ଦେଖନ୍ତୁ ଭିଡ଼ିଓ: T20 ବିଶ୍ୱକପ୍‌ରୁ ଆଉଟ୍ ହେଲା ଭାରତ, ଡଗ୍ ଆଉଟରେ ବସି କାନ୍ଦିଲେ କ୍ୟାପଟେନ୍ ଶର୍ମା

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: T20 ବିଶ୍ୱକପ୍‌ରୁ ଆଉଟ୍ ହେଲା ଭାରତ, ଡଗ୍ ଆଉଟରେ ବସି କାନ୍ଦିଲେ କ୍ୟାପଟେନ୍ ଶର୍ମା

Rohit-Sharma-crying


କ୍ରିକେଟ ଖବର : ଚାଲୁଥିବା ଆଇସିସି ଟି-20 ବିଶ୍ୱକପରେ ଭାରତର ଅଭିଯାନ ସମାପ୍ତ ହୋଇଛି। ରୋହିତବାହିନୀ ସେମିଫାଇନାଲରେ ଇଂଲଣ୍ଡ ଠାରୁ 10 ୱିକେଟରେ ହାରିଛି। ତେବେ ପୁଣି 15 ବର୍ଷର ସ୍ୱପ୍ନ ଆଉ ସତ ହେବ ନାହିଁ। ଅନ୍ୟପଟେ ସେମିଫାଇନାଲରେ ଭାରତ ହାରିବା ପରେ ଡଗଆଉଟରେ ବସି ଭୋଭୋ ହୋଇ କାନ୍ଦିଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

eng won by 10 run

ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ 10 ୱିକେଟରେ ହାରିଛି। ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ଇଂଲଣ୍ଡ ଠାରୁ ଭାରତ ହାରିବା ପରେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି ରୋହିତ ଶର୍ମା। ସେ କାନ୍ଦି ପକାଇଥିଲେ।

ଦେଖନ୍ତୁ ଭିଡ଼ିଓ:

15 ବର୍ଷ ତଳେ ଅର୍ଥାତ 2007 ମସିହାରେ ଭାରତ ଟି-20 ବିଶ୍ୱକପ ଜିତିଥିଲା । ଲାଗୁଥିଲା ଏଥର 15 ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କିନ୍ତୁ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଉ ତାଙ୍କ ପଲଟନ୍ । ସେମି ଫାଇନାଲରେ ଇଂଲଣ୍ଡ ଠାରୁ 10 ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି। ଫାଇନାଲରେ ପାକିସ୍ତାନ ସହ ମୁକାବିଲା କରିବ ଇଂଲଣ୍ଡ ଟିମ୍ ।