IPL 2022- ମୁମ୍ବାଇ ବିପକ୍ଷ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିବା ଲଲିତ ଯାଦବ କଲେ ବଡ଼ ଖୁଲାସା, କହିଲେ ରିଷଭ ପନ୍ତ ମୋତେ...
କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 15 ତମ ସିଜନ୍ ଆରମ୍ଭ ହେବା ସହିତ ଏଠାରେ ଯୁବ ପ୍ରତିଭାବାନ ଖେଳାଳୀଙ୍କର କମାଲ୍ ଦେଖିବାକୁ ମିଳୁଛି। ଏହି ଆଇପିଏଲରେ ଏପର୍ଯ୍ୟନ୍ତ କେବଳ ହାତ ଗଣତି କେତୋଟି ମ୍ୟାଚ ଖେଳାଯାଇଛି, ଯେଉଁଥିରେ ଭାରତର ଯୁବ ଖେଳାଳିମାନେ ନିଜ ପ୍ରତିଭାକୁ ଜୋରଦାର ପ୍ରମାଣ କରୁଛନ୍ତି। ଅନେକ ଯୁବ ଖେଳାଳି ଏହି ସିଜନରେ ଏକ ଭଲ ଆରମ୍ଭ ମଧ୍ୟ କରିଛନ୍ତି।
ଆଇପିଏଲର ଏହି ସିଜନରେ, ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଖେଳାଳି ଲଲିତ ଯାଦବଙ୍କ ନାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହି ଖେଳାଳି ଜଣକ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। ଏହି ଲିଗର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଲିତ ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍ରେ ଯୁବ ବ୍ୟାଟ୍ସମ୍ୟାନ୍ ଲଲିତ ଯାଦବ ତାଙ୍କର ଜବରଦସ୍ତ ବ୍ୟାଟିଂ ସହ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମ୍ୟାଚରେ ଲଲିତ ଯାଦବ ୩୮ ଟି ବଲରେ ୪୮ ରନର ଏକ ଜବରଦସ୍ତ ଇନିଂସ ଖେଳିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର 177 ରନ୍ ଜବାବରେ ଦିଲ୍ଲୀ ରାଜଧାନୀ ଦଳ ଗୋଟିଏ ସମୟରେ 104 ରନରେ ୬ ୱିକେଟ୍ ହରାଇଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ୍ ହାରିବା ଭଳି ମନେ ହେଉଥିଲା। କିନ୍ତୁ ଲଲିତ ଯାଦବ ଏବଂ ଅକ୍ସର ପଟେଲ ଏହି ମ୍ୟାଚରେ ଦିଲ୍ଲୀକୁ ବିଜୟ ଦେବା ପାଇଁ ଚମତ୍କାର ଖେଳ ଖେଳିଥିଲେ।
ଏହି ଇନିଂସ ଖେଳିବା ପରେ ଲଲିତ ଯାଦବ ବହୁତ ଖୁସି ଥିଲେ। ସେ ଏହି ଇନିଂସରେ ଦମଦାର ଖେଳିବାର ଶ୍ରେୟ ତାଙ୍କ ଦଳର ଅଧିନାୟକ ରିଷଭ ପନ୍ତଙ୍କୁ ଦେଇଛନ୍ତି। ଇନିଂସ ମଝିରେ ଟାଇମ ଆଉଟ୍ ସମୟରେ ରିଷଭ ପନ୍ତ,ଲଲିତ ଯାଦବଙ୍କୁ କିଛି ପରାମର୍ଶ ଦେଇଥିଲେ। ଆଉ ଯାହା ପରବର୍ତ୍ତୀ ସମୟରେ ତାଙ୍କର ବହୁତ କାମରେ ଆସିଥିଲା।
ରିଷଭ ପନ୍ତ ଦେଇଥିଲେ ଏପରି ପରାମର୍ଶ :
ଦିଲ୍ଲୀ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ ଲଲିତ ଯାଦବ କହିଛନ୍ତି ଯେ, “ଯେତେବେଳେ କ୍ରିଜରେ ଅନ୍ୟ ପାର୍ଶ୍ଵରେ ଅକ୍ସର ଥାଆନ୍ତି, ସେତେବେଳେ ମୁଁ ବହୁତ ଆରାମଦାୟକ ଅନୁଭବ କରେ। ସେ ମୋର ଖେଳ ଜାଣନ୍ତି ଏବଂ ମୁଁ ମଧ୍ୟ କେତେ ଭଲ ପ୍ରଦର୍ଶନ କରିପାରିବି ତାହା ମଧ୍ୟ ଜାଣେ। ଆମେ ଦୁହେଁ ୱିକେଟ୍ ଜଗିରଖି ଖେଳିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ଜାଣିଥିଲୁ ଯଦି ଆମେ ୱିକେଟ୍ ବଞ୍ଚେଇ ଖେଳିବୁ ତେବେ, ଆମେ ଶେଷ ଓଭର ପୂର୍ବରୁ ନିଶ୍ଚିତ ଭାବେ ମ୍ୟାଚ୍ ଜିତିବୁ। ” ଯୁବ ବ୍ୟାଟ୍ସମ୍ୟାନ୍ ଆହୁରି କହିଛନ୍ତି ଯେ ଟାଇମ ଆଉଟ୍ ହେବା ସମୟରେ ଅଧିନାୟକ ରିଷଭ ପନ୍ତ, ମୋତେ ମୋର ହୃଦୟର କଥା ଶୁଣିବାକୁ କହିଲେ। ଆଉ କହିଲେ ନିଜ ଖେଳକୁ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କର। ମ୍ୟାଚର ସ୍ଥିତିକୁ ବୁଝ। ଆଉ ପୁରା ଆରାମରେ ଖେଳ। ତେବେ ମୁଁ ତାଙ୍କ ପରାମର୍ଶକୁ ଧ୍ୟାନ ଦେଲି ଏବଂ ଅଧିକ ଭାବିଲି ନାହିଁ। ଆଉ ମୋର ଶ୍ରେଷ୍ଠ ଖେଳ ଖେଳିଲି।