ରିଷଭ ପନ୍ତ ହେଲେ ପ୍ରଥମ ଅଧିନାୟକ ଯାହା ନାମରେ ରହିଗଲା ଏହି ଲଜ୍ଜାଜନକ ରେକର୍ଡ, ଜାଣନ୍ତୁ ରେକର୍ଡ ବିଷୟରେ..

  1. Home
  2. Cricket News

ରିଷଭ ପନ୍ତ ହେଲେ ପ୍ରଥମ ଅଧିନାୟକ ଯାହା ନାମରେ ରହିଗଲା ଏହି ଲଜ୍ଜାଜନକ ରେକର୍ଡ, ଜାଣନ୍ତୁ ରେକର୍ଡ ବିଷୟରେ..

IND-vs-SA-Rishabh-Pant-lost-5-toss


କ୍ରିକେଟ ଖବର : ରବିବାର ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -20 ସିରିଜର ପଞ୍ଚମ ତଥା ଶେଷ ଟି-20 ମ୍ୟାଚ୍ ଖେଳାଯାଇଥିଲା। ବାଙ୍ଗାଲୋରରେ ଅନୁଷ୍ଠିତ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପୁଣି ଥରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଆଉ ଏହି ଟସ ହାରିବା ପରେ ରିଷଭ ପନ୍ତ ଏକ ଅବାଞ୍ଛିତ ରେକର୍ଡ ସୃଷ୍ଟି କରିଛନ୍ତି।  

ରିଷଭ ପନ୍ତଙ୍କ ନାମରେ ଏହି ରେକର୍ଡ :

କ୍ୟାପଟେନ ରିଷଭ ପନ୍ତ ପ୍ରଥମ ଅଧିନାୟକ ହୋଇପାରିଛନ୍ତି ଯିଏ ପାଞ୍ଚଟି ଟି-ଟ୍ୱେଣ୍ଟି ଦ୍ୱିପାକ୍ଷିକ ସିରିଜରେ ନିଜର ସମସ୍ତ 5 ଟି ଟସ୍ ହାରିଛନ୍ତି। ଏହି ସିରିଜ ସହିତ ରିଷଭ ପନ୍ତ ମଧ୍ୟ ଅଧିନାୟକତ୍ୱ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ଅଧିନାୟକ କ୍ୟାରିୟର ଆରମ୍ଭ ଭଲ ହୋଇନାହିଁ। 

rishabh-pant-toss

ଏପର୍ଯ୍ୟନ୍ତ ଏହା 19 ଟି ସିରିଜରେ ଘଟିଛି, ଯେତେବେଳେ ଜଣେ ଅଧିନାୟକ ପାଞ୍ଚ କିମ୍ବା ଅଧିକ ମ୍ୟାଚର ଦ୍ୱିପାକ୍ଷିକ ସିରିଜରେ 4 ଥର ଟସ୍ ହରାଇଛନ୍ତି। ପୁରୁଷ ଟି -20 ରେ 10 ଥର ଏବଂ ମହିଳା ଟି -20 ରେ 9 ଥର ଏହା ଘଟିଛି, କିନ୍ତୁ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ କି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ସମସ୍ତ ପାଞ୍ଚଟି ଟସ୍ ହାରିଛନ୍ତି ଅଧିନାୟକ। 

ଏହି ସିରିଜର ବିଶେଷ କଥା ହେଉଛି ରିଷଭ ପନ୍ତ ସମସ୍ତ ଟସ୍ ହାରିବା ପରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ କୌଣସି ସିରିଜରେ ଟିମ୍ ଇଣ୍ଡିଆ ଏହାର ପ୍ଲେଇଙ୍ଗ -11 ରେ କୌଣସି ପରିବର୍ତ୍ତନ କରିନାହିଁ। ଯାହାକି ଏକ ରେକର୍ଡ। 

ସିରିଜର ସ୍ଥିତି କିଛି ଏପରି :

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ 2-2ରେ ଶେଷ ହୋଇଛି। ବେଙ୍ଗାଲୁରୁରେ ହୋଇଥିବା ଶେଷ ମ୍ୟାଚ୍ ବର୍ଷା ହେତୁ ବନ୍ଦ କରିଦିଆଯାଇଛି।  ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍ ଥିଲା।