IND vs PAK: ପାକିସ୍ତାନ ବିପକ୍ଷରେ ବିଜୟ ପରେ କଣ କହିଲେ ଅଧିନାୟକ ରୋହିତ ଶର୍ମା, ପଢ଼ନ୍ତୁ ରିପୋର୍ଟ

  1. Home
  2. Cricket News

IND vs PAK: ପାକିସ୍ତାନ ବିପକ୍ଷରେ ବିଜୟ ପରେ କଣ କହିଲେ ଅଧିନାୟକ ରୋହିତ ଶର୍ମା, ପଢ଼ନ୍ତୁ ରିପୋର୍ଟ

rohit odia


କ୍ରିକେଟ୍ ଖବର : ଦୁବାଇରେ ଖେଳାଯାଇଥିବା ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ, ପାକିସ୍ତାନକୁ 5 ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ଖେଳି ପାକିସ୍ତାନ 147 ରନ୍ ସଂଗ୍ରହ କରିଥିଲା।  ଏହାର ଜବାବରେ ଟିମ୍ ଇଣ୍ଡିଆ ଶେଷ ଓଭରରେ ପର୍ଯ୍ୟନ୍ତ 5 ୱିକେଟ୍ ହରାଇ ଟାର୍ଗେଟକୁ ହାସଲ କରି ନେଇଥିଲା। ଶେଷ ଓଭରରେ ଜିତିବା ପାଇଁ 7 ରନ ଆବଶ୍ୟକ ହେଉଥିବା ବେଳେ, ଦିନେଶ କାର୍ତ୍ତିକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ରୋଟେଟ କରିଥିଲେ, ଆଉ ହାର୍ଦ୍ଦିକ ଗୋଟିଏ ଛକା ମାରି ଭାରତକୁ ବିଜୟ ଦେଇଥିଲେ।

ind vs pak indian team

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଏହି ବିଜୟର ହିରୋ ହୋଇଥିଲେ। ହାର୍ଦ୍ଦିକ ପ୍ରଥମେ ବୋଲିଂରେ ତିନୋଟି ୱିକେଟ୍ ନେଇଥିଲେ ଏବଂ ପରେ ଚାରିଟି ଚୌକା ଓ ଗୋଟିଏ ଛକା ସହାୟତାରେ 17 ବଲରେ 33 ରନ ସଂଗ୍ରହ କରି ଆଉଟ୍ ହୋଇନଥିଲେ।  ଏଥି ସହିତ ଏହି ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏହି ମ୍ୟାଚରେ ଆମେ ବିଜୟ ହେବୁ ବୋଲି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଥିଲା।

ମ୍ୟାଚ୍ ବିଜୟ ପରେ କଣ କହିଲେ ରୋହିତ : 

ପାକିସ୍ତାନ ବିପକ୍ଷରେ ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଟାର୍ଗେଟର ଅଧା ପର୍ଯ୍ୟନ୍ତ ଆମେ ଜାଣିଥିଲୁ ଯେ କୌଣସି ପରିସ୍ଥିତିରେ ଆମେ ମ୍ୟାଚ୍ ଜିତିବୁ। ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ ସେ (ହାର୍ଦ୍ଦିକ) ପ୍ରତ୍ୟାବର୍ତ୍ତନ କରିବା ଦିନଠାରୁ ସେ ଚମତ୍କାର ଖେଳୁଛନ୍ତି।  ଯେତେବେଳେ ସେ ଦଳର ଅଂଶ ହୋଇନଥିଲେ, ସେତେବେଳେ ସେ ନିଜ ଶରୀର ଏବଂ ଫିଟନେସ୍ ସହିତ କଣ କରିବା ଆବଶ୍ୟକ ସେ ବିଷୟରେ ଚିନ୍ତା କରିଥିଲେ।

rohit statement after pak match

ବର୍ତ୍ତମାନ ସେ ସହଜରେ 140+ ବେଗରେ ବୋଲିଂ କରୁଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କ ବ୍ୟାଟିଂ ସମ୍ପର୍କରେ ରୋହିତ କହିଛନ୍ତି ଯେ ଆମେ ସମସ୍ତେ ଜାଣୁ ଯେ ପାଣ୍ଡ୍ୟା ଜଣେ ଆକ୍ରମଣାତ୍ମକ ଖେଳାଳି। ପ୍ରତ୍ୟାବର୍ତ୍ତନ ପରଠାରୁ ସେ ବ୍ୟାଟିଂ ଓ ବୋଲିଂରେ କଣ କରିବାକୁ ପଡିବ ସେ ବିଷୟରେ ସେ ଅତ୍ୟନ୍ତ ଶାନ୍ତ ଏବଂ ଆତ୍ମବିଶ୍ୱାସୀ ହୋଇପଡିଛନ୍ତି। ସେ ଦ୍ରୁତ ବୋଲିଂ କରିପାରିବେ।  ଏହା କେବଳ ତାଙ୍କ ଖେଳ ବୁଝିବାର ବିଷୟ ଏବଂ ସେ ଭଲ ପ୍ରଦର୍ଶନ କରୁଛନ୍ତି।