ଏହି କାରଣରୁ ଶ୍ରୀଲଙ୍କା ସିରିଜରୁ ବାଦ୍ ପଡିଲେ ରିଷଭ ପନ୍ତ, ଜାଣନ୍ତୁ ଏହି ବଡ କାରଣ ବିଷୟରେ....

  1. Home
  2. Cricket News

ଏହି କାରଣରୁ ଶ୍ରୀଲଙ୍କା ସିରିଜରୁ ବାଦ୍ ପଡିଲେ ରିଷଭ ପନ୍ତ, ଜାଣନ୍ତୁ ଏହି ବଡ କାରଣ ବିଷୟରେ....

Rishab Pant


କ୍ରିକେଟ ଖବର : ଶ୍ରୀଲଙ୍କା ବିପକ୍ଷ ଆଗାମୀ ODI ଏବଂ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ରିଷଭ ପନ୍ତଙ୍କୁ ଭାରତୀୟ ଦଳରେ ଚୟନ କରାଯାଇ ନାହିଁ।  ଏହା ପରେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ହ୍ୱାଇଟ୍ ବଲ୍ କ୍ରିକେଟ୍ ରେ ଲଗାତାର ଖରାପ ଫର୍ମ ଯୋଗୁଁ ପନ୍ତଙ୍କୁ ଦଳରୁ ବାହାର କରାଯାଇଛି।

କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସୁତ୍ରରୁ ଆସୁଥିବା ଖବର ଅନୁଯାୟୀ, ପନ୍ତ ଆଘାତର ଶିକାର ହୋଇଛନ୍ତି ଏବଂ ସେଥିପାଇଁ ସେ ଏହି ଦୁଇ ଦଳରେ ସ୍ଥାନ ପାଇନାହାଁନ୍ତି। ବାଂଲାଦେଶ ବିପକ୍ଷ ODI ସିରିଜରେ ଖେଳିନଥିବା ରିଷଭ ପନ୍ତଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ODI ସିରିଜରୁ ବାଦ ଦିଆଯାଇଛି। ଏହା ବ୍ୟତୀତ ସେ ଟି -20 ଦଳରେ ମଧ୍ୟ ସ୍ଥାନ ପାଇନାହାଁନ୍ତି।

Pant

ଖବର ଅନୁଯାୟୀ, ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଛି ଏବଂ କିଛି ସମୟ ଧରି ଏହା ସହ ସଂଘର୍ଷ କରିଆସୁଥିଲେ।  ବର୍ତ୍ତମାନ ସେ NCA କୁ ଯାଇ ସେଠାରେ ଅତି କମରେ 15 ଦିନ ବିତାଇବେ। ପନ୍ତ ଜାନୁଆରୀ 3 ରେ ଏନସିଏ ଯାଇପାରନ୍ତି ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ସମୟରେ ସେ ଦଳକୁ ଫେରିବେ।

ସୂଚନାଯୋଗ୍ୟ ଯେ, ବାଂଲାଦେଶ ବିପକ୍ଷ ODI ଏବଂ T20 ରେ ରିଷଭ ପନ୍ତଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା କିନ୍ତୁ ସେ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି।  ନିକଟରେ ବାଂଲାଦେଶ ସିରିଜରେ ସେ ନିଜ ପ୍ରଦର୍ଶନ ସହିତ ଦଳକୁ ଜିତାଇଥିଲେ। 

ଆହୁରି ପଢ଼ନ୍ତୁ : ମୁଁ ତାଙ୍କୁ ଅଧିନାୟକ ଭାବରେ..." କେ.ଏଲ୍ ରାହୁଲଙ୍କୁ LSG ଅଧିନାୟକ ପଦରୁ ହଟେଇ ଦିଆଯିବ କି? ଗମ୍ଭୀର ଦେଲେ ବଡ଼ ବୟାନ....