IND vs ENG ପ୍ରଥମ ଏକଦିବସିୟ:- ଖେଳିବେ ଶାମି, ଜୟସୱାଲ୍? ଏପରି ରହିବ ଚୂଡାନ୍ତ ଏକାଦଶ….
ଟି-୨୦ ଏବଂ ଏକଦିବସିୟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଭାରତ ଆସିଛି। ଟି-୨୦ ସିରିଜରେ ଭାରତ ୪-୧ ରେ ବିଜୟୀ ହୋଇଥିବା ବେଳେ ୬ ତାରିଖରୁ ଏକଦିବସିୟ ସିରିଜ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଉଭୟ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଭାରତର ପ୍ଲେଇଂ ୧୧ ସିଲେକ୍ସନ୍ କରିବା ରୋହିତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହେବ।
ଏହି ସିରିଜ ପରେ ପରେ ହିଁ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବ। ବିରାଟ ଏବଂ ରୋହିତଙ୍କ ବ୍ୟାଟରୁ ରନ୍ ଅସୁନଥିବା ହେତୁ ସେମାନଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ହେବ। ଚାମ୍ପିୟନ୍ସ ଟ୍ରଫିର ପ୍ରସ୍ତୁତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ ହେବ। ଅନ୍ୟପକ୍ଷରେ ଯଶସ୍ୱୀ ଜୟସୱାଲ୍ ଖେଳିବେ କି ନାହିଁ ସେଥିନେଇ ସନ୍ଦେହ ରହିଛି। କାରଣ ଉଭୟ ଅଧିନାୟକ ଏବଂ ଉପଅଧିନାୟକ ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍ ଓପନିଂ କରିବେ ଏବଂ ବିରାଟ ୩ ନମ୍ବରରେ ଖେଳିବେ।
ଏଭଳି ପରିସ୍ଥିତିରେ ଏମାନଙ୍କ ମଧ୍ୟରୁ ଜଣେ ଆହତ ହେଲେ ହିଁ ଜୟସୱାଲଙ୍କୁ ସ୍ଥାନ ମିଳିପାରିବ। ଅନ୍ୟପକ୍ଷରେ ତାଙ୍କର ଫର୍ମକୁ ଦେଖିଲେ ତାଙ୍କୁ ଟିମ୍ ଠାରୁ ବାହାରେ ରଖିବା କାଠିକର ପାଠ ହେବ ନିଶ୍ଚିତ। ୪ ନମ୍ବର ପାଇଁ ଶ୍ରେୟାସ ଆୟର ଏକ ପ୍ରକାର ନିଶ୍ଚିତ ଅଟନ୍ତି। ୫ ନମ୍ବର ପାଇଁ ଋଷଭ ପନ୍ତ ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ପନ୍ତ ଟେଷ୍ଟରେ ଭଲ ପ୍ରଦର୍ଶନ କରୁଥିଲେ ହେଁ ରାହୁଲଙ୍କ ଏକଦିବସିୟ ରେକର୍ଡ ବହୁତ ଭଲ ରହିଛି। ଏଠାରେ ରାହୁଲ୍ ବାଜିମାତ୍ କରିପାରନ୍ତି।
ରାହୁଲଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏହା ପରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବରେ ଖେଳିବେ। ଏହାପରେ ୱାସିଂଟନ୍ ସୁନ୍ଦର ଖେଳିପାରନ୍ତି। ତାଙ୍କ ପରେ କୁଲଦୀପ ଯାଦବଙ୍କ ରୂପରେ ଭାରତ ପାଖରେ ଜଣେ ଭଲ ସ୍ପିନର ରହିବ। ପେସ୍ ବୋଲିଂ ବିଭାଗରେ ମହମ୍ମଦ ଶାମି ଏବଂ ଅର୍ଶଦୀପ ସିଂ ସାମିଲ ହେବା ଏକପ୍ରକାର ନିଶ୍ଚିତ ଅଟେ।
ଭାରତର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ:- ରୋହିତ ଶର୍ମା, ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାସିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂ।