BCCI ର ବଢ଼ିଲା ଚିନ୍ତା, ଏହି କାରଣରୁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

  1. Home
  2. Cricket News

BCCI ର ବଢ଼ିଲା ଚିନ୍ତା, ଏହି କାରଣରୁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

କ୍ରିକେଟ୍ ଖବର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ପଡିବ। ଭାରତୀୟ କ୍ରିକେଟ୍ ଦଳର କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଡିସେମ୍ବରରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସମୟରେ, ଦକ୍ଷିଣ …


BCCI ର ବଢ଼ିଲା ଚିନ୍ତା, ଏହି କାରଣରୁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

କ୍ରିକେଟ୍ ଖବର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ପଡିବ। ଭାରତୀୟ କ୍ରିକେଟ୍ ଦଳର କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଡିସେମ୍ବରରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସମୟରେ, ଦକ୍ଷିଣ ଆଫ୍ରିକାରେ COVID-19 ଜୀବାଣୁର ଏକ ନୂତନ ପ୍ରକାରର ଭାରିଆଣ୍ଟ ଦେଖାଯିବା ହେତୁ ଅନେକ ଲୋକ ଦକ୍ଷିଣ ଆଫ୍ରିକା ଯିବାକୁ ଭୟ କଲେଣି। ଏହି କ୍ରମରେ ଏଠାରେ ଚାଲିଥିବା କେତେକ ଖେଳ ମଧ୍ୟ ବାତିଲ ହେବାକୁ ଏଠାକାର ସରକାର ନିଷ୍ପତି ନେଇଛନ୍ତି। ଅନ୍ୟପଟେ ବ୍ରିଟିଶ ସରକାର ଦକ୍ଷିଣ ଆଫ୍ରିକାକୁ ” ବ୍ଲାକ୍ ଲିଷ୍ଟଡେ” ବର୍ଗରେ ସାମିଲ କରିସାରିଲେଣି। ଏସବୁକୁ ଧ୍ୟାନରେ ରଖି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ସିରିଜ୍ ଉପରେ ସଙ୍କଟ ଦେଖାଯାଇଛି।

BCCI ର ବଢ଼ିଲା ଚିନ୍ତା, ଏହି କାରଣରୁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ଏହି କଳ୍ପନାଜଳ୍ପନା ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ଫରହାନ୍ ବେହେରଡିଏନ୍ ଶୁକ୍ରବାର ଦିନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଯାତ୍ରାକୁ (ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍) ବାତିଲ ନକରିବାକୁ ଅନୁରୋଧ କରିଛନ୍ତି। ଏକ ଟୁଇଟ୍‌ରେ ନିଜର ମତ ପ୍ରକାଶ କରି ବେହେରଡିଏନ୍ କହିଛନ୍ତି ଯେ ସେ ଆଶାବାଦୀ ଅଛନ୍ତି ଯେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଦେଶ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିବାକୁ ପଛଘୁଞ୍ଚା ଦେବ ନାହିଁ। ଅନ୍ୟପକ୍ଷରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏପର୍ଯ୍ୟନ୍ତ ଏହି ଯାତ୍ରାକୁ ବାତିଲ କରିବା ପାଇଁ ଘୋଷଣା କରିନାହିଁ, ତଥାପି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ନହେବା ପର୍ଯ୍ୟନ୍ତ ଏହା ଅନିଶ୍ଚିତତା ମଧ୍ୟରେ ରହିଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ।

BCCI ର ବଢ଼ିଲା ଚିନ୍ତା, ଏହି କାରଣରୁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ଆପଣଙ୍କୁ କହିରଖୁଛୁ ଯେ କୋଭିଡ -19 ର ନୂତନ ରୂପ ଦକ୍ଷିଣ ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଥିବାରୁ ଆସନ୍ତା ମାସରେ ଭାରତ ଗସ୍ତକୁ ନେଇ ଚିନ୍ତାର କାରଣ ହୋଇଛି ଏବଂ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସୂତ୍ର ଅନୁଯାୟୀ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇ ନାହି। ଏହି ମାମଲାରେ କେବଳ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିଛି ବିସିସିଆଇ।