ଟପ୍ 5 ଜଣ ଖେଳାଳି ଯେଉଁମାନେ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ହିଁ କରିଥିଲେ ସର୍ବାଧିକ ରନ୍, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ଟପ୍ 5 ଜଣ ଖେଳାଳି ଯେଉଁମାନେ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ହିଁ କରିଥିଲେ ସର୍ବାଧିକ ରନ୍, ଦେଖନ୍ତୁ ଲିଷ୍ଟ

top 5 test players


କ୍ରିକେଟ ଖବର : ଏଥିରେ କୌଣସି ସନ୍ଦେହ ନାହିଁ ଯେ ଟେଷ୍ଟ କ୍ରିକେଟ୍ ସବୁଠାରୁ କଠିନ ଫର୍ମାଟ୍ ବୋଲି ବିବେଚନା କରାଯାଏ । କେଉଁ କ୍ରିକେଟର ଯଦି ଟେଷ୍ଟ କ୍ରିକେଟରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ତେବେ ତାହା ପାଇଁ ସେହି ଖେଳାଳିଙ୍କ ନିକଟରେ ଧର୍ଯ୍ୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଯଦିଓ ବ୍ୟାଟ୍ସମ୍ୟାନ ମାନେ ଟେଷ୍ଟ କ୍ରିକେଟ୍ ରେ ମନ୍ଥର ଖେଳନ୍ତି, କିନ୍ତୁ ଏହି ଫର୍ମାଟରେ କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଭଲ ବ୍ୟାଟିଂ କରି ସଫଳତା ହାସଲ କରିଛନ୍ତି ।

ଏଥିସହିତ ଟେଷ୍ଟ କ୍ରିକେଟରେ କିଛି ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ଯେଉଁମାନେ ଗୋଟିଏ ଦିନରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏପରି ୫ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ  ଯେଉଁମାନେ ଅଧିକ ରନ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ହିଁ ସଂଗ୍ରହ କରିଛନ୍ତି। 

୧) ସାର ଡୋନାଲ୍ଟ ବ୍ରେଡମେନ (୩୦୯ ରନ ) :

Don-Bradman

ଏହି ତାଲିକାରେ ଡୋନାଲ୍ଡ ବ୍ରେଡମେନ ଶୀର୍ଷରେ ଅଛନ୍ତି। ଏହି କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଏକମାତ୍ର ଖେଳାଳି ଯିଏକି ଏକ ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ୩୦୦ ରୁ ଅଧିକ ରନ୍ ସ୍କୋର କରିଛନ୍ତି । ସେ ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷ ତୃତୀୟ ଆଶେସ ଟେଷ୍ଟରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଗୋଟିଏ ଦିନରେ ୩୦୯ ରନ୍ ସଂଗ୍ରହ କରିଥିଲେ । ଏଥିସହିତ ସେ ୪୬ଟି ଚୌକା ସହାୟତାରେ ୪୪୮ ବଲରେ ୩୩୪ ରନର ଚମତ୍କାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫୬୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ମ୍ୟାଚ୍ ଡ୍ର କରିବାରେ ଇଂଲଣ୍ଡ ସଫଳ ହୋଇଥିଲା ।

୨) ୱାଲି ହେମଣ୍ଡ (୨୯୫ ରନ ) :

Wally-Hammond

୧୯୩୩ ମସିହାରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳୁଥିଲା । କିୱିସ୍ ପ୍ରଥମ ଇନିଂସରେ ୧୫୮ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡ ପାଇଁ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ୱାଲି ହେମଣ୍ଡ ଦିନିକିଆ ଖେଳ ଶେଷ ପର୍ୟ୍ୟନ୍ତ ୪୧ ରନରେ ଅପରାଜିତ ରହିଥିଲେ । ପରଦିନ ହେମଣ୍ଡ ୨୯୫ ରନ୍ ସ୍କୋର କରି ୩୧୮ ବଲରେ ମୋଟ ୩୩୬ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୩୪ଟି ଚୌକା ଓ ୧୦ ଟି ଛକା ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଏହି ଟେଷ୍ଟ ମ୍ୟାଚ୍ ମଧ୍ୟ ଡ୍ର ହୋଇଥିଲା। 

୩) ବୀରେନ୍ଦ୍ର ସେହୱାଗ (୨୮୪ ରନ):

sehwag

ଯେତେବେଳେ ଆପଣ ଟେଷ୍ଟରେ ଦ୍ରୁତ ବ୍ୟାଟିଂ ବିଷୟରେ କଥାବାର୍ତ୍ତା କରନ୍ତି ଏବଂ ସେହୱାଗଙ୍କ ନାମ ନ ଆସିବ ଇଏ କେବେ ସମ୍ଭବ ନୁହଁ । ୨୦୦୯ ରେ, ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଏକ ଟେଷ୍ଟ ମ୍ୟାଚ୍ ଖେଳୁଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୯୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲା। ସେହୱାଗ ଦ୍ୱିତୀୟ ଦିନରେ ବ୍ୟାଟିଂ ଆରମ୍ଭ କରି ଦିନସାରା ୨୮୪ ରନ୍ ସଂଗ୍ରହ କରି ଶ୍ରୀଲଙ୍କା ବୋଲରମାନଙ୍କର ନିର୍ଧୂମ ପିଟାଇ କରିଥିଲେ ।

୪) ଡେନିସ୍ କମ୍ପପଟନ୍ (୨୭୩ ରନ ):

denis-compton

୧୯୫୪ ମସିହାରେ ନଟିଂଧମରେ ଇଂଲଣ୍ଡ ପାକିସ୍ତାନ ସହିତ ମୁହାଁମୁହିଁ ହୋଇଥିଲା । ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା ଏବଂ ୬୫ ଓଭରରେ ୧୫୭ ରନ ସଂଗ୍ରହରେ ଅଲ ଆଉଟ୍ ହୋଇଥିଲା। ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟିଂ କରିଥିଲା ଏବଂ ଡେନିସ୍ କମ୍ପପଟନ୍ ୫ ରନ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ। ପରଦିନ ସେ ବ୍ୟାଟିଂ କରିବାକୁ ଆସି ୨୭୩ ରନ୍ ସ୍କୋର କରିଥିଲେ। ୩୪ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୮୭ ବଲରେ ୨୭୮ ରନ୍ ସ୍କୋର କରିବା ପରେ ସେ ଏହି ମ୍ୟାଚରେ ଆଉଟ୍ ହୋଇଥିଲେ । ତେବେ ଇଂଲଣ୍ଡ ଏକ ଇନିଂସ ଏବଂ ୧୨୯ ରନରେ ଜିତିଥିଲା ।

୫) ସାର ଡୋନାଲ୍ଡ ବ୍ରେଡମେନ ( ୨୭୧ ରନ ) :

ପୁଣି ଥରେ ବ୍ରେଡମେନ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆମେ ସମସ୍ତେ ସାର୍ ଡୋନାଲ୍ଡ ବ୍ରାଡମ୍ୟାନ୍ ଟେଷ୍ଟ ରେକର୍ଡ ଜାଣୁ କାରଣ ତାଙ୍କର ଟେଷ୍ଟରେ ବ୍ୟାଟିଂ ଷ୍ଟ୍ରାଇକ୍ ରେଟ ହାରାହାରି ୧୦୦ ପାଖାପାଖି । ୧୯୩୪ ମସିହାରେ ଅଷ୍ଟ୍ରେଲିଆ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଖେଳୁଥିଲେ । ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା ଏବଂ ୧୦୫.୪ ଓଭରରେ ୨୦୦ ରନ୍ କରି ଆଉଟ୍ ହୋଇଥିଲା। ଏହାର ଉତ୍ତରରେ ଅଷ୍ଟ୍ରେଲିଆ ୫୮୪ ରନ୍ ସ୍କୋର କରିଥିଲା, ସେଥିମଧ୍ୟରୁ ସାର୍ ଡୋନାଲ୍ଡ ବ୍ରାଡମ୍ୟାନ୍ ୨୭୧ ରନ୍ ସ୍କୋର କରିଥିଲେ ।