SL vs AUS: 4th ODI ରେ ଅଷ୍ଟ୍ରେଲିଆ କୁ ହରାଇ ଶ୍ରୀଲଙ୍କା ଇତିହାସ ରଚିଲା, 30 ବର୍ଷ ପରେ କଲା ଏହି ବଡ଼ ରେକର୍ଡ

  1. Home
  2. Cricket News

SL vs AUS: 4th ODI ରେ ଅଷ୍ଟ୍ରେଲିଆ କୁ ହରାଇ ଶ୍ରୀଲଙ୍କା ଇତିହାସ ରଚିଲା, 30 ବର୍ଷ ପରେ କଲା ଏହି ବଡ଼ ରେକର୍ଡ

AUS-vs-SL


କ୍ରିକେଟ ଖବର : ସ୍ଥାନୀୟ ଆର ପ୍ରେମଦାସୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଚତୁର୍ଥ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କା ୪ ରନରେ ଅଷ୍ଟ୍ରେଲିଆ ହରାଇଛି। ଏଥିସହିତ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଘରୋଇ ଶ୍ରୀଲଙ୍କା ଦଳ ୩-୧ ରେ ଆଗୁଆ ଜିତି ନେଇଛି । ଗତ ୩ଦଶନ୍ଧିରେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଏହା ଶ୍ରୀଲଙ୍କା ପାଇଁ ପ୍ରଥମ ବିଜୟ ।

SL-vs-AUS-4th-odi

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯ ଓଭରରେ ୨୫୮ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପାଇଁ ଚରିଥ ଅସଲଙ୍କା ୧୧୦ରନ , ୧୦ଚୌକା, ୧ଛକା ମାରିଥିଲେ।ଏହାର ଜବାବରେ ଅଷ୍ଟ୍ରେଲିଆ ଏକଦା ୪ ୱିକେଟ ହରାଇ ୧୮୯ ରନ କରିଥିଲା । କିନ୍ତୁ ମାତ୍ର ୩ରନ ମଧ୍ୟରେ ଡେଭିଡ ୱାନରଙ୍କ ସମେତ ୩ପ୍ରମୁଖ ବ୍ୟାଟରଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା ।

ଶେଷ ଆଡକୁ କୁମିନ୍ସଙ୍କ ୩୫ ରନ ଯୋଗଦାନ ସତ୍ୱେ ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୪ ରନରେ ସୀମିତ ରହିଥିଲା । ବିଜୟୀ ଦଳ ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ, ଡି ସିଲଭା ଓ ଜେଫ୍ରିଭାଣ୍ଡର ସେ ୨ ଟି ଲେଖାଏଁ ୱିକେଟ୍ ହାତେଇଥିଲେ।