ଭାରତର ବିଜୟ ପରେ ମଧ୍ୟ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ, କହିଲେ ପନ୍ତଙ୍କୁ ବାହାର କରି ଏହି ଖେଳାଳିଙ୍କୁ ସୁଯୋଗ ଦିଅ

  1. Home
  2. Cricket News

ଭାରତର ବିଜୟ ପରେ ମଧ୍ୟ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ, କହିଲେ ପନ୍ତଙ୍କୁ ବାହାର କରି ଏହି ଖେଳାଳିଙ୍କୁ ସୁଯୋଗ ଦିଅ

ind_vs_sa_3rd_t20


କ୍ରିକେଟ ଖବର : ଗତକାଲି ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ତୃତୀୟ ଟି-20 ମ୍ୟାଚକୁ 48 ରନରେ ବିଜୟ ହାସଲ କରିଛି ପନ୍ତ ବାହିନୀ। ଏହା ସହିତ ଏହି ସିରିଜ୍ 2-1 ରେ ପହଂଚିଛି। ତେବେ ତୃତୀୟ ମ୍ୟାଚରେ ଅଧିନାୟକ ଭାବରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଜିତିବା ପରେ ବି ପ୍ରସଂଶକଙ୍କର ଟ୍ରୋଲର ଶିକାର ହୋଇଛନ୍ତି ରିଷଭ ପନ୍ତ। 

କାହିଁକି ଟ୍ରୋଲ୍ ହେଲେ ପନ୍ତ ?

ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଦୁଇ ଓପନର ଇଶାନ କିଶାନ ଏବଂ ରିତୁରାଜ ଗାଇକୱାଡ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଇଶାନ 35 ବଲରେ 54 ରନ ସଂଗ୍ରହ କରିଥିବା ବେଳେ, ରିତୁରାଜ ମଧ୍ୟ 35 ବଲରେ 57 ରନ ସଂଗ୍ରହ କରିଥିଲେ।

SANJU

କିନ୍ତୁ ଅଧିନାୟକ ରିଷଭ ପନ୍ତ 8 ଟି ବଲ୍ ଖେଳି ମାତ୍ର 6 ରନ୍ ହିଁ ମାରିଥିଲେ। ଯେଉଁଥି ପାଇଁ କ୍ରିକେଟ ପ୍ରସଂଶକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ସଂଜୁ ସାମସନଙ୍କ ସହିତ ତୁଳନା କରିଛନ୍ତି। ଜଣେ ୟୁଜର୍ କହିଛନ୍ତି ଯେ, ସଂଜୁ ସାମସନ ତୁମ ଠାରୁ ଭଲ ଖେଳୁଛନ୍ତି। ଆଉ ଜଣେ ୟୁଜର୍ ଲେଖିଛନ୍ତି , ପନ୍ତ ଅଧିନାୟକ ହେବା ଯୋଗ୍ୟ ନୁହଁ ।