ରୋହିତଙ୍କ ପରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ?

  1. Home
  2. Cric Special

ରୋହିତଙ୍କ ପରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ?


ରୋହିତ ଶର୍ମା ଟି-୨୦ ରୁ ଅବସର ନେବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଫର୍ମାଟରେ ଅଧିନାୟକତ୍ୱ ଦିଆଯାଇଛି। ଏବେ ରୋହିତ ଖୁବ୍ ଶୀଘ୍ର ଏକଦିବସିୟ ଏବଂ ଟେଷ୍ଟ ଅଧିନାୟକତ୍ୱ ମଧ୍ୟ ଛାଡିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତର ଦାୟିତ୍ୱ କିଏ ନେବ ସେ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି? କାରଣ ସୂର୍ଯ୍ୟକୁମାର ଏହି ଦୁଇଟି ଫର୍ମାଟରେ ଖେଳିବାକୁ ଫିଟ୍ ନାହାଁନ୍ତି। ତେଣୁ ସେ ଏକଦିବସିୟ ଏବଂ ଟେଷ୍ଟ ଦଳର ମଙ୍ଗ ଧରିବେନାହିଁ।  

Rohit

ଆଉ ଜଣେ ଖେଳାଳୀ ଅଛନ୍ତି ଯିଏ ସମସ୍ତ ତିନୋଟି ଫର୍ମାଟରେ ଫିଟ୍ ଏବଂ ଭଲ କ୍ୟାପଟେନ୍ ମଧ୍ୟ। କିନ୍ତୁ ଚୟନକର୍ତ୍ତାଙ୍କ ପାଇଁ ତାଙ୍କୁ ଅଧିନାୟକତ୍ୱ ଦେବା କଷ୍ଟକର ହେବ ନିଶ୍ଚିତ। କେବଳ ଅଧିନାୟକତ୍ୱ ନୁହେଁ ବରଂ ତାଙ୍କର ଖେଳିବାର ସମ୍ଭାବନା କମ ହୋଇଯାଇଛି, ଆସନ୍ତୁ ଜାଣିବା ଏହି ଖେଳାଳି ଜଣକ କିଏ ...?

ଆପଣଙ୍କୁ କହିରଖୁଛୁ ଯେ ରୋହିତ ଶର୍ମାଙ୍କ ଅବସର ପରେ ଜସପ୍ରୀତ ବୁମ୍ରାଙ୍କୁ ଭାରତର ପରବର୍ତ୍ତୀ ଅଧିନାୟକ ଭାବରେ ଦେଖାଯାଉଛି। କାରଣ ସେ ଉଭୟ ପ୍ରଦର୍ଶନ ଏବଂ ଅଧିନାୟକତ୍ୱରେ ଉତ୍କୃଷ୍ଟ ଅଟନ୍ତି। କିନ୍ତୁ ତାଙ୍କର ଅନେକ ଆଘାତ ଜନିତ ସମସ୍ୟା ରହିଛି। ଯେଉଁମାନେ ଭାରତୀୟ କ୍ରିକେଟ୍ ବୁଝନ୍ତି ସେମାନେ ଜାଣନ୍ତି ଯେ ବୁମରା ଜଣେ ବହୁତ ଭଲ ଖେଳାଳି। କିନ୍ତୁ ତାଙ୍କର ଫିଟନେସ୍ ସବୁବେଳେ ଏକ ସମସ୍ୟା ହୋଇଆସୁଛି। ଏହା ଜଣା ଯେ ବର୍ତ୍ତମାନ ସମୟରେ ସେ ଇଂଲଣ୍ଡ ବିପକ୍ଷ ଏକଦିବସିୟ ସିରିଜରୁ ବାହାରେ ଅଛନ୍ତି ଏବଂ ତାଙ୍କ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ଉପରେ ସନ୍ଦେହ ରହିଛି।

Bumrah

ଏହା ପ୍ରଥମ ଥର ନୁହେଁ ଯେ ଜସପ୍ରୀତ ବୁମ୍ରା ଆହତ ହୋଇଛନ୍ତି। ବାସ୍ତବରେ ସେ ଟି-୨୦ ବିଶ୍ୱକପ ୨୦୨୨ ସମୟରେ ମଧ୍ୟ ଆହତ ହୋଇଥିଲେ। ସେ ପୁରା ଏକ ବର୍ଷ ପାଇଁ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ପାରିନଥିଲେ। ଏହା ବ୍ୟତୀତ ସେ ପୂର୍ବରୁ ମଧ୍ୟ ଆହତ ହୋଇଛନ୍ତି। ଏହି ସବୁ ଜିନିଷକୁ ଭିତ୍ତିକରି ଭାରତୀୟ ଦଳରେ ବୁମରାଙ୍କ କ୍ୟାରିୟର ବହୁତ ଲମ୍ବା ନୁହେଁ ବୋଲି କହିବା ଭୁଲ ହେବ ନାହିଁ। ତେଣୁ ରୋହିତଙ୍କ ପରେ ଟିମ୍ ଇଣ୍ଡିଆରେ ଅଧିନାୟକତ୍ୱ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ ବୋଲି ସମ୍ଭାବନା ରହିଛି। 

Bumrah

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଜସପ୍ରୀତ ବୁମ୍ରାଙ୍କର ପିଠିରେ ସମସ୍ୟା ଦେଖାଦେଇଥିଲା।  ସେବେଠାରୁ ସେ କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଛନ୍ତି। ତେବେ ତାଙ୍କର ଆଘାତ ଜନିତ ସମସ୍ୟା ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବୁମରା ଜଣେ ୱିକେଟ୍ ନେଉଥିବା ବୋଲର ଏବଂ ଆଇସିସି ଇଭେଣ୍ଟରେ ତାଙ୍କର ଅନୁପସ୍ଥିତି ଭାରତୀୟ ବୋଲିଂକୁ ଶକ୍ତିହୀନ କରିଦେବ।