IND vs WI: ଇତିହାସ ସୃଷ୍ଟି କରିବ ଟିମ୍ ଇଣ୍ଡିଆ, ଆଉ ଗୋଟିଏ ପାଦ ଦୂରରେ ଅଛି ଦଳ, 39 ବର୍ଷ ପରେ ହେବ ଏମିତି

କ୍ରିକେଟ୍ ଖବର : ବୁଧବାର ଅର୍ଥାତ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିବାର ସୁଯୋଗ ଅପେକ୍ଷାରେ ଅଛି। ପ୍ରଥମ ଦୁଇଟି ଦିନିକିଆ ଜିତିବା ପରେ ଭାରତର ଆଖି ବର୍ତ୍ତମାନ ସିରିଜ୍ କ୍ଲିନ ସୁଇପ କରିବା ଉପରେ ରହିଛି।
ଯଦି ଭାରତ ତୃତୀୟ ଦିନିକିଆରେ ଜିତେ ତେବେ ଏହା ପ୍ରଥମ ଥର ହେବ ଯେ ଭାରତ , ୱେଷ୍ଟଇଣ୍ଡିଜକୁ ନିଜ ମାଟିରେ ସିରିଜ୍ କ୍ଲିନ ସୁଇପ କରିଛି। 1983 ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମ ସିରିଜ୍ ଖେଳିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କ୍ଲିନ ସୁଇପ ରେକର୍ଡ ହୋଇନାହିଁ।
ଯଦି ଟିମ୍ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜକୁ ଶେଷ ODI ମ୍ୟାଚରେ ହରାଇ ଦିଏ, ତେବେ ଏହା 13 ତମ ଥର ହେବ ଯେ ଭାରତ ଏକ ଦଳକୁ କ୍ଲିନ ସୁଇପ କରିଛି। ସୂଚନାଯୋଗ୍ୟ ଯେ ଭାରତ ଜିମ୍ବାୱେ ଏବଂ ଶ୍ରୀଲଙ୍କାକୁ ନିଜ ମାଟିରେ କ୍ଲିନ ସୁଇପ କରି ସାରିଛି। ଭାରତ 2013, 2015 ଏବଂ 2016 ରେ ଜିମ୍ବାୱେ ଏବଂ 2017 ରେ ଶ୍ରୀଲଙ୍କାକୁ କ୍ଲିନ ସୁଇପ୍ କରିଥିଲା।