ଦେଖନ୍ତୁ ଭିଡ଼ିଓ: ସୂର୍ଯ୍ୟଙ୍କ ବିଷୟରେ ଗମ୍ଭୀର କହୁଥିବା ବେଳେ ହଠାତ ସୂର୍ଯ୍ୟକୁମାର ଆସିଗଲେ, ହେଲା ମଜାଦାର ଡ୍ରାମା

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ସୂର୍ଯ୍ୟଙ୍କ ବିଷୟରେ ଗମ୍ଭୀର କହୁଥିବା ବେଳେ ହଠାତ ସୂର୍ଯ୍ୟକୁମାର ଆସିଗଲେ, ହେଲା ମଜାଦାର ଡ୍ରାମା

gautam-gambhir-suryakumar-yadav


କ୍ରିକେଟ୍ ଖବର : ଏସିଆ କପର ସୁପର 4 ରାଉଣ୍ଡ ଆରମ୍ଭ ହୋଇଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଆଉ ଆଫଗାନିସ୍ତାନ ଦଳ ସୁପର 4 ରେ ପହଁଚିଛନ୍ତି। ଏହି 4 ଦଳ ମଧ୍ୟରେ ବର୍ତ୍ତମାନ ଜୋରଦାର ମୁକାବିଲା ହେବ। ଏସିଆ କପ୍ ଟ୍ରଫି ପାଇଁ ନିଜର ଜି ଜାନ୍ ଲଗାଇ ଦେବେ ଏହି 4 ଦଳର ଖେଳାଳି। 

SURYA KUMAR

କିନ୍ତୁ ଏହାରି ମଧ୍ୟରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଭିଡ଼ିଓରେ ଦେଖିବାକୁ ମିଳୁଛି ଗୌତମ ଗମ୍ଭୀର ଏବଂ ଜତିନ୍ ସାପ୍ରୁ ଟିମ୍ ଇଣ୍ଡିଆର ତୃତୀୟ ନମ୍ବର୍ ଖେଳାଳି ବିରାଟ କୋହଲିଙ୍କ  ବିଷୟରେ କଥା ହେଉଛନ୍ତି। ଠିକ୍ ସେହି ସମୟରେ ସୂର୍ଯ୍ୟକୁମାର ଯାଦବ ଗୌତମଙ୍କ ପଛପଟୁ ଆସି କାନ୍ଧରେ ହାତ ପକାଇଦିଅନ୍ତି। ଆଉ ଗୌତମ ହଠାତ ନର୍ଭସ ହୋଇ ଯାଆନ୍ତି। 

ବିରାଟଙ୍କ ବିଷୟରେ କଣ କଥା ହେଉଥିଲେ ଗୌତମ  ଏବଂ ଜତିନ୍ :

ଏସିଆ କପରେ ନିଜର ଦ୍ଵିତୀୟ ମ୍ୟାଚରେ ହଂକଂ ଦଳକୁ ଭେଟିଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ଭାରତୀୟ ଦଳ 192 ରନ ସଂଗ୍ରହ କରିଥିଲା। ସେ ପୁଣି ମାତ୍ର 2 ୱିକେଟ୍ ହରାଇ। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଯୁବ ଖେଳାଳି ସୂର୍ଯ୍ୟକୁମାର ଯାଦବ ବିସ୍ଫୋରଣ ଢଙ୍ଗରେ ଖେଳିଥିଲେ। କିନ୍ତୁ ଏହି ମ୍ୟାଚରେ ସୂର୍ଯ୍ୟ ଭୟାନକ ମୁଡରେ ରହିଥିଲେ। ସେ ମାତ୍ର 26 ବଲରେ 6 ଟି ଛକା ଏବଂ 6 ଟି ଚୌକା ସହାୟତାରେ ଏହି ରନ ବର୍ଷା କରିଥିଲେ। 

ତେବେ ମ୍ୟାଚ ସରିବା ପରେ ଷ୍ଟାର୍ ସ୍ପୋର୍ଟସର୍ ଟିଭି ପ୍ରତିନିଧୀ ଜତିନ୍ ସାପ୍ରୁ ଏବଂ ଗୌତମ ଗମ୍ଭୀର ଷ୍ଟାଡିୟମରେ କଥା ହେଉଥିଲେ। ସେମାନେ କଥା ହେଉଥିଲେ ଯେ, ଯଦି ବିରାଟ କୋହଲିଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ବ୍ୟାଟିଂ ଦାୟିତ୍ୱ ଦିଆଯାଏ, ତେବେ ଟିମ୍ ଇଣ୍ଡିଆର ମ୍ୟାଚ୍ ଜିତିବା ପ୍ରତିଶତ ଆହୁରି ଅଧିକ ରହିବ। 

ଦେଖନ୍ତୁ ଭିଡ଼ିଓ:

ତେବେ ଦୁହେଁ ଏମିତି କଥା ହେଉ ହେଉ ଗୌତମଙ୍କ ପଛ ସାଇଡରୁ ସୂର୍ଯ୍ୟକୁମାର ଯାଦବ ଆସି ତାଙ୍କ କାନ୍ଧରେ ହାତ ପକାଇ କୋଳାଗ୍ରତ କଲେ। ଏଥିରେ ଟିକେ ନର୍ଭସ ହୋଇ ଗୌତମ , ସୂର୍ଯ୍ୟଙ୍କୁ କହିଲେ ଯେ, ଆମେ କଥା ହେଉଥିଲୁ ତୁମକୁ 3 ନମ୍ବରରେ ଖେଳୁଥିବାର ଦେଖିବା ପାଇଁ। ସେପଟେ ଜତିନ୍ ସାପ୍ରୁ ମଧ୍ୟ ବିଳମ୍ବ ନକରି କହିଲେ ଯେ, ଯେକୌଣସି ବ୍ୟାଟିଂ ଅର୍ଡରରେ ବ୍ୟାଟିଂ କରିବାକୁ ସୂର୍ଯ୍ୟ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ ଯେ, ସୂର୍ଯ୍ୟଙ୍କ ଦେଖି ଗୌତମ ଆଉ ଜତିନ୍ ବିରାଟଙ୍କ କଥା ଉଠାଇ ନ ଥିଲେ।