ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ରୁ ଶ୍ରେୟସ୍ ଆୟର ହେଲେ ବାହାର, ତେବେ BCCI ଏହି ଘାତକ RCB ଖେଳାଳିଙ୍କୁ କଲା ଦଳରେ ସାମିଲ

  1. Home
  2. Cricket News

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ରୁ ଶ୍ରେୟସ୍ ଆୟର ହେଲେ ବାହାର, ତେବେ BCCI ଏହି ଘାତକ RCB ଖେଳାଳିଙ୍କୁ କଲା ଦଳରେ ସାମିଲ


କ୍ରିକେଟ୍ ଖବର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆହତ କାରଣରୁ ମିଡିଲ ଅର୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ସିରିଜରୁ ବାଦ ପଡିଛନ୍ତି।  

ଆୟରଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ପିଠିରେ ଆଘାତ ଲାଗିଥିବାରୁ ଶ୍ରେୟାସଙ୍କୁ ସିରିଜରୁ ଦୂରେଇ ରଖାଯାଇଛି ବୋଲି ସୂଚନାରେ କୁହାଯାଇଛି। ବର୍ତ୍ତମାନ ଶ୍ରେୟସ୍ ଆୟରଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) କୁ ପଠାଯାଇଛି।

ଗତ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ବହୁତ ଭଲ ଥିଲା |  ସେ ଭାରତୀୟ ଦଳ ପାଇଁ ODI ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ। ସେ 17 ଟି ମ୍ୟାଚରେ 724 ରନ୍ ସ୍କୋର କରିଥିଲେ। କିନ୍ତୁ ଏହି ନୂତନ ବର୍ଷର ଆରମ୍ଭ ତାଙ୍କ ପାଇଁ ଭଲ ହୋଇନାହିଁ। ଆୟର ଚଳିତ ବର୍ଷ ତିନୋଟି ମ୍ୟାଚ୍ ଖେଳିଛନ୍ତି। ଶ୍ରୀଲଙ୍କା ବିପକ୍ଷ ODI ସିରିଜର ସମସ୍ତ ତିନୋଟି ମ୍ୟାଚରେ ଶ୍ରେୟସ୍ 28, 28 ଏବଂ 38 ସ୍କୋର କରିଥିଲେ।

Rajat

ଅନ୍ୟପଟେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ବର୍ତ୍ତମାନ ଉତ୍କୃଷ୍ଟ ଫର୍ମରେ ରହିଛନ୍ତି। ମଧ୍ୟପ୍ରଦେଶ ପାଇଁ ଖେଳୁଥିବା 29 ବର୍ଷୀୟ ପାଟିଦାର ଗତ ପାଞ୍ଚଟି ପ୍ରଥମ ଶ୍ରେଣୀ ମ୍ୟାଚର ଆଠ ଇନିଂସରେ ଏକ ଶତକ ଏବଂ ଚାରିଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପ୍ରଦର୍ଶନ ଆଧାରରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ODI ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ ରକ୍ଷକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମଦ  ସିରାଜ, ଉମ୍ରାନ ମଲିକ। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ପ୍ରଶଂସକମାନେ ପଚାରିଲେ, ଆମ ସଞ୍ଜୁ କେଉଁଠାରେ ଅଛନ୍ତି ? ସୂର୍ଯ୍ୟକୁମାର ଯାଦବଙ୍କ ଦେଲେ ଏମିତି ପ୍ରତିକ୍ରିୟା