IND vs PAK ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏହି ଖେଳାଳି ହେଲେ ଅସୁସ୍ଥ, ଲୋକେ କହିଲେ ବହୁତ ଭଲ ହେଲା...

  1. Home
  2. Cricket News

IND vs PAK ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏହି ଖେଳାଳି ହେଲେ ଅସୁସ୍ଥ, ଲୋକେ କହିଲେ ବହୁତ ଭଲ ହେଲା...

india-vs-pakistan-match-in-asia-cup-2022-ind-vs-pak


କ୍ରିକେଟ୍ ଖବର : ଏସିଆ କପର ସୁପର 4 ରାଉଣ୍ଡ ର ମୁକାବିଲାରେ ଆଜି ଭାରତ - ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ରୂପରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ ରବିନ୍ଦ୍ର ଜାଡେଜାଙ୍କ ପରେ ବର୍ତ୍ତମାନ ଦଳର ଆଉ ଜଣେ ବୋଲର ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡିଛନ୍ତି। ସେ ଅସୁସ୍ଥ ଥିବାରୁ ଏହି ମ୍ୟାଚ୍ ଖେଳି ପାରିବେ ନାହିଁ। ଏମିତିରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତିବା କଷ୍ଟକର ବ୍ୟାପାର ମନେ ହେଉଛି।  

ଏହି ଖେଳାଳି ହେଲେ ଅସୁସ୍ଥ : 

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଆବେଶ ଖାନ ଏହି ମ୍ୟାଚରେ ଭାଗ ନେବାକୁ ଫିଟ୍ ନୁହଁନ୍ତି। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଆବେଶ ଖାନଙ୍କ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡ କିଛି କଥା ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆବେଶ ଖାନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଏବଂ ଆଜି ସେ ଅଭ୍ୟାସ ଅଧିବେଶନରେ ମଧ୍ୟ ଭାଗ ନେଇ ନାହାଁନ୍ତି। ଦ୍ରାବିଡଙ୍କ ଅନୁଯାୟୀ ପାଗ ହେତୁ ଆବେଶ ଖାନଙ୍କୁ ସାମାନ୍ୟ ଜ୍ୱର ହୋଇଛି।  ବର୍ତ୍ତମାନ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଡାକ୍ତରମାନେ ଯଥାଶୀଘ୍ର ତାଙ୍କୁ ଭଲ କରିବାକୁ ଚେଷ୍ଟା କରୁଛନ୍ତି। 

avesh khan

ରାହୁଲ ଦ୍ରାବିଡ ଆହୁରି ବି କହିଛନ୍ତି ଯେ ଆବେଶ ଖାନ ଶୀଘ୍ର ସୁସ୍ଥ ହେବେ।  ଆମେ ଆଶା କରୁଛୁ ସେ ଏସିଆ କପ୍‌ର ବାକି ମ୍ୟାଚ୍‌ରେ ଭାଗ ନେଇ ପାରିବେ।  ତାଙ୍କୁ ପାକିସ୍ତାନ ବିପକ୍ଷରେ ଦଳରେ ଚୟନ କରିବା କଷ୍ଟକର ହୋଇପଡୁଛି।  କିନ୍ତୁ ଯଦି ତାଙ୍କ ଅବସ୍ଥାରେ ସୁଧାର ଆସେ, ତେବେ ସେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିପାରିବେ।  ତେବେ ରବିବାର ମ୍ୟାଚ୍‌ ପାଇଁ ଖାନଙ୍କ ବିକଳ୍ପ ଉପରେ ଭାରତୀୟ ଦଳ ଆଲୋଚନା କରୁଛନ୍ତି।

ଏହି ଖବର ମିଳିବା ପରେ ସୋସିଆଲ ମିଡ଼ିଆ ରେ ଲୋକେ ଭାରତ ପାଇଁ ଏହା ଭଲ ଖବର ବୋଲି କହି ଆବେଶ ଖାନ ଙ୍କୁ ସମାଲୋଚନା କରିଛନ୍ତି । ତେବେ ଆବେଶ ଙ୍କ ବଦଳରେ କାହାକୁ ସୁଯୋଗ ମିଳିବ ତାହା ଦେଖିବା ବାକି ରହିଲା ।