IND vs SA: ବର୍ତ୍ତମାନ ଭାରତ କୁ ସାହାଯ୍ୟ ମାଗୁଛି ପାକିସ୍ତାନ, ଭାରତ ଜିତେ ତେବେ ପାକିସ୍ତାନର ହେବ ଫାଇଦା, ଦେଖନ୍ତୁ ପଏଣ୍ଟ ଟେବୁଲ

  1. Home
  2. Cricket News

IND vs SA: ବର୍ତ୍ତମାନ ଭାରତ କୁ ସାହାଯ୍ୟ ମାଗୁଛି ପାକିସ୍ତାନ, ଭାରତ ଜିତେ ତେବେ ପାକିସ୍ତାନର ହେବ ଫାଇଦା, ଦେଖନ୍ତୁ ପଏଣ୍ଟ ଟେବୁଲ

india-vs-south-africa-pakistan pray for india


ଦୁଇଟି ବିଜୟ ପରେ ଭାରତ ଅଷ୍ଟ୍ରେଲିଆରେ ଚାଲିଥିବା ଟି -20 ବିଶ୍ୱକପ 2022 ର ସେମିଫାଇନାଲରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛି । ରବିବାର ଦିନ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତ ଅଧିନାୟକ ରୋହିତ ଏବଂ ଦଳ ସମସ୍ତେ ପ୍ରସ୍ତୁତ ଅଛନ୍ତି ।

ind-vs-sa-3rd-t20

କେବଳ ଏହି ଦୁଇ ଦଳ ପାଇଁ ନୁହେଁ ପାକିସ୍ତାନ ପାଇଁ ମଧ୍ୟ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମାନ ଗୁରୁତ୍ୱପୂର୍ଣ୍ଣ । ଯଦି ଭାରତ ଆଫ୍ରିକାକୁ ପରାସ୍ତ କରେ ତେବେ ଏହା ପାକିସ୍ତାନକୁ ବହୁତ ଲାଭ ଦେବ । ଏଭଳି ପରିସ୍ଥିତିରେ ଏବେ ସୋସିଆଲ ମିଡିଆରେ ଅନେକ ମିମ ଏବଂ ପ୍ରତିକ୍ରିୟା ବାହାରକୁ ଆସୁଛି । ଯେଉଁଥିରେ ପାକିସ୍ତାନ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ଏହି ମ୍ୟାଚରେ ପାକିସ୍ତାନ ଫେନ୍ସ ଭାରତକୁ ସମର୍ଥନ କରିବାରେ ଲାଗିଛନ୍ତି । ଯଦି ଏହି ମ୍ୟାଚ୍ ଭାରତ ଜିତେ ତେବେ ପାକିସ୍ତାନ ପାଇଁ ଏକ ଆଶା ଅଛି ଯେ ସେମାନେ ସୁପର 4 ରେ ଯୋଗ୍ୟତା ଅର୍ଜନ କରିବେ । କାରଣ 2 ଟି ମ୍ୟାଚ ମଧ୍ୟରୁ 2 ଟି ଜିତି ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି ।

t20 wc 2022 point table

ଯଦି ଭାରତ ମ୍ୟାଚ୍ ଜିତେ ତେବେ 6 ପଏଣ୍ଟ ସହ ଶୀର୍ଷରେ ରହିବ ଏବଂ ଦକ୍ଷିଣ ଆଫ୍ରିକା 3 ପଏଣ୍ଟ ସହ ତଳେ ରହିବ । ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ପାଇଁ ସେମାନଙ୍କର ଆଗାମୀ ସମସ୍ତ ମ୍ୟାଚ୍ ଜିତିବା ଏବଂ ସୁପର 4 ରେ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମିଳିବ ।