ଟି-୨୦ ବିଶ୍ୱକପ ପୂର୍ବରୁ ବାତିଲ ହେଲା ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍, ଏବେ ଏହି ଦଳ ସହ ହେବ ମ୍ୟାଚ, ଜାଣନ୍ତୁ କେବେ

  1. Home
  2. Cricket News

ଟି-୨୦ ବିଶ୍ୱକପ ପୂର୍ବରୁ ବାତିଲ ହେଲା ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍, ଏବେ ଏହି ଦଳ ସହ ହେବ ମ୍ୟାଚ, ଜାଣନ୍ତୁ କେବେ

କ୍ରିକେଟ୍ ଖବର : ଆସନ୍ତା ୧୭ ଅକ୍ଟୋବରରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ପୂର୍ବରୁ ଟପ୍ -12 ଦଳ ମଧ୍ୟରେ ଆଇସିସି ୱାର୍ମ ଅପ୍ ମ୍ୟାଚ୍ ଆୟୋଜନ କରିଛି। ଯେଉଁଥିରେ ଟିମ୍ ଇଣ୍ଡିଆ ୧୮ ଅକ୍ଟୋବରରେ ଇଂଲଣ୍ଡ ସହିତ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ମ୍ୟାଚ୍ ଖେଳିବାକୁ ଥିଲା। କିନ୍ତୁ ଏହି …


ଟି-୨୦ ବିଶ୍ୱକପ ପୂର୍ବରୁ ବାତିଲ ହେଲା ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍, ଏବେ ଏହି ଦଳ ସହ ହେବ ମ୍ୟାଚ, ଜାଣନ୍ତୁ କେବେ

କ୍ରିକେଟ୍ ଖବର : ଆସନ୍ତା ୧୭ ଅକ୍ଟୋବରରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ପୂର୍ବରୁ ଟପ୍ -12 ଦଳ ମଧ୍ୟରେ ଆଇସିସି ୱାର୍ମ ଅପ୍ ମ୍ୟାଚ୍ ଆୟୋଜନ କରିଛି। ଯେଉଁଥିରେ ଟିମ୍ ଇଣ୍ଡିଆ ୧୮ ଅକ୍ଟୋବରରେ ଇଂଲଣ୍ଡ ସହିତ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ମ୍ୟାଚ୍ ଖେଳିବାକୁ ଥିଲା। କିନ୍ତୁ ଏହି ମ୍ୟାଚ୍ ବାତିଲ କରାଯାଇଛି। ତେବେ ବର୍ତ୍ତମାନ ଭାରତୀୟ ଦଳ ଆଉ ଇଂଲଣ୍ଡ ଦଳ ବିପକ୍ଷରେ ନୁହେଁ ବରଂ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହା ପରେ ଅକ୍ଟୋବର ୨୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ପଡ଼ିଆକୁ ଯିବ।

ଟି-୨୦ ବିଶ୍ୱକପ ପୂର୍ବରୁ ବାତିଲ ହେଲା ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍, ଏବେ ଏହି ଦଳ ସହ ହେବ ମ୍ୟାଚ, ଜାଣନ୍ତୁ କେବେ

ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ହାଇ ଭୋଲଟେଜ ମ୍ୟାଚ୍ ସହ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ଅକ୍ଟୋବରରେ ଇଂଲଣ୍ଡ ସହିତ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ଥିଲା। କିନ୍ତୁ ବର୍ତ୍ତମାନ କାର୍ଯ୍ୟସୂଚୀ ବଦଳିଛି ଏବଂ ଭାରତୀୟ ଦଳ ଆଉ ଇଂଲଣ୍ଡ ବିପକ୍ଷରେ ନୁହେଁ ବରଂ ଅଷ୍ଟ୍ରେଲିଆ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଏହା ପରେ ଭାରତୀୟ ଦଳ ଅକ୍ଟୋବର ୨୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ତେବେ ଏହି ଉଭୟ ଦଳ ଭାରତର ଗ୍ରୁପରେ ଅନ୍ତର୍ଭୁକ୍ତ ନୁହଁନ୍ତି।

ଟି-୨୦ ବିଶ୍ୱକପ ପୂର୍ବରୁ ବାତିଲ ହେଲା ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍, ଏବେ ଏହି ଦଳ ସହ ହେବ ମ୍ୟାଚ, ଜାଣନ୍ତୁ କେବେ

ଭାରତ ସହ ୱାର୍ମ ଅପ୍ ମ୍ୟାଚ୍ ବାତିଲ ହେବା ପରେ ଇଂଲଣ୍ଡ କ୍ରିକେଟ୍ ଦଳ ବର୍ତ୍ତମାନ ଅକ୍ଟୋବର ୧୮ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଏହା ସହିତ ୨୦ ଅକ୍ଟୋବରରେ ଆବୁଧାବିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡକୁ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ପଡିବ। ସୂଚନାଯୋଗ୍ୟ ଯେ, ଆପଣ ଷ୍ଟାର୍ ନେଟୱାର୍କର ସ୍ପୋର୍ଟସ୍ ଚ୍ୟାନେଲ୍ ଏବଂ ହଟଷ୍ଟାରରେ ଏହାର ଲାଇଭ୍ ଷ୍ଟ୍ରିମିଂ ଦେଖି ମ୍ୟାଚ୍ କୁ ଉପଭୋଗ କରିପାରିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୭ ଟା ୩୦ ରୁ ଖେଳାଯିବ।

ପରିବର୍ତ୍ତନ ହୋଇଥିବା ଖେଳସୂଚୀ :

୧) ଆୟର୍ଲାଣ୍ଡ ବନାମ ପାପୁଆ ନ୍ୟୁ ଗିନି, ଅକ୍ଟୋବର ୧୨, ସମୟ :- ୩.୩୦ ପିଏମ ଆଇଏସଟି, ସ୍ଥାନ :- ଆବୁଧାବି

୨) ବାଂଲାଦେଶ ବନାମ ଶ୍ରୀଲଙ୍କା, ଅକ୍ଟୋବର ୧୨, ସମୟ :- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଟଲରେଶ ଓଭାଲ୍

୩) ନାମିବିଆ ବନାମ ଓମାନ, ଅକ୍ଟୋବର ୧୨, ସମୟ :- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଦୁବାଇ

୪) ସ୍କଟଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ, ଅକ୍ଟୋବର ୧୨, ସମୟ :- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଆବୁଧାବି

୫) ପାପୁଆ ନ୍ୟୁ ଗିନି ବନାମ ଶ୍ରୀଲଙ୍କା, ଅକ୍ଟୋବର ୧୪, ସମୟ :- ୧୧.୩୦ ଏଏମ ଆଇଏସଟି, ସ୍ଥାନ :- ଟଲରେଶ ଓଭାଲ୍

୬) ବାଂଲାଦେଶ ବନାମ ଆୟର୍ଲାଣ୍ଡ, ଅକ୍ଟୋବର ୧୪, ସମୟ :- ୧୧.୩୦ ଏଏମ ଆଇଏସଟି, ସ୍ଥାନ :- ଆବୁଧାବି

୭) ନାମିବିଆ ବନାମ ସ୍କଟଲ୍ୟାଣ୍ଡ, ଅକ୍ଟୋବର ୧୪ , ସମୟ :- ୧୧.୩୦ ଏଏମ ଆଇଏସଟି, ସ୍ଥାନ :- ଦୁବାଇ

୮) ନେଦରଲ୍ୟାଣ୍ଡ ବନାମ ଓମାନ, ଅକ୍ଟୋବର ୧୪, ସମୟ :- ୧୧.୩୦ ଏଏମ ଆଇଏସଟି, ସ୍ଥାନ :- ଦୁବାଇ

୯) ନ୍ୟୁଜିଲ୍ୟାଣ୍ଡ ବନାମ ୱେଷ୍ଟଇଣ୍ଡିଜ୍, ଅକ୍ଟୋବର ୧୮ , ସମୟ :- ୩.୩୦ ପିଏମ ଆଇଏସଟି, ସ୍ଥାନ :- ଆବୁଧାବି

୧୦) ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୧୮, ସମୟ :- ୩.୩୦ ପିଏମ ଆଇଏସଟି, ସ୍ଥାନ:- ଦୁବାଇ

୧୧) ଇଂଲଣ୍ଡ ବନାମ ପାକିସ୍ଥାନ, ଅକ୍ଟୋବର ୧୮, ସମୟ :- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଟଲରେଶ ଓଭାଲ

୧୨) ଅଷ୍ଟ୍ରେଲିଆ ବନାମ ଭାରତ, ଅକ୍ଟୋବର ୧୮, ସମୟ :- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଦୁବାଇ

୧୩) ପାକିସ୍ତାନ ବନାମ ୱେଷ୍ଟଇଣ୍ଡିଜ୍, ଅକ୍ଟୋବର ୨୦ , ସମୟ :- ୩.୩୦ ପିଏମ ଆଇଏସଟି, ସ୍ଥାନ :-ଟଲରେଶ ଓଭାଲ୍

୧୪) ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଅକ୍ଟୋବର ୨୦, ସମୟ :- ୩.୩୦ ପିଏମ ଆଇଏସଟି, ସ୍ଥାନ :- ଦୁବାଇ

୧୫) ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ, ଅକ୍ଟୋବର ୨୦, ସମୟ:- ୭.୩୦ ପିଏମ ଆଇଏସଟି, ସ୍ଥାନ :- ଆବୁଧାବି

୧୬) ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୨୦, ସମୟ:- ୭.୩୦ ପିଏମ ଆଇଏସଟି, ସ୍ଥାନ:- ଦୁବାଇ