ଚାମ୍ପିୟନ୍ସ ଟ୍ରଫିରେ ମିଳିପାରେ ସୁଯୋଗ! ଭଲ ପ୍ରଦର୍ଶନ ନ କରିଲେ ବଢ଼ିପାରେ ଏହି ଖେଳାଳିଙ୍କ ସମସ୍ୟା….

  1. Home
  2. Cric Special

ଚାମ୍ପିୟନ୍ସ ଟ୍ରଫିରେ ମିଳିପାରେ ସୁଯୋଗ! ଭଲ ପ୍ରଦର୍ଶନ ନ କରିଲେ ବଢ଼ିପାରେ ଏହି ଖେଳାଳିଙ୍କ ସମସ୍ୟା….


ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ବାଂଲାଦେଶ ବିପକ୍ଷରେ ଦଳର ଫିଲ୍ଡିଂରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। କ୍ୟାଚ୍ ଡ୍ରପ୍ କାରଣରୁ ଅକ୍ଷର ପଟେଲ ହ୍ୟାଟ୍ରିକ୍ ହରାଇଲେ। ତେବେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମଧ୍ୟ ଏକ ସହଜ କ୍ୟାଚ୍ ନେଇପାରିନଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷରେ ଏପରି ଭୁଲ ଟିମ୍ ଇଣ୍ଡିଆ ପାଇଁ ବହୁତ ଭୟଙ୍କର ପ୍ରମାଣିତ ହୋଇପାରେ। ଯେଉଁଥିପାଇଁ କୋଚ୍ ଗମ୍ଭୀର ଏହି ମ୍ୟାଚ୍ ରେ ଜଣେ ଖେଳାଳିଙ୍କୁ ଫେରାଇ ଆଣିପାରନ୍ତି, ଦଳକୁ ଫେରିବା ପାଇଁ ଉକ୍ତ ଖେଳାଳିଙ୍କ ଏହା ଶେଷ ସୁଯୋଗ ମଧ୍ୟ ହୋଇପାରେ।

Pant

ଦ୍ୱିତୀୟ ୱିକେଟ୍ କିପର ଭାବରେ ଋଷଭ ପନ୍ତଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦଳରେ ଅଣାଯାଇଛି। ଦଳ ଘୋଷଣା ସମୟରେ ଏହି କଥା ସ୍ପଷ୍ଟ ହୋଇଛି। କିନ୍ତୁ ବାଂଲାଦେଶ ବିପକ୍ଷରେ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡ଼ିଥିଲେ। ଏହାକୁ ବିଚାର କରି ଋଷଭ ପନ୍ତଙ୍କୁ ପାକିସ୍ତାନ ବିପକ୍ଷରେ ଦଳରେ ସ୍ଥାନ ଦିଆଯାଇପାରେ। ଦୀର୍ଘ ଦିନ ଧରି ପନ୍ତ ଟିମ୍ ଇଣ୍ଡିଆର ନିୟମିତ ୱିକେଟ୍ କିପର ରହିଆସିଛନ୍ତି, ଚାପ ଅବସ୍ଥାରେ ମଧ୍ୟ ବୋଲରଙ୍କ ମନୋବଳ ଭାଙ୍ଗୁଥିବା ନଜର ଆସିଛନ୍ତି। ଋଷଭ ପନ୍ତ ପାକିସ୍ତାନ ବିପକ୍ଷରେ ୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୯୫ ରନ୍ ସଂଗ୍ରହ କରିଛନ୍ତି। 

Ind vs pak

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଇଂଲଣ୍ଡ ସହ ସିରିଜରୁ ଋଷଭ ପନ୍ତଙ୍କୁ ବାଦ ଦିଆଯାଇଛି। ସେ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇନଥିଲେ।  ଦୀର୍ଘ ସମୟ ଧରି ପନ୍ତଙ୍କ ଧଳା ବଲ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଗତ ବର୍ଷ ଟି-୨୦ ବିଶ୍ୱକପରେ ସେ ୮ ଟି ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ, କିନ୍ତୁ ତାଙ୍କ ବ୍ୟାଟ୍ ରୁ ମାତ୍ର ୧୭୧ ରନ୍ ସ୍କୋର ଆସିଥିଲା। ଏଭଳି ପରିସ୍ଥିତିରେ ଯଦି ପନ୍ତ ଚାମ୍ପିଅନ୍ସ ଟ୍ରଫିରେ ପ୍ରଦର୍ଶନ ନକରନ୍ତି, ତେବେ ଟିମ୍ ଇଣ୍ଡିଆର ନିୟମିତ ଖେଳାଳି ଭାବରେ ତାଙ୍କୁ ବାଦ୍ ଦିଆଯାଇପାରେ।

Pant

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ପୂର୍ବରୁ ମଧ୍ୟ ଋଷଭ ପନ୍ତଙ୍କୁ ନିରନ୍ତର ସୁଯୋଗ ଦିଆଯାଇଥିଲା। କ୍ରିକେଟ୍ ସହ ଜଡିତ ଅନେକ ଲୋକ କହିଛନ୍ତି ଯେ ଏହି କାରଣରୁ ଭାରତର ଅନେକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା କଷ୍ଟକର ହୋଇପଡିଥିଲା।  ବର୍ତ୍ତମାନ ପନ୍ତଙ୍କ ଫର୍ମ ଏବଂ ତାଙ୍କ ସଟ ଚୟନ ଉପରେ ଅନେକ ପ୍ରଶ୍ନ ଉଠିଛି। ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ଯଦି ଋଷଭ ପନ୍ତ ଭାରତୀୟ ଦଳର ଆଗାମୀ ମ୍ୟାଚରେ ପ୍ରଦର୍ଶନ କରିପାରିବେ ନାହିଁ, ତେବେ ତାଙ୍କ ପାଇଁ ଅସୁବିଧା ଆହୁରି ବଢ଼ିପାରେ।