ଭାରତର ଏହି ଅଧିନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ଗୌତମ ଗମ୍ଭୀର! କହିଲେ,“ତାଙ୍କ ଭଳି ଅଧିନାୟକ ଦେଖିବାକୁ ମିଳିବେ ନାହିଁ….
ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଆଜିକାଲି ଆଇପିଏଲ ୨୦୨୪ ସିଜନରେ ବ୍ୟସ୍ତ ରହିଛନ୍ତି। କେକେଆର୍ ତାଙ୍କୁ ଏହାର ପରାମର୍ଶଦାତା ଭାବରେ ନିଯୁକ୍ତ କରିଛି। ସେ କେକେଆରର ପ୍ରତ୍ୟେକ ମ୍ୟାଚ୍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗତକାଲି ରାତିରେ ଚେପକ୍ ଠାରେ ଖେଳାଯାଇଥିବା ମ୍ୟାଚରେ କୋଲକାତାକୁ ୭ ୱିକେଟରେ ଚେନ୍ନାଇ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଦଳର ଏହି ଟୁର୍ନାମେଣ୍ଟର ଏହା ପ୍ରଥମ ପରାଜୟ ଅଟେ।

ଏହି ସମୟରେ, ଗୌତମ ଗମ୍ଭୀରଙ୍କ ଏକ ବିବୃତ୍ତି ଆଲୋଚନାର କେନ୍ଦ୍ର ପାଲଟିଛି। ତେବେ ଗମ୍ଭୀର କୌଣସି ଖେଳାଳିଙ୍କୁ ସହଜରେ ପ୍ରଶଂସା କରନ୍ତି ନାହିଁ। କିନ୍ତୁ, ଏଥର ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ?
ଗୌତମ ଗମ୍ଭୀର ତାଙ୍କର ଖୋଲା ଶୈଳୀ ପାଇଁ ବେସ୍ ଜଣାଶୁଣା। ଅନେକ ଥର ସେ ଏପରି ବିବୃତ୍ତି ଦିଅନ୍ତି ଯେଉଁଥିପାଇଁ ତାଙ୍କୁ ସମାଲୋଚକଙ୍କ ଶିକାର ହେବାକୁ ପଡିଥାଏ। କିନ୍ତୁ, ଏଥର ଗମ୍ଭୀର କୌଣସି ଖେଳାଳିଙ୍କୁ ସମାଲୋଚନା କରିନାହାଁନ୍ତି ବରଂ ତାଙ୍କୁ ହୃଦୟରୁ ପ୍ରଶଂସା କରିଛନ୍ତି। ସେହି ଖେଳାଳି ଅନ୍ୟ କେହି ନୁହେଁ ବରଂ ଭାରତର ଅନ୍ୟତମ ସଫଳ ଅଧିନାୟକ ଏମଏସ ଧୋନି ଅଟନ୍ତି।

ଗମ୍ଭୀରଙ୍କୁ ଅନେକ ଥର ମାହିଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ, ଏଥର ସେ ଥାଲାଙ୍କର ସଫଳତାରେ ଖୁସି ଅଛନ୍ତି। ଧୋନିଙ୍କ ପରି ଅନ୍ୟ କୌଣସି ଖେଳାଳି ସଫଳତାର ଉଚ୍ଚତାରେ ପହଞ୍ଚି ପାରିବେ ନାହିଁ ବୋଲି ସେ କହିଛନ୍ତି। ଏଥିନେଇ ସେ କହିଛନ୍ତି ଯେ,“ଏମଏସ ଧୋନି ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ, ମୁଁ ଭାବୁ ନାହିଁ ଯେ କେହି ସେହି ସ୍ତରରେ ପହଞ୍ଚି ପାରିବେ। ୩ ଟି ଆଇସିସି ଟ୍ରଫି ଜିତିବା ସବୁକିଛି ବୟାନ କରିଥାଏ”।
ଭାରତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଏମଏସ ଧୋନିଙ୍କୁ ଗଣନା କରାଯାଇଛି। ସେ ଭାରତର ଅଧିନାୟକ ଥିବାବେଳେ ଦଳ ୩ଟି ଆଇସିସି ଟ୍ରଫି ଜିତିପାରିଥିଲା। ପ୍ରଥମେ ଭାରତ ୨୦୦୭ ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ୨୦୧୧ ମସିହାରେ ଏକଦିବସୀୟ ବିଶ୍ୱକପ୍ ଟ୍ରଫି ଜିତିଲା। କେବଳ ସେତିକି ନୁହେଁ, ୨ ବର୍ଷ ପରେ ଅର୍ଥାତ୍ ୨୦୧୩ ରେ ଧୋନି ତାଙ୍କ ଅଧିନାୟକତ୍ୱରେ ଭାରତକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୭ ଏବଂ ୨୦୧୧ ମସିହାରେ ଗୌତମ ଗମ୍ଭୀର ଚାମ୍ପିୟନ ଦଳର ଅଂଶ ରହିଥିଲେ। ସେ ବ୍ୟାଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ଦେଇଥିଲେ। ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଗୌତମ ଗମ୍ଭୀର ଏବଂ ଏମଏସ ଧୋନି ଭାରତ ପାଇଁ ଏକାଠି ଖେଳିଛନ୍ତି। ଏହି ସମୟରେ ଗୌତମ ଧୋନିଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଥିଲେ। ଧୋନିଙ୍କ ଅଧିନାୟକତ୍ୱରେ ତାଙ୍କୁ ସୁଯୋଗ ମିଳିନଥିବା ନେଇ ସେ ଅଭିଯୋଗ କରିଥିଲେ।

କିନ୍ତୁ, ଆଇପିଏଲ୍ ୨୦୨୪ରେ ଖେଳାଯାଇଥିବା ୨୨ ତମ ମ୍ୟାଚରେ ଉଭୟ ଖେଳାଳି ବେସ୍ ଖୁସିରେ ମିଶୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗମ୍ଭୀର-ଧୋନି ହାତ ମିଳାଉଛନ୍ତି ଏବଂ ଦୁହେଁ ହସି ହସି ପରସ୍ପରକୁ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
