ଦେଖନ୍ତୁ ଭିଡ଼ିଓ: T20 ମ୍ୟାଚ୍ ଟିକଟ ପାଇଁ କଟକରେ ମାରପିଟ୍, ବାରବାଟୀରେ ମହିଳାଙ୍କ ଉପରେ ଲାଠିଚାର୍ଜ କଲା ପୁଲିସ

ଆଜି କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସକାଳ 9 ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଟିକେଟ୍ ପାଇଁ ବାରବାଟୀ ରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି।
ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସବୁ ସତ୍ତ୍ୱେ ମଧ୍ୟ ଠେଲାପେଲା ସୃଷ୍ଟି ହୋଇଥିଲା ଏବଂ ଝଗଡା ମଧ୍ୟ ଦେଖିବାକୁ ମିଳିଲା।
#ଟିକେଟ୍_ପାଇଁ_ମାର୍ପିଟ୍
— ଓଟିଭି (@otvkhabar) June 9, 2022
ଟିକେଟ୍ ନେବା ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍ ସାମ୍ନାରେ ଲୋକଙ୍କ ପ୍ରବଳ ଜାମ୍ । ଠେଲାପେଲା ସାଙ୍ଗକୁ ମାଡ଼ ମରାମରି... ଦେଖନ୍ତୁ, ଏହି ଭିଡିଓ...#Cuttack #BarabatiStadium #Odisha pic.twitter.com/3NqCAZ8iNN
ଟିକେଟ ବିକ୍ରି ପାଇଁ ବାରବାଟୀ ଷ୍ଟାଡ଼ିୟମ୍ ବାହାରେ 9 ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ 7ଟି ପୁରୁଷଙ୍କ ପାଇଁ ଉପଲବ୍ଧ ଥିବା ବେଳେ 2 କାଉଣ୍ଟର କେବଳ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ରହିଛି। ତାହା ସତ୍ୱେ ଏତେ ବଡ଼ ଠେଲାପେଲା ପରିସ୍ଥିତି ଦେଖି ଭିଡ଼ ନିୟନ୍ତ୍ରଣ ପାଇଁ ମହିଳାଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଥିଲା।