ଦେଖନ୍ତୁ ଭିଡିଓ: ଲାଇଭ୍ ମ୍ୟାଚରେ ପଡ଼ିଆ ଭିତରକୁ ପଶି ଆସିଲେ ରୋହିତଙ୍କ ଫ୍ୟାନ୍, ପଡି ଉଠି ସିକୁରିଟି ଗାର୍ଡ ଏମିତି ଭାବେ ଟେକି ନେଲେ

  1. Home
  2. Cricket News

ଦେଖନ୍ତୁ ଭିଡିଓ: ଲାଇଭ୍ ମ୍ୟାଚରେ ପଡ଼ିଆ ଭିତରକୁ ପଶି ଆସିଲେ ରୋହିତଙ୍କ ଫ୍ୟାନ୍, ପଡି ଉଠି ସିକୁରିଟି ଗାର୍ଡ ଏମିତି ଭାବେ ଟେକି ନେଲେ

rohit fan enterd into the ground


କ୍ରିକେଟ ଖବର : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ସୁପର -12 ରାଉଣ୍ଡର ଅନ୍ତିମ ମ୍ୟାଚରେ ପଡ଼ିଆରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ପ୍ରଶଂସକ ନିଜର ପ୍ରିୟ ଖେଳାଳିଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଲାଙ୍ଘୁଥିବାର ଦୃଶ୍ୟ କ୍ରିକେଟ୍ ପଡିଆରେ ସର୍ବଦା ଦେଖିବାକୁ ମିଳିଛି। ଟି-20 ବିଶ୍ଵକପ୍ 2022 ରେ ଭାରତ ବନାମ ଜିମ୍ବାଓ୍ଵେ ମ୍ୟାଚ୍‌ ସମୟରେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାରତୀୟ ପ୍ରଶଂସକ କଡା ସୁରକ୍ଷାକୁ ଲାଙ୍ଘି ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ପଡିଆ ଭିତରକୁ ପଶି ଆସିଥିଲେ।

ହେଲେ ତାଙ୍କୁ ଜଣାନଥିଲା ଯେ, ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ। ପ୍ରଶଂସକଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗିଛି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଖବର ଅନୁଯାୟୀ, ମ୍ୟାଚ୍ ସମୟରେ ପଡିଆ ଭିତରକୁ ପଶିବା ଅପରାଧରେ ଉକ୍ତ ପ୍ରଶଂସକଙ୍କ ଉପରେ ୬ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି। 

rohit fan entered in ground

ତେବେ ଏହି ଘଟଣା ଜିମ୍ବାଓ୍ଵେ ଇନିଂସର ୧୭ତମ ଓଭରରେ ଘଟିଛି। ପଡିଆ ଭିତରକୁ ପଶିବା ମାତ୍ରେ ସୁରକ୍ଷା କର୍ମୀ ପ୍ରଶଂସକଙ୍କ ଧରିବା ପାଇଁ ଉଦ୍ୟମ କରିଥିଲେ ହେଁ, ସେ ଚକମା ଦେଇ ରୋହିତ ଶର୍ମାଙ୍କ ଆଡକୁ ଦୌଡିବାରେ ଲାଗିଥିଲେ। ଏହି ସମୟରେ ଜଣେ ଗାର୍ଡ ଚମତ୍କାର ଡ୍ରାଇଭ ମାରି ଏହି ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। 

ଦେଖନ୍ତୁ ଭିଡିଓ:

ତେବେ ଯେତେବେଳେ ସୁରକ୍ଷାକର୍ମୀ ତାଙ୍କୁ ଧରିଲେ ରୋହିତ ଶର୍ମା ତୁରନ୍ତ ଗାର୍ଡ ନିକଟକୁ ଆସି ପ୍ରଶଂସକଙ୍କୁ ଆରାମରେ ବାହାରକୁ ନେଇ ଯିବାକୁ କହିଥିଲେ। ବାହାରକୁ ଯିବା ସମୟରେ ଏହି ପ୍ରଶଂସକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ଟିମ୍ ଇଣ୍ଡିଆ ଟେବୁଲ୍ ଟପ୍ପର ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ନଭେମ୍ବର 10 ରେ ଇଂଲଣ୍ଡ ବିପକ୍ଷ ଦଳ ସେମିଫାଇନାଲ ମ୍ୟାଚ ଖେଳିବ। ପ୍ରଥମ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ 9 ତାରିଖରେ ଖେଳାଯିବ। ପାକିସ୍ତାନ ସେମିଫାଇନାଲରେ ପହଁଚିବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ହୋଇନାହିଁ।