IND vs PAK: କାହିଁକି ହାତରେ କଳା ବ୍ୟାଣ୍ଡ ପିନ୍ଧି ପାକିସ୍ତାନ ଦଳ ଖେଳିଲା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

  1. Home
  2. Cricket News

IND vs PAK: କାହିଁକି ହାତରେ କଳା ବ୍ୟାଣ୍ଡ ପିନ୍ଧି ପାକିସ୍ତାନ ଦଳ ଖେଳିଲା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

pakistan-cricket-team-to-wear-black-armbands


କ୍ରିକେଟ୍ ଖବର : ଏସିଆ କପ୍ ୨୦୨୨ର ଦ୍ଵିତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଆଉ ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ଜିତି ନେଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନର ଖେଳାଳିମାନେ ସେମାନଙ୍କ ହାତରେ ଏକ କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ। ତେବେ କାହିଁକି ସେମାନେ ହାତରେ କଳା ବ୍ୟାଣ୍ଡ ପିନ୍ଧିଥିଲେ ଆସନ୍ତୁ ଜାଣିବା।

କାହିଁକି ହାତରେ କଳା ରଙ୍ଗର ବ୍ୟାଣ୍ଡ ପିନ୍ଧିଥିଲେ ପାକିସ୍ତାନ ଖେଳାଳି : 

ପାକିସ୍ତାନୀ ଦଳର ଖେଳାଳିମାନେ ବନ୍ୟାରେ ପ୍ରଭାବିତ ପାକିସ୍ତାନର ଲୋକଙ୍କ ପାଇଁ ଏମିତି କରିଥିବା ସୂଚନା ରହିଛି। ଟସ୍ ପରେ ଯେତେବେଳେ ବାବରଙ୍କ ଦଳ ଜାତୀୟ ସଂଗୀତ ପାଇଁ ଠିଆ ହୋଇଥିଲେ, ଲୋକମାନେ ତାଙ୍କ ହାତରେ ଏକ କଳା ବ୍ୟାଣ୍ଡ ଦେଖିଥିଲେ। ବାସ୍ତବରେ ପାକିସ୍ତାନର କିଛି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନୀ ଖେଳାଳିମାନେ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ଏକତା ଏବଂ ସମର୍ଥନ ଦେଖାଇବା ପାଇଁ ହାତରେ କଳା ବ୍ୟାଣ୍ଡ ପିନ୍ଧିଥିଲେ।

IND-vs-PAK-hardik

ଏ ବାବଦରେ ପିସିବି ଏକ ବିବୃତ୍ତି ମାଧ୍ୟମରେ କହିଥିଲା ଯେ, ଭାରତ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳର ଖେଳାଳି ହାତରେ କଳା ବ୍ୟାଣ୍ଡେଜ୍ ପିନ୍ଧି ସାରା ଦେଶରେ ପ୍ରଭାବିତ ବନ୍ୟା ପରିସ୍ଥିତିକୁ ନେଇ ପାକିସ୍ତାନ କ୍ରିକେଟ୍ ଦଳ ଏକତା ଏବଂ ସମର୍ଥନ ଜଣାଇବ। ସୂଚନା ଯେ, ପାକିସ୍ତାନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିକଟରେ ପାକିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସରକାର ଏହା ମଧ୍ୟ କହିଛନ୍ତି ଯେ ୪୦ ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।