IND vs SL: ଭାରତକୁ ଲାଗିଲା ବଡ଼ ଝଟକା, ଏହି ମ୍ୟାଚ ବିଜେତା ଘାତକ ଖେଳାଳି ଟିମ୍ ରୁ ହେଲେ ବାହାର୍

  1. Home
  2. Cricket News

IND vs SL: ଭାରତକୁ ଲାଗିଲା ବଡ଼ ଝଟକା, ଏହି ମ୍ୟାଚ ବିଜେତା ଘାତକ ଖେଳାଳି ଟିମ୍ ରୁ ହେଲେ ବାହାର୍

Ind vs sl


କ୍ରିକେଟ ଖବର : ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଶ୍ରୀଲଙ୍କା ବିରୁଦ୍ଧ 2ୟ ଏବଂ 3ୟ ଟି-20 ମ୍ୟାଚରେ ଖେଳିବେ ନାହିଁ। ପ୍ରଥମ ଟି-20 ରେ ସେ ଆହତ ହେବା ପରେ, ଦ୍ୱିତୀୟ ଟି-20 ପାଇଁ ସେ ଟିମ ସହିତ ପୁଣେ ଯାତ୍ରା କରିନାହାନ୍ତି । ଚିକିତ୍ସା ପାଇଁ ସେ ମୁମ୍ବାଇରେ ଅଛନ୍ତି ।

ପ୍ରଥମ ଟି-20 ମ୍ୟାଚରେ ଫିଲଡିଂ କଲାବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଓପନର ପ୍ରଥୁମ ନିଶଙ୍କାଙ୍କ ଏକ କ୍ୟାଚ ନେବାକୁ ଯାଇ ସେ ପଡ଼ିଯିବାରୁ ଆଣ୍ଠୁରେ ଆଘାତ ଲାଗିଥିଲା । ଉକ୍ତ କ୍ୟାଚକୁ ବି ସେ ନେଇପାରିନଥିଲେ । ତେବେ ଆଘାତ ସତ୍ତ୍ବେ ସେ ମ୍ୟାଚରେ ଫିଲଡିଂ ଜାରି ରଖିଥିଲେ । 

Sanju Samson

ଆହୁରି ପଢ଼ନ୍ତୁ: IND vs SL 2nd T20i: ପାଣ୍ଡ୍ୟା ବର୍ତ୍ତମାନ ସଞ୍ଜୁ ସାମସନଙ୍କୁ ଦଳରୁ ବାହାର କରିବେ କି? ଦେଖନ୍ତୁ ଭାରତର ସମ୍ଭାବ୍ୟ ଏକାଦଶ ତାଲିକା

ମ୍ୟାଚ ପରେ ସେ ଆଣ୍ଠୁରେ ଫୁଲା ଅନୁଭବ କରିଥିଲେ । ଫଳରେ ସ୍କାନିଂ ଓ ଡାକ୍ତରୀ ପରାମର୍ଶ ପାଇଁ ସେ ମୁମ୍ବାଇରେ ହିଁ ଅଛନ୍ତି। ପ୍ରଥମ ଟି-20 ରେ ସେ ମାତ୍ର 5 ରନରେ ଆଉଟ ହୋଇଥିଲେ ବି 2ୟ ଟି-20 ପାଇଁ ସେ ଟିମରେ ସ୍ଥାନ ପାଇବାର ସମ୍ଭାବନା ରହିଥିଲା । କିନ୍ତୁ ଆହତ ହେବାରୁ ସେ ବାଦ ପଡ଼ିବା ନିଶ୍ଚିତ ହୋଇଯାଇଛି।