲେସିସ୍, ହର୍ଷଲ ପଟେଲ, ଶାହବାଜ ଅହମ୍ମଦ, ଲାଭନେଥ ସିସୋଡିଆ ଏବଂ ଅନିଶ୍ୱର ଗୌତମ ଯୋଗ ଦେଇଥିଲେ।

Virat and Faf

ସେପଟେ ବିରାଟ କୋହଲି ନୂତନ ଅଧିନାୟକଙ୍କ ପାଇଁ ଏକ ବାର୍ତ୍ତା ସେୟାର କରିଛନ୍ତି। କୋହଲି କହିଛନ୍ତି, 'ଫାଫ୍ ଡୁ ପ୍ଲେସିସଙ୍କ ଅଧିନାୟକତ୍ୱରେ ଖେଳିବାକୁ ମୁଁ ବହୁତ ଉତ୍ସାହିତ, ତାଙ୍କ ସହ ଭାଗିଦାରୀ କରିବାକୁ ମୁଁ ଅପେକ୍ଷା କରିଛି। 

ତେବେ ଚଳିତବର୍ଷର ନିଲାମରେ ଆରସିବି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟି ଟଙ୍କାରେ କିଣିଛି। ଏହି ଭେଟେରାନ ଖେଳାଳି ଗତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଅଂଶ ଥିଲେ।  ଗତଥର ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ଫାଫ୍ ନିଜର ଭଲ ଫର୍ମ ଜାରି ରଖିବେ ବୋଲି ଆରସିବି ଆଶାବାଦୀ ହୋଇଛି।