ଦେଖନ୍ତୁ ଭିଡ଼ିଓ: LIVE ମ୍ୟାଚ୍ ରେ ଚହଲଙ୍କ ଅଇଁଠା ସାଣ୍ଡୱିଚକୁ ଖାଇ ଦେଲେ ସବୁ ମିଶି, ଏହି ଭିଡିଓ ହେଲା ଭାଇରାଲ୍

  1. Home
  2. Entertainment

ଦେଖନ୍ତୁ ଭିଡ଼ିଓ: LIVE ମ୍ୟାଚ୍ ରେ ଚହଲଙ୍କ ଅଇଁଠା ସାଣ୍ଡୱିଚକୁ ଖାଇ ଦେଲେ ସବୁ ମିଶି, ଏହି ଭିଡିଓ ହେଲା ଭାଇରାଲ୍

chahal-shardul-video


କ୍ରିକେଟ ଖବର : ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦଳ ଏଠି 3 ଟି ଟି-20 ମ୍ୟାଚ ଆଉ 3ଟି ଦିନିକିଆ ମ୍ୟାଚ ଖେଳିବ। ତେବେ ପ୍ରଥମ ଟି-20 ମ୍ୟାଚ ବର୍ଷା କାରଣରୁ ବାଧପ୍ରାପ୍ତ ହୋଇଥିଲା। କିନ୍ତୁ ଦ୍ଵିତୀୟ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ବୃହତ ବିଜୟ ହାସଲ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଦଳକୁ 65 ରନରେ ହରାଇଛି। ଟିମ୍ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ 111 ରନ କରିଛନ୍ତି। 

ଆହୁରି ପଢ଼ନ୍ତୁ : କାର୍ତ୍ତିକ ଖୋଲିଲେ ଗୁମର, କହିଲେ "କାହିଁକି ରୋହିତ, କୋହଲି ଅପେକ୍ଷା ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ସଫଳ ଅଧିନାୟକ"

ତେବେ ଏହି ମ୍ୟାଚ ଚାଲୁଥିବା ବେଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଭିଡ଼ିଓଟି ହେଲା ୟୁଜଭେନ୍ଦ୍ର ଚହଲ ସାଣ୍ଡୱିଚ୍ ଖାଉଥିବା ସମୟର।

chahal sandwich

ଘଟଣାଟି ଏହା ଯେ, ଯେତେବେଳେ ୟୁଜଭେନ୍ଦ୍ର ଚହଲ ସାଣ୍ଡୱିଚ୍ ଖାଉଥିଲେ ସେହି ସମୟରେ ଶାର୍ଦ୍ଦୁଲ ଠାକୁର ଏବଂ ମହମଦ ସିରାଜ ମଧ୍ୟ ଚହଲଙ୍କ ଠାରୁ ସାଣ୍ଡୱିଚ୍ ଛଡାଇ ଖାଇଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। 

ଦେଖନ୍ତୁ ଭିଡିଓ :