ଯେତେ ଯାହା ହେଲେ ମଧ୍ୟ ଏହି ୫ ଜଣ ଖେଳାଳି ଟି-20 ବିଶ୍ୱକପ 2022 ରେ ପାଇବେ ସ୍ଥାନ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ଯେତେ ଯାହା ହେଲେ ମଧ୍ୟ ଏହି ୫ ଜଣ ଖେଳାଳି ଟି-20 ବିଶ୍ୱକପ 2022 ରେ ପାଇବେ ସ୍ଥାନ, ଦେଖନ୍ତୁ ଲିଷ୍ଟ

indian team and pandey


କ୍ରିକେଟ ଖବର : ଚଳିତ ବର୍ଷ ଖେଳାଳିଙ୍କ ଫର୍ମ ଆକଳନ ଏବଂ ଟି -୨୦ ବିଶ୍ୱକପ ପାଇଁ ଖେଳାଳି ବାଛିବାରେ ଆଇପିଏଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ, ଆଇପିଏଲ୍ ବହୁ ସଂଖ୍ୟକ ଖେଳାଳି ତିଆରି କରିଆସୁଛି,ଯେଉଁମାନେ କେବଳ ନିଜ ଦେଶର ପ୍ରତିନିଧିତ୍ୱ କରିନାହାଁନ୍ତି ବରଂ ବହୁତ ବଡ଼ ସଫଳତା ମଧ୍ୟ ହାସଲ କରିଛନ୍ତି ।

team ind

ତେବେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୨ ଅଧିକ ଦିନ ନାହିଁ, ସେଥିପାଇଁ ଖେଳାଳିମାନଙ୍କ ଚୟନ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଆମେ ନିମ୍ନରେ ଆଲୋଚନା କରିଥିବା ୫ ଜଣ ଖେଳାଳି , ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇସାରିଛନ୍ତି। ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ...

ଏହି ୫ ଜଣ ଖେଳାଳିଙ୍କର ସ୍ଥାନ ପକ୍କା :

୧) କେ.ଏଲ୍ ରାହୁଲ : 

ନିଜର ନିରନ୍ତର ପ୍ରୟାସରେ କେ.ଏଲ୍ ରାହୁଲ ଭାରତୀୟ ଜାତୀୟ ଦଳରେ ନିଜର ସ୍ଥାନ ତିଆରି କରିଛନ୍ତି ଏବଂ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ସେ ନିଶ୍ଚିତ ଭାବରେ ଇନିଂସ ଓପେନିଂ କରିବାର ନଜର ଆସିବେ । ୨୯ ବର୍ଷୀୟ କର୍ଣ୍ଣାଟକରେ ଜନ୍ମିତ କେ.ଏଲ୍ ରାହୁଲ ଗତ କିଛି ମାସ ମଧ୍ୟରେ ଜଣେ ଭଲ ଖେଳାଳି ଭାବରେ ବିକଶିତ ହୋଇଛନ୍ତି। କୋହଲି ଏବଂ ରୋହିତଙ୍କ ସହ ଟୁର୍ନାମେଣ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ସେ ।  ଆଇପିଏଲ୍ ୨୦୨୨ ରେ ନିଜ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଏକ ଭଲ ଫର୍ମରେ ଥିଲେ ଏବଂ ଆଗାମୀ ମ୍ୟାଚରେ ସମାନ ରୂପରେ ଦେଖାଯିବେ ବୋଲି ଆଶା କରାଯାଉଛି। 

୨) ରୋହିତ ଶର୍ମା :

ହିଟ ମେନ ରୋହିତ ଭାରତୀୟ ଦଳର ବର୍ତମାନ ଅଧିନାୟକ ଅଟନ୍ତି, IPL ରେ ଖରାପ ଫର୍ମ ଯୋଗୁଁ ସେ ଆଲୋଚନା ର ଶିକାର ହୋଇଛନ୍ତି ସତ, କିନ୍ତୁ ସେ କେତେ ବିସ୍ଫାରକ ଖେଳାଳି, ତାହା ସମସ୍ତଙ୍କୁ ଜଣା । ସେ ରାହୁଲ ସହ ଦଳର ଓପନିଂ ଭାର କୁ ସମ୍ଭାଳିବେ ।

୩) ବିରାଟ କୋହଲି :

କୋହଲି ମଧ୍ୟ ବହୁତ ଦିନ ଧରି ଫର୍ମ ରେ ନାହାନ୍ତି, କିନ୍ତୁ ତାଙ୍କୁ ବର୍ତମାନ T20 ବିଶ୍ୱକପ ରେ ସ୍ଥାନ ନିଶ୍ଚିତ ମିଳିବ । ମାତ୍ର ଯଦି 2022 ବିଶ୍ୱକପ ରେ କୋହଲିଙ୍କ ପ୍ରଦର୍ଶନ ଖରାପ ହୁଏ ତେବେ ଚୟନକାଟର କୋହଲି ଙ୍କୁ T20 ଦଳରୁ ବାହାର କରି ପାରନ୍ତି ।

୪) ହାର୍ଦ୍ଦିକ ପାଣ୍ଡ୍ୟା :

୨୦୨୧ ମସିହାର ଟି -୨୦ ବିଶ୍ୱକପ ଗ୍ରୁପ୍ ଷ୍ଟେଜରୁ ଭାରତୀୟ ଦଳ ଡ୍ରପ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ଖେଳି ନାହାଁନ୍ତି। ତେବେ ସେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସ୍ଥାନ ପାଇଛନ୍ତି। ଆଉ ଆସନ୍ତା ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଅଧିନାୟକ ମଧ୍ୟ ହୋଇଛନ୍ତି। ତେବେ ଆଇପିଏଲରେ ହାର୍ଦ୍ଦିକଙ୍କ ପ୍ରଦର୍ଶନକୁ ଦେଖିଲେ ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମନେ ହେଉଛି ।

୫) ରବିନ୍ଦ୍ର ଜାଡେଜା :

୩୩ ବର୍ଷୀୟ ଅଲରାଉଣ୍ଡର ଜାଡେଜା ୨୦୦୯ ରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହି ସମୟରେ ରବିନ୍ଦ୍ର ଜାଡେଜା ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି। ଜାଡେଜା ନିଜର ବେଷ୍ଟ ବୋଲିଂ ଲାଇନ ଏବଂ ଇନିଂସ ଶେଷ କରିବାରେ ପ୍ରସିଦ୍ଧ। ଏହି କାରଣରୁ ସେ ଭାରତ ପାଇଁ ଟି -୨୦ ବିଶ୍ୱକପ ଦଳର ପ୍ରମୁଖ ସଦସ୍ୟ ଭାବରେ ଦେଖିବାକୁ ମିଳିବେ ।