ICC ODI World Cup 2023 ରୁ ନିଜର ଏହି ଭୁଲ ପାଇଁ ବାଦ୍ ପଡିପାରେ ସାଉଥ୍ ଆଫ୍ରିକା ଟିମ୍ ! ଜାଣନ୍ତୁ ଏହା ପଛର କାରଣ

  1. Home
  2. Cricket News

ICC ODI World Cup 2023 ରୁ ନିଜର ଏହି ଭୁଲ ପାଇଁ ବାଦ୍ ପଡିପାରେ ସାଉଥ୍ ଆଫ୍ରିକା ଟିମ୍ ! ଜାଣନ୍ତୁ ଏହା ପଛର କାରଣ

wc 2023 sa team out


କ୍ରିକେଟ ଖବର : ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବ । ଏହି ବିଶ୍ୱକପରେମ ସିଧାସଳଖ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତ ଟିମକୁ ନିଜ ନିଜର ଦିନିକିଆ ସିରିଜରେ ବିଜୟ ହାସଲ କରିବା ନିହାତି ଆବଶ୍ୟକ। ତେଣୁ ସବୁ ଟିମ ବିଶ୍ୱକପ ୨୦୨୩ ସୁପର ଲିଗର ଅଙ୍କତାଲିକାରେ ଶୀର୍ଷରେ ରହିବାକୁ ଚେଷ୍ଟା କରୁଛନ୍ତି। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଉ ତାହା ହେଲା ୨୦୨୩ ବିଶ୍ୱକପ ଦଳରୁ ବାଦ୍ ପଡ଼ିପାରେ ଦ.ଆଫ୍ରିକା ଟିମ।

କାହିଁକି ଦକ୍ଷିଣ ଆଫ୍ରିକା ଦଳ ବାଦ୍ ପଡିବ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରୁ :

ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଟିମ ମଧ୍ୟରେ ଦ.ଆଫ୍ରିକା ଅନ୍ୟତମ । କିନ୍ତୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ରୁ ଏହି ଟିମ ବାଦ୍ ପଡ଼ିପାରେ ବୋଲି ଶୁଣିବାକୁ ମିଳୁଛି । ଏହି ଟିମ ସିଧାସଳଖ କ୍ୱାଲିଫାଏ କରିବା ଦୌଡ଼ରେ ବଂଚିତ ହେବାକୁ ଯାଉଛି। ବତ୍ତର୍ମାନ ଏହି ଟିମ ଅଙ୍କତାଲିକାର ୧୧ ତମ ସ୍ଥୋନର ରହିଛି ।

wc 2023 super league points table

ଯେତେବେଳେ କି ଆଇସିସିର ନିୟମ କହୁଛି ଟପ୍ ୮ ଟିମ ହିଁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇପାରିବେ। 

ind_vs_sa_3rd_t20

ଅନ୍ୟପଟେ ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକାର ODI ସିରିଜ୍ ଜାନୁଆରୀରେ ଖେଳାଯିବାର ଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଏହାକୁ ବାତିଲ କରିଦେଇଥିଲା। ବର୍ତ୍ତମାନ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ପୁଣିଥରେ କରିବା ପାଇଁ ଦାବି କରିଛି କିନ୍ତୁ ଏହା ମଧ୍ୟ କଷ୍ଟସାଧ୍ୟ ମନେହେଉଛି। ଯଦି ଏହି ODI ସିରିଜ୍ ବାତିଲ ହୁଏ ତେବେ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ୩୦ ପଏଣ୍ଟ ମିଳିବ।ଯଦି ଏହା ଘଟେ ତେବେ ୨୦୨୩ରେ ହେବାକୁ ଥିବା ବିଶ୍ୱକପରୁ ଦକ୍ଷିଣ ଆଫ୍ରିକା ଦଳ ବାହାରିବା ନିଶ୍ଚିତ।