ଅବସର ନେବା ନେଇ ଧୋନି ଦେଲେ ବଡ଼ ସୂଚନା! ଜାଣନ୍ତୁ ପୁରା ଘଟଣା….
କ୍ରିକେଟରେ ଖାସ୍ କରି ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ବହୁତ ବଡ଼ ଅଟେ। ଧୋନି ବହୁ ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି। ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଧୋନିଙ୍କୁ ଖେଳୁଥିବାର ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।
ଗତବର୍ଷ ଧୋନି ଚେନ୍ନାଇ ସୁପର କିଂଗ୍ସର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ହେଁ ସେ ଫ୍ରାଞ୍ଚାଇଜ ପାଇଁ ସବୁ ମ୍ୟାଚ ଖେଳିଥିଲେ। ତେବେ, ସେଠାରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେସ୍ ଭଲ ରହିଥିଲା। ୨୦୨୫ ସିଜନ ପାଇଁ ଧୋନିଙ୍କୁ ପୁଣିଥରେ ଖେଳୁଥିବାର ଦେଖିବାକୁ ମିଳିବ କି? ଏହା ଏକ ବଡ଼ ପ୍ରଶ୍ନ ଅଟେ।
ଅନ୍ୟପକ୍ଷରେ ଏଥିନେଇ ଧୋନି ବଡ଼ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାଇ ଚଳିତବର୍ଷ ଆଇପିଏଲର ବଡ଼ ନିଲାମୀ ହେବାକୁ ଯାଉଥିବା ବେଳେ ଫ୍ରାଞ୍ଚାଇଜ କେତୋଟି ଖେଳାଳି ରଖିପାରିବେ ଏବଂ ନୂଆ ନିୟମାବଳୀ କଣ ରହିବ ତାହା ଉପରେ ହିଁ ତାଙ୍କ ଅବସର ନେବାର ସମୟ ନିର୍ଭର କରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ବିସିସିଆଇ ଫ୍ରାଞ୍ଚାଇଜ ମାଲିକ ମାନଙ୍କ ସହିତ ଏକ ବୈଠକର ଆୟୋଜନ କରିଥିଲା। ଅବଶ୍ୟ ଏଥିରେ କଣ ଫଇସଲା ହୋଇଛି ସେଥିନେଇ କୌଣସି କୌଣସି ସୂଚନା ମିଳିପାରିନାହିଁ। ତେବେ, ଧୋନିଙ୍କୁ ଆଗାମୀ ସିଜନରେ ଖେଳାଇବା ପାଇଁ ସିଏସକେ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯିବା ନିଶ୍ଚିତ ଅଟେ।