ମହମ୍ମଦ କୈଫ ଚୟନ କଲେ ALL TIME BEST IPL XI, ଦଳରେ ସାମିଲ କଲେ ରୋହିତଙ୍କୁ ମାତ୍ର ଅଧିନାୟକ ଆଉ ଜଣଙ୍କୁ କଲେ

  1. Home
  2. Cric Special

ମହମ୍ମଦ କୈଫ ଚୟନ କଲେ ALL TIME BEST IPL XI, ଦଳରେ ସାମିଲ କଲେ ରୋହିତଙ୍କୁ ମାତ୍ର ଅଧିନାୟକ ଆଉ ଜଣଙ୍କୁ କଲେ

Mohammad-Kaif-All-time-IPL-XI


କ୍ରିକେଟ୍ ଖବର: ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ ଜଗତରେ ରାଜ୍ କରୁଛି ଆଇପିଏଲ୍। ବିସିସିଆଇ ଦ୍ୱାରା ଆୟୋଜିତ ହେଉଥିବା ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟକୁ ନେଇ ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀ ଦେଖିବା ପାଇଁ ଉତ୍ସାହିତ ହୋଇଥାନ୍ତି। ସେହିପରି ଖେଳାଳିମାନେ ବି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ନିଜର ଆପ୍ରାଣ ଉଦ୍ୟମ କରିଥାନ୍ତି। 

ତେବେ ନିକଟରେ ପୂର୍ବତନ ଷ୍ଟାର କ୍ରିକେଟର ମହମ୍ମଦ କୈଫ ନିଜର ପସନ୍ଦଯୋଗ୍ୟ ଅଲଟାଇମ ଆଇପିଏଲ ପ୍ଲେଇଙ୍ଗି ଇଲେଭେନ ତାଲିକା ଘୋଷଣା କରିଛନ୍ତି । ମହମ୍ମଦ କୈଫ ନିଜ ଟିମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ୬ ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିଛନ୍ତି।ଆଇପିଏଲ ନିୟମ ଅନୁସାରେ କୌଣସି ବି ଟିମ୍ ପ୍ଲେଇଂ ଇଲେଭେନରେ କେବଳ ୪ ଖେଳାଳିଙ୍କୁ ସାମିଲ କରିପାରିବାର କ୍ଷମତା ରହିଛି ।

Mohammad-Kaif

ମହମ୍ମଦ କୈଫ ନିଜ ଟିମରେ ଓପନର ଭାବେ କ୍ରିସ ଗିଲ୍‌ଙ୍କୁ ସ୍ଥାନ ଦେଇଛନ୍ତି । କ୍ରିସ ଗେଲ ଆଇପିଏଲ ଇତିହାସର ସବୁଠାରୁ ସଫଳ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ସେହିପରି କ୍ରିସଗେଲଙ୍କ ସହିତ ଓପନର ମହମ୍ମଦ କୈଫ ରୋହିତ ଶର୍ମାଙ୍କୁ ସାମିଲ କରିଛନ୍ତି । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ଅଟନ୍ତି ।

ରୋହିତ ଶର୍ମାଙ୍କ ବ୍ୟତୀତ ମହମ୍ମଦ କୈଫ ନିଜ ଟିମରେ ଜସପ୍ରିତ ବୁମରା ଓ ଲସିଥ୍ ମଲିଙ୍ଗାଙ୍କୁ ମଧ୍ୟ ସାମିଲ କରିଛନ୍ତି । ମହମ୍ମଦ କୈଫ ନିଜ ଟିମରେ କ୍ୟାପ୍ଟେନ ଦାୟିତ୍ୱ ଏମ ଏସ ଧୋନୀଙ୍କୁ ଦେଇଛନ୍ତି । ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ୪ ଥର ଆଇପିଏଲ ଟାଇଟଲ ହାସଲ କରିଛି । କୈଫଙ୍କ ଟିମର ଉଇକେଟକିପର ମଧ୍ୟ ଧୋନୀ ହିଁ ରହିଛନ୍ତି । ଆନ୍ଦ୍ରେ ରସେଲ କୈଫ ଟିମରେ ଅଲରାଉଣ୍ଡର ଭୂମିକା ନିଭାଇଛନ୍ତି। 

ମହମ୍ମଦ କୈଫଙ୍କ ALL TIME BEST IPL XI :

Mohammad-Kaif-All-time-IPL-XI real

କ୍ରିସ୍ ଗେଲ୍, ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା, ଏବିଡି, ମହେନ୍ଦ୍ର ସିଂ ଧୋନି (C), ଆନ୍ଦ୍ରେ ରସେଲ, ରଶିଦ୍ ଖାନ୍, ସୁନୀଲ ନାରିନ , ଜସପ୍ରିତ ବୁମରା ଓ ଲସିଥ୍ ମଲିଙ୍ଗା।