ଆଜି ଭାରତ ପାଇଁ କର ବା ମର ପରିସ୍ଥିତି, ଏହି 3 ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ଦେବେ ପନ୍ତ, ଦେଖନ୍ତୁ ଭାରତର 11 ଜଣିଆ ଦଳ

  1. Home
  2. Cricket News

ଆଜି ଭାରତ ପାଇଁ କର ବା ମର ପରିସ୍ଥିତି, ଏହି 3 ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ଦେବେ ପନ୍ତ, ଦେଖନ୍ତୁ ଭାରତର 11 ଜଣିଆ ଦଳ

ind vs sa


କ୍ରିକେଟ ଖବର : ଜୁନ 9 ତାରିଖରୁ ଆରମ୍ଭ ହୋଇଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜ୍। ଏହି 5 ଟିକିଆ ସିରିଜରୁ ଦୁଇଟିରେ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା। ଘରୋଇ ମାଟିରେ ଭାରତକୁ ହରାଇବା ପାଇଁ ପ୍ରୟାସ ଚଲାଇଛି ଟିମ୍ ଦକ୍ଷିଣ ଆଫ୍ରିକା। ଯଦି ଆଜିର ମ୍ୟାଚ୍ ଭାରତ ହାରେ ତେବେ ଦକ୍ଷିଣ ଆଫ୍ରିକାର ଏହି ଲକ୍ଷ୍ୟ ସଫଳ ହେବ। 

pant after loss against sa

ଅନ୍ୟପକ୍ଷରେ ନୂତନ ଅଧିନାୟକ ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତିବାକୁ ଆପ୍ରାଣ ଉଦ୍ୟମ କରିବ। ପ୍ରଥମେ ଦିଲ୍ଲୀ ଆଉ ପରେ କଟକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ହାରିବା ପରେ ଏହି ସିରିଜର ତୃତୀୟ ମ୍ୟାଚ୍ ବିଶାଖାପାଟନମ୍ ସ୍ଥିତ ACA-VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଆଉ ଯାହାକୁ ଟିମ୍ ଇଣ୍ଡିଆକୁ କର ବା ମର ପରିସ୍ଥିତିରେ ଜିତିବାକୁ ପଡିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ସମାନ ଖେଳ -11 କୁ ସୁଯୋଗ ଦେଇଥିଲା, କିନ୍ତୁ ଆଜି ହେବାକୁ ଥିବା ତୃତୀୟ ମ୍ୟାଚ୍‌ରେ ଦଳରେ 3 ଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

ଏହି 3 ଜଣ ଖେଳାଳିଙ୍କୁ ବଦଳାଇ ପାରନ୍ତି ରିଷଭ ପନ୍ତ :

1) ଅକ୍ସରଙ୍କ ବଦଳରେ ହୁଡା ପାଇବେ ସୁଯୋଗ :

ତୃତୀୟ ମ୍ୟାଚର ପ୍ଲେଇଂ -11 ରେ ଦୀପକ ହୁଡା ଅକ୍ସର ପଟେଲଙ୍କ ସ୍ଥାନରେ ଦେଖିବାକୁ ମିଳିବେ। ପ୍ରଥମ ଦୁଇଟି ମ୍ୟାଚରେ ପଟେଲଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।  ଦିଲ୍ଲୀରେ ସେ ମାତ୍ର 1 ୱିକେଟ୍ ନେଇ 4 ଓଭରରେ 40 ରନ୍ ଦେଇଥିବା ବେଳେ କଟକ ଠାରେ ସେ ମାତ୍ର ଗୋଟିଏ ଓଭର ବୋଲିଂ କରି 19 ରନ୍ ଖର୍ଚ୍ଚ କରିଥିଲେ।  ପଟେଲ ବ୍ୟାଟିଂରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ ଏବଂ ଏକ ଇନିଂସରେ ମାତ୍ର 10 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।  ଅନ୍ୟ ପଟେ, ଯଦି ଆମେ ହୁଡା ବିଷୟରେ କଥା ହେବା, ସେ ବର୍ତ୍ତମାନ ସମୟରେ ଭଲ ଫର୍ମରେ ଅଛନ୍ତି। IPL-15 ରେ ଲକ୍ଷ୍ନୌ ପାଇଁ ଖେଳି ସେ ହାରାହାରି 32 ରୁ ଅଧିକ ହାରରେ 15 ଟି ମ୍ୟାଚରେ 451 ରନ୍ ସଂଗ୍ରହ କରିଥିଲେ। ଭଲ ବ୍ୟାଟିଂ ବ୍ୟତୀତ ଦୀପକ ହୁଡା ଅଫ୍ ବ୍ରେକ୍ ସ୍ପିନର ଭୂମିକାରେ ମଧ୍ୟ ଟିମ୍ ପାଇଁ କାମ କରି ପାରିବେ। 

2) ଚହଲ ଆଉଟ୍ , ବିଷ୍ଣୁ ଇନ୍ : 

ଆଇପିଏଲର 15 ତମ ସିଜନରେ ଅଧିକ ୱିକେଟ୍ ନେଇଥିବା ୟୁଜଭେନ୍ଦ୍ର ଚହଲ, ଦକ୍ଷିଣ ଆଫ୍ରିକା ବିପକ୍ଷ ଓପନିଂ ମ୍ୟାଚ ଆଉ ଦ୍ଵିତୀୟ ମ୍ୟାଚରେ ନିଜର ଲକ୍ଷ୍ୟ ଠାରୁ ଦୂରେଇ ଯାଇଛନ୍ତି। ଚହଲଙ୍କ କାରଣରୁ ହିଁ କଟକରେ ହୋଇଥିବା ଦ୍ଵିତୀୟ ମ୍ୟାଚ ଟିମ୍ ଇଣ୍ଡିଆ ହାରିଥିଲା। ପ୍ରଥମ ମ୍ୟାଚରେ ଚହଲ 2.1 ଓଭର ବୋଲିଂ କରି 26 ରନ୍ ଏବଂ ଦ୍ୱିତୀୟ ମ୍ୟାଚରେ 4 ଓଭରରେ 49 ରନ୍ ଦେଇଥିଲେ। ଏପର୍ଯ୍ୟନ୍ତ ସେ କେବଳ ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯୁବ ଲେଗ୍ ସ୍ପିନର ରବି ବିଷ୍ଣୁଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ବିଷ୍ଣୁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟି -20 ମ୍ୟାଚରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ସେ ଭାରତ ପାଇଁ 4ଟି ଟି -20 ମ୍ୟାଚ ଖେଳି 4 ଟି ୱିକେଟ୍ ନେଇଛନ୍ତି।  ଆଇପିଏଲରେ ରବି 14 ଟି ମ୍ୟାଚରେ 13 ୱିକେଟ୍ ନେଇଥିଲେ।

3) ଆଭେଶଙ୍କ ସ୍ଥାନରେ ଉମରାନଙ୍କ ଡେବ୍ୟୁ :

ପ୍ଲେଇଂ -11 ର ତୃତୀୟ ପରିବର୍ତ୍ତନ ଦ୍ରୁତ ବୋଲିଂରେ ଦେଖିବାକୁ ମିଳିବ। ବିଶାଖାପାଟନମରେ ଆଭେଶ ଖାନଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରେ। ଆଇପିଏଲ୍ -15 ପରଠାରୁ କ୍ରିକେଟ୍ କରିଡରରେ ଉମ୍ରାନଙ୍କ ନାମ ବାଜୁଛି।  ପୂର୍ବତନ ଭେଟେରାନଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଉମ୍ରାନଙ୍କ ଖେଳ ଦେଖିବାକୁ ଚାହାଁନ୍ତି।  ଆଇପିଏଲର ଏହି ସିଜନରେ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ବେଳେ 14 ଟି ମ୍ୟାଚରେ 22 ୱିକେଟ୍ ନେଇଥିଲେ।  

ସମ୍ଭାବ୍ୟ ଭାରତୀୟ ଦଳ : 

ଇଶାନ କିଶାନ, ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ ତଥା ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଦୀନେଶ କାର୍ତ୍ତିକ, ଦୀପକ ହୁଡା, ରବି ବିଷ୍ଣୁ, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଉମ୍ରାନ୍ ମଲିକ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ:

ତେମ୍ବା ବାଭୁମା (କ୍ୟାପଟେନ୍), ରେଜା ହେଣ୍ଡ୍ରିକ୍ସ, ରସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିକ୍ କ୍ଲାସେନ୍ (ୱିକେଟ କିପର୍), ଡୱେନ ପ୍ରିଟୋରିୟସ୍, ୱେନ ପାର୍ନେଲ, କେଶବ ମହାରାଜ, ଟାବ୍ରେଜ ଶାମସି, କାଗିସୋ ରାବାଡା, ଏନ୍ରିକ୍ ନର୍ଟଜେ।