ଭାରତୀୟ ଦଳକୁ ନେଇ ବଡ଼ ବୟାନ ଦେଲେ ଗାଭାସ୍କର, କହିଲେ ଦଳରେ 6 କିମ୍ବା 7 ନମ୍ବର ରେ ଏହି ଖେଳାଳିଙ୍କୁ ସ୍ଥାନ ଦେବା ଉଚିତ

  1. Home
  2. Cricket News

ଭାରତୀୟ ଦଳକୁ ନେଇ ବଡ଼ ବୟାନ ଦେଲେ ଗାଭାସ୍କର, କହିଲେ ଦଳରେ 6 କିମ୍ବା 7 ନମ୍ବର ରେ ଏହି ଖେଳାଳିଙ୍କୁ ସ୍ଥାନ ଦେବା ଉଚିତ

gavaskar on kartik


କ୍ରିକେଟ୍ ଖବର : କିମ୍ବଦନ୍ତୀ ଇଣ୍ଡିଆ କ୍ରିକେଟର ସୁନୀଲ ଗାଭାସ୍କର ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ଭାରତୀୟ ଦଳ ସହିତ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

ଗାଭାସ୍କର କହିଛନ୍ତି ଯେ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଏବଂ ଇଂଲଣ୍ଡ ଗସ୍ତରେ ଟି-ଟ୍ୱେଣ୍ଟି ପ୍ରତ୍ୟାବର୍ତ୍ତନ କରିପାରନ୍ତି। କାରଣ ସେ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ଆଇପିଏଲ ସରିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି। ଏହି ସିରିଜ୍ ଭାରତରେ ଅନୁଷ୍ଠିତ ହେବ। ଏହା ପରେ ଟିମ୍ ଇଣ୍ଡିଆ ତିନିଟି ODI ଏବଂ T20I ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ।

dinesh kartik

ଗାଭାସ୍କର ସ୍ପୋର୍ଟ ଟୁଡେକୁ କହିଛନ୍ତି ଯେ, ଏହି ଆଇପିଏଲ୍ ସମୟରେ କାର୍ତ୍ତିକ ଯେଉଁଭଳି ବିସ୍ଫୋରକ ଢଙ୍ଗରେ ଖେଳୁଛନ୍ତି ନିଶ୍ଚିତ ସେ ଆଇପିଏଲ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ। ମୁଁ ବିଶ୍ୱାସ କରୁଚି ଯେ, ସେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ଟୁର୍ନାମେଣ୍ଟରେ ଭାରତ ପାଇଁ ଫିନିସର୍ ଭୂମିକା ଗ୍ରହଣ କରିବେ। ବୋଧହୁଏ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ସିରିଜରେ ମଧ୍ୟ ସେ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ। ଗାଭାସ୍କର କହିଛନ୍ତି ଯେ ସେ କାର୍ତ୍ତିକଙ୍କୁ ନମ୍ବର ୬ କିମ୍ବା ୭ରେ ବ୍ୟାଟିଂ ଦିଆଯିବା ଉଚିତ।

ସୂଚନାଯୋଗ୍ୟ ଯେ, କାର୍ତ୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଫିନିଶରଙ୍କ ଭୂମିକା ତୁଲାଇ ଆଇପିଏଲ୍ ୨୦୨୨ ରେ ସୁପର ଫର୍ମରେ ଅଛନ୍ତି। ୧୨ ଟି ମ୍ୟାଚରେ ୨୭୪ ରନ୍ ସହ କାର୍ତ୍ତିକ ଏହି ସିଜନରେ ଆରସିବିର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଅଟନ୍ତି।