ନେହେରା ଦେଲେ ବଡ଼ ବୟାନ, କହିଲେ - IPL 2022 ରେ ଭଲ ପ୍ରଦର୍ଶନ ପରେ ବି ଶାମି ଖେଳିବେ ନାହିଁ T-20 ବିଶ୍ୱକପ, କାରଣ...

  1. Home
  2. Cricket News

ନେହେରା ଦେଲେ ବଡ଼ ବୟାନ, କହିଲେ - IPL 2022 ରେ ଭଲ ପ୍ରଦର୍ଶନ ପରେ ବି ଶାମି ଖେଳିବେ ନାହିଁ T-20 ବିଶ୍ୱକପ, କାରଣ...

shami-and-nehra


କ୍ରିକେଟ ଖବର : ଚଳିତ ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ଟି -୨୦  ବିଶ୍ୱକପ୍ ଖେଳାଯିବ। ଟିମ୍ ଇଣ୍ଡିଆ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସାରିଥିବା ଭାରତ-ଦକ୍ଷିଣ ଆଫ୍ରିକା ସିରିଜରେ ଚୟନକର୍ତ୍ତାମାନେ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି । ଏହି ଖେଳାଳୀମାନଙ୍କ ମଧ୍ୟରୁ କେତେକ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଏସବୁ ମଧ୍ୟରେ ଭାରତୀୟ ପେସର ମହମ୍ମଦ ଶାମି ବିଶ୍ୱକପ ଦଳରେ ସ୍ଥାନ ପାଇବେ କି ନାହିଁ ତାହା କହିବା କଷ୍ଟକର ହୋଇପଡିଛି।

ପୂର୍ବତନ ଭାରତୀୟ ପେସର୍ ଆଶିଷ ନେହେରା ଶାମିଙ୍କ ଉପରେ ଏକ ବଡ଼ କଥା କହିଛନ୍ତି । ନେହେରା କହିଛନ୍ତି ଯେ ଏହା ହୋଇପାରେ ଯେ ଚଳିତବର୍ଷର ଶେଷ ବେଳକୁ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଶାମି ଦଳରେ ସ୍ଥାନ ପାଇପାରନ୍ତି ନାହିଁ । ନେହେରା ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୩ ରେ ହେବାକୁ ଥିବା ୱାନଡେ ବିଶ୍ୱକପ ପାଇଁ ଚୟନକର୍ତ୍ତାମାନେ ଶାମିଙ୍କ ନାମକୁ ବିଚାର କରି ପାରନ୍ତି ।

କ୍ରିକବଜ୍ ସହିତ କଥାବାର୍ତ୍ତା କରି ନେହେରା କହିଛନ୍ତି:

ବର୍ତ୍ତମାନ ଦେଖାଯାଉଛି ଯେ ଶାମି ଟି -୨୦ ବିଶ୍ୱକପ ପାଇଁ ଫିଟ୍ ନୁହଁନ୍ତି । ଯଦି ଟିମକୁ ଶାମିଙ୍କ ଆବଶ୍ୟକତା ପଡେ  ,ତେବେ ପରିଚାଳନା ତାଙ୍କ ଦକ୍ଷତା ପରିଖିବ। ମୁ ବୁଝିପାରୁଛି ଯଦି ସେ ଟି -୨୦ ବିଶ୍ୱକପ ଖେଳିବେନି ତେବେ ସେ ଟେଷ୍ଟ କ୍ରିକେଟ୍ ଖେଳିବା ଜାରି ରଖିବେ। ଯଦିଓ ଦଳ ପରିଚାଳନାକୁ ଯୁବ ଖେଳାଳିଙ୍କୁ ଏକ ସୁଯୋଗ ଦେବାକୁ ପଡିବ, ତେବେ ୨୦୨୩ ବିଶ୍ୱକପ ପାଇଁ ଶାମିଙ୍କୁ ବିଚାର କରାଯିବା ଉଚିତ। 

nehra_shami

ସୂଚନାଯୋଗ୍ୟ ଯେ, ଶାମି ଆଇପିଏଲ ୨୦୨୨ ରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳିଥିଲେ। ୨୦ ଟି ୱିକେଟ୍ ନେଇ ଏହି ଦଳ ପାଇଁ ଟ୍ରଫି ଜିତିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।