IPL 2022 : ଅଣଦେଖା କରିଥିଲା CSK ମାତ୍ର କିଣିଦେଲା RCB, ଦେଖନ୍ତୁ ବାଙ୍ଗାଲୋର ର ସମ୍ପୂର୍ଣ୍ଣ ୨୨ ଜଣ ଖେଳାଳି ଲିଷ୍ଟ
ବିସିସିଆଇର ନିୟମ ଅନୁଯାୟୀ ନିଲାମ ପୂର୍ବରୁ ଆରସିବି ମୋଟ ୩ ଜଣ ଖେଳାଳିଙ୍କୁ ଦଳରେ ରିଟେନ କରିଥିଲା । ଏହା ସହିତ ଏହି ନିଲାମରେ ବାଙ୍ଗାଲୋର ମଧ୍ୟ ଅଧିନାୟକ ଅନ୍ବେଷଣରେ ନିଲାମକୁ ଯାଇଥିଲା। କାରଣ ଗତ ବର୍ଷ ବିରାଟ କୋହଲି ଆରସିବିର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।
ବର୍ତ୍ତମାନ, ନିଲାମ ପ୍ରକ୍ରିୟାର ୨ ଦିନ ପରେ, କେଉଁ ଖେଳାଳିଙ୍କୁ ଆରସିବି ପ୍ରାଞ୍ଚାଇଜ୍ ନିଜ ଦଳରେ ଯୋଡିଛି ଏବଂ ସେମାନେ ଏହି ଖେଳାଳିଙ୍କୁ କିଣିବା ପାଇଁ ନିଜ ପର୍ସରୁ କେତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଏହା ସହିତ ଜଡିତ ପ୍ରତ୍ୟେକ କଥା ଉଲେଖ୍ୟ କରିଛୁ।
ବାସ୍ତବରେ ଏଥର ସମସ୍ତ ପୁରୁଣା ଦଳକୁ ସର୍ବାଧିକ ୪ ଜଣ ଖେଳାଳି ରିଟେନ କରିବାକୁ ବିସିସିଆଇ ନିର୍ଦେଶ ଦେଇଥିଲା। ଏହାକୁ ଆଧାର କରି ବାଙ୍ଗାଲୋର ସମୁଦାୟ ତିନିଜଣ ଖେଳାଳିଙ୍କୁ ରିଟେନ କରିଥିଲା। ଯେଉଁଥିରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଭୁକ୍ତ।
ଆରସିବି ଏହି ୩ ଜଣ ଖେଳାଳିଙ୍କୁ ରିଟେନ କରିବା ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ କରିଦେଇଥିଲା। ଏଭଳି ପରିସ୍ଥିତିରେ ଏହି ଟିମ୍ ମେଗା ନିଲାମରେ ନିଜ ପର୍ସରେ ୫୭ କୋଟି ଟଙ୍କା ପହଁଚିଥିଲା। ଯେଉଁଥିରେ ଆରସିବି ହାସ୍ରଙ୍ଗା ଏବଂ ହର୍ଷଲ ପଟେଲଙ୍କୁ ଦାମୀ ମୂଲ୍ୟରେ ନିଜ ଦଳରେ ପୁଣି ଥରେ ସାମିଲ କରିଛି। ଗତ ବର୍ଷ ମଧ୍ୟ ଏହି ଦୁଇ ଖେଳାଳି ଆରସିବି ପାଇଁ ଖେଳିଥିଲେ।
ମେଗା ଆକ୍ସନ୍ ପୂର୍ବରୁ ଆରସିବି, ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କାରେ ରିଟେନ କରିଥିବା ବେଳେ, ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୧ କୋଟି ଟଙ୍କା ଓ ମହମ୍ମଦ ସିରାଜଙ୍କୁ ୭ କୋଟି ଟଙ୍କା ବିନିମୟରେ ରିଟେନ କରିଥିଲା। ଆଉ ୫୭ କୋଟି ଟଙ୍କା ନେଇ ମେଗା ନିଲାମରେ ଆରସିବି ଭାଗ ନେଇଥିବା ବେଳେ , ମେଗା ନିଲାମରେ ଫ୍ରାଞ୍ଚାଇଜ୍ ୫୫.୪୫ କୋଟି ଟଙ୍କା ଖେଳାଳି କିଣିବା ପାଇଁ ସାରିଛି। ଆରସିବି ଦଳର ପର୍ସରେ ବର୍ତ୍ତମାନ ବି ୧.୫୫ କୋଟି ପର୍ସ ରହିଛି।
ମେଗା ନିଲାମରେ RCB ଦ୍ୱାରା କିଣାଯାଇଥିବା ୧୯ ଜଣ ଖେଳାଳି :
ବ୍ୟାଟ୍ସମ୍ୟାନ୍ - ସୁୟାଶ ପ୍ରଭୂଦେସାଇ ( ୩୦ ଲକ୍ଷ), ଫାଫ୍ ଡୁ ପ୍ଲେସିସ୍ ( ୭ କୋଟି)।
ବୋଲର - ହର୍ଷଲ ପଟେଲ (୧୦.୭୫ କୋଟି), ଜୋଶ ହାଜଲେଉଡ୍ (୭.୭୫ କୋଟି), ଜେସନ ବେହେରେଣ୍ଡର୍ଫ (୭୫ ଲକ୍ଷ), ଚାମା ଭି ମିଲିନ୍ଦ (୨୫ ଲକ୍ଷ), ଆକାଶ ଦୀପ (୨୦ ଲକ୍ଷ), କରଣ ଶର୍ମା ( ୫୦ ଲକ୍ଷ), ସିଦ୍ଧାର୍ଥ କୌଲ୍ ( ୭୫ ଲକ୍ଷ), ଅକ୍ଷ ଦୀପ ( ୨୦ ଲକ୍ଷ)।
ୱିକେଟ୍ କିପର- ଫିନ୍ ଆଲେନ୍ ( ୮୦ ଲକ୍ଷ), ଦୀନେଶ କାର୍ତ୍ତିକ (୫.୫୦ କୋଟି), ଅନୁଜ ରାୱତ (୩.୪୦ କୋଟି), ଲାଭନେଥ ସିସୋଡିଆ ( ୨୦ ଲକ୍ଷ) |
ଅଲରାଉଣ୍ଡର- ମହିପାଲ ଲେମୋର ( ୯୫ ଲକ୍ଷ), ଶେରଫେନ ରାଉଟରଫୋର୍ଡ (୧ କୋଟି), ଅନିଶ୍ୱର ଗୌତମ ( ୨୦ ଲକ୍ଷ), ଶାହବାଜ ଅହମ୍ମଦ (୨.୪୦ କୋଟି), ୱାନିଣ୍ଡୁ ହାସ୍ରଙ୍ଗା (୧୦.୭୫ କୋଟି), ଡେଭିଡ ୱିଲି ( ୨ କୋଟି)।
ଆରସିବି ଦଳର ୨୨ ଜଣ ଖେଳାଳି :
ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍, ସୁୟାଶ ପ୍ରଭୂଦେସାଇ, ଫିନ୍ ଆଲେନ୍, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲେମୋର, ଶେରଫେନ ରାଉଟରଫୋର୍ଡ, ଅନିଶ୍ୱର ଗୌତମ, ଶାହବାଜ ଅହମ୍ମଦ, ୱାନିଣ୍ଡୁ ହାସରାଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଜୋଶ ହାଜଲେଡ, ଚାମା ଭି ମିଲିନ୍ଦ, ଆକାଶ ଦୀପ, ମହମ୍ମଦ ସିରାଜ, କରଣ ଶର୍ମା, ସିଦ୍ଧାର୍ଥ କୌଲ, ଅକ୍ଷ ଦୀପ ।