ହାର୍ଦ୍ଦିକ ପାଣ୍ଡ୍ୟା ଚୟନ କଲେ IPL ALL TIME XI, ରୋହିତ ଶର୍ମା ନୁହେଁ ଏହି ମହାନ ଖେଳାଳିଙ୍କୁ କଲେ ଦଳର ଅଧିନାୟକ

  1. Home
  2. IPL Special

ହାର୍ଦ୍ଦିକ ପାଣ୍ଡ୍ୟା ଚୟନ କଲେ IPL ALL TIME XI, ରୋହିତ ଶର୍ମା ନୁହେଁ ଏହି ମହାନ ଖେଳାଳିଙ୍କୁ କଲେ ଦଳର ଅଧିନାୟକ

କିଛି ଦିନ ପୂର୍ବରୁ ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ ପିତା ହେବାର ଖବର ଦେଇଥିଲେ। ବର୍ତ୍ତମାନ ଏହି ସମୟରେ ସେ ନିଜର ସର୍ବକାଳୀନ ଆଇପିଏଲ୍ ଏକାଦଶ ଦଳ ଘୋଷଣା କରିଛନ୍ତି। ସେ ତାଙ୍କର ସର୍ବକାଳୀନ ଆଇପିଏଲ୍ ଏକାଦଶରେ 7 ଜଣ ଭାରତୀୟ ଖେଳାଳି ଏବଂ 4 ଜଣ ବିଦେଶୀ …


ହାର୍ଦ୍ଦିକ ପାଣ୍ଡ୍ୟା ଚୟନ କଲେ IPL ALL TIME XI, ରୋହିତ ଶର୍ମା ନୁହେଁ ଏହି ମହାନ ଖେଳାଳିଙ୍କୁ କଲେ ଦଳର ଅଧିନାୟକ

କିଛି ଦିନ ପୂର୍ବରୁ ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ ପିତା ହେବାର ଖବର ଦେଇଥିଲେ। ବର୍ତ୍ତମାନ ଏହି ସମୟରେ ସେ ନିଜର ସର୍ବକାଳୀନ ଆଇପିଏଲ୍ ଏକାଦଶ ଦଳ ଘୋଷଣା କରିଛନ୍ତି। ସେ ତାଙ୍କର ସର୍ବକାଳୀନ ଆଇପିଏଲ୍ ଏକାଦଶରେ 7 ଜଣ ଭାରତୀୟ ଖେଳାଳି ଏବଂ 4 ଜଣ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଚୟନ କଲେ IPL ALL TIME XI, ରୋହିତ ଶର୍ମା ନୁହେଁ ଏହି ମହାନ ଖେଳାଳିଙ୍କୁ କଲେ ଦଳର ଅଧିନାୟକ

ହାର୍ଦ୍ଦିକ ପାଣ୍ଡ୍ୟା କିଙ୍ଗସ ଏକାଦଶ ପଞ୍ଜାବର କ୍ରିସ ଗେଲଙ୍କୁ ତାଙ୍କର ସର୍ବକାଳୀନ ଆଇପିଏଲ ଗ୍ରେଟ ଏକାଦଶରେ ଓପନର୍ ବ୍ୟାଟ୍ସମ୍ୟାନ୍ ଭାବରେ ସାମିଲ କରିଛନ୍ତି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କ ସହଯୋଗୀ ଭାବରେ ଚୟନ କରିଛନ୍ତି। ସେ ଆରସିବି ଅଧିନାୟକ ବିରାଟ କୋହଲିଙ୍କୁ ତିନି ନମ୍ବର ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ଦେଇଛନ୍ତି।

ଚତୁର୍ଥ କ୍ରମ ପାଇଁ ସେମାନେ ଆରସିବିର ଏବି ଡି ଭିଲିୟର୍ସ ଚୟନ କରିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରାଇନାଙ୍କୁ ପାଞ୍ଚ ନମ୍ବରରେ ଏବଂ ସମାନ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଷଷ୍ଠ ସ୍ଥାନରେ ରଖିଛନ୍ତି। ଧୋନିଙ୍କ କାନ୍ଧରେ ଦଳର ୱିକେଟ୍ କିପର ଦାୟିତ୍ ମଧ୍ୟ ରହିବ ।

ହାର୍ଦ୍ଦିକ ପାଣ୍ଡ୍ୟା ଚୟନ କଲେ IPL ALL TIME XI, ରୋହିତ ଶର୍ମା ନୁହେଁ ଏହି ମହାନ ଖେଳାଳିଙ୍କୁ କଲେ ଦଳର ଅଧିନାୟକ

ଜଣେ ଅଲରାଉଣ୍ଡର ଭାବେ ସେ ନିଜକୁ ଦଳରେ ସାମିଲ କରିଛନ୍ତି। ହାର୍ଦିକ ପାଣ୍ଡ୍ୟା ତାଙ୍କ ପ୍ରିୟ ଆଇପିଏଲ ଦଳରେ 2 ଟି ସ୍ପିନର ଏବଂ 2ଟି ଦ୍ରୁତ ବୋଲରଙ୍କୁ ସାମିଲ କରିଛନ୍ତି |

ସେ ଏହି ଆଇପିଏଲ ଏକାଦଶରେ କେକେଆରର ସୁନୀଲ ନାରିନ ଏବଂ ସନରାଇଜରର ରସିଦ ଖାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏଥି ସହିତ, ଦ୍ରୁତ ବୋଲର ଭାବରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଲାସିଥ ମାଲିଙ୍ଗା ଏବଂ ଜସପ୍ରୀତ ବୁମ୍ରାଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଅଧିନାୟକ ଭାବରେ ସେ ଧୋନିଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି ।