ସୂର୍ଯ୍ୟ ଏବଂ ABDଙ୍କ ଭଳି 360 ଶଟ୍ କଣ ପାଇଁ ଖେଳନ୍ତି ନାହିଁ କୋହଲି? କାରଣ ଜାଣିଲେ ସବୁ କ୍ରିକେଟ୍ ପ୍ରେମୀ ହେବେ ଖୁସି

  1. Home
  2. Cricket News

ସୂର୍ଯ୍ୟ ଏବଂ ABDଙ୍କ ଭଳି 360 ଶଟ୍ କଣ ପାଇଁ ଖେଳନ୍ତି ନାହିଁ କୋହଲି? କାରଣ ଜାଣିଲେ ସବୁ କ୍ରିକେଟ୍ ପ୍ରେମୀ ହେବେ ଖୁସି

Kohli and surya shot


କ୍ରିକେଟ ଖବର : କ୍ରିକେଟ୍ ଅଗ୍ରଗତି କରୁଥିବାବେଳେ ବ୍ୟାଟିଂ ଏବଂ ବୋଲିଂରେ ଆଧୁନିକତା ମଧ୍ୟ ବଢୁଛି।  ଆଜିର କ୍ରିକେଟ୍ ଦୁନିଆରେ ଅନେକ ଫ୍ୟାନ୍ସି ସଟ୍ ଖେଳାଯାଉଛି। ଏଥି ସହିତ ବ୍ୟାଟ୍ସମ୍ୟାନମାନେ କ୍ରିକେଟ୍ ସଟ୍ ବଦଳରେ ଫ୍ୟାନ୍ସି ସଟ୍ ଖେଳିବାକୁ ଅଧିକ ପସନ୍ଦ କରନ୍ତି। ତେବେ ଏହି ପ୍ରସଙ୍ଗରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। କୋହଲି ସବୁବେଳେ ପ୍ରଫେଟ୍ କ୍ରିକେଟ୍ ସଟ୍ ଖେଳୁଥିବା ଦେଖାଯାଏ। 

Virat and abd

ଯେତେବେଳେ କୋହଲିଙ୍କୁ ପଚରାଗଲା ସେ କାହିଁକି ଏବି ଡି ଭିଲିୟର୍ସ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ସଟ ଖେଳନ୍ତି ନାହିଁ? ଏହା ଉପରେ ସେ ଏକ ହୃଦୟ ଜିତିବା ଭଳି ବୟାନ୍ ଦେଇଥିଲେ। 

କଣ କହିଥିଲେ କିଙ୍ଗ୍ କୋହଲି : 

ସିଡନୀ ମର୍ନିଂ ହୋରାଲ୍ଡଙ୍କ ଆଲୋଚନା ସମୟରେ ପୂର୍ବତନ କ୍ରିକେଟ୍ ଇଆନ୍ ଚାପେଲ ବିରାଟ କୋହଲିଙ୍କ ଏକ ଛକା ଶର୍ଟ ବିଷୟରେ କହିଥିଲେ, ଯାହା ଟି -20 ବିଶ୍ୱକପ 2022 ର ପ୍ରଥମ ମ୍ୟାଚରେ ବିରାଟ , ହାରିସ୍ ରାଉଫଙ୍କ ବଲରେ ମାରିଥିଲେ। 

Virat and sky

ବିରାଟ କୋହଲିଙ୍କ ସହ କରାଯାଇଥିବା ପୁରୁଣା ସାକ୍ଷାତକାର ବିଷୟରେ ଇୟାନ୍ କହିଛନ୍ତି, “ଆମେ ବିରାଟଙ୍କୁ କିଛି ବର୍ଷ ପୂର୍ବରୁ ସାକ୍ଷାତକାରରେ ପଚାରିଥିଲେ। ଯେଉଁଥିରେ ଆମେ ବିରାଟଙ୍କୁ ପଚାରିଲୁ ସେ କାହିଁକି ଫ୍ୟାନ୍ସି ଶର୍ଟ ଖେଳନ୍ତି ନାହିଁ। କୋହଲି ଏହାର ଜବାବ ଦେଇ କହିଥିଲେ ଯେ ସେହିଭଳି ଶଟ୍‌ ତାଙ୍କ ଟେଷ୍ଟ କ୍ରିକେଟ୍ ଉପରେ ପ୍ରଭାବ ପକାଇବ। ବିରାଟଙ୍କ ବିଷୟରେ ଏହା ହେଉଛି ବିଶେଷ କଥା। ସେ କ୍ରିକେଟରେ ପ୍ରଫେଟ୍ ସଟ୍ ଖେଳି ଏତେ ଗୁଡାଏ ରନ୍ ସଂଗ୍ରହ କରିଛନ୍ତି।