PAK vs ZiM: ଜିମ୍ବାୱେଠୁ ପରାଜୟ ସହି ପାରୁନାହାନ୍ତି ଶୋଏବ ଅଖତର, କହିଲେ "ଆର ସପ୍ତାହରେ ଭାରତ ମଧ୍ୟ ବାହାରିଯିବ"

  1. Home
  2. Cricket News

PAK vs ZiM: ଜିମ୍ବାୱେଠୁ ପରାଜୟ ସହି ପାରୁନାହାନ୍ତି ଶୋଏବ ଅଖତର, କହିଲେ "ଆର ସପ୍ତାହରେ ଭାରତ ମଧ୍ୟ ବାହାରିଯିବ"

akhtar said bout india


କ୍ରିକେଟ ଖବର : ଗୁରୁବାର ଦିନ ଆଇସିସି ଟି -20 ବିଶ୍ୱକପ 2022 ରେ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଏକ ରନରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଯୋଗୁଁ ପାକିସ୍ତାନର ସମସ୍ତ ପୂର୍ବତନ କ୍ରିକେଟରମାନେ ଚୟନକମିଟି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ରମିଜ ରାଜାଙ୍କୁ ଟାର୍ଗେଟ କରିଛନ୍ତି।

କିନ୍ତୁ ପାକର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏହି ଦୁଇଜଣଙ୍କ ବ୍ୟତୀତ ଭାରତୀୟ ଦଳକୁ ଉପରେ ବି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଜିମ୍ବାୱେ ବିପକ୍ଷରେ ପାକିସ୍ତାନର ପରାଜୟ ସେମାନଙ୍କ ପାଇଁ ଆଇସିସି ଟି -20 ବିଶ୍ୱକପ 2022 ସେମିଫାଇନାଲରେ ପ୍ରବେଶ କରିବାର ବାଟକୁ କଷ୍ଟ କରିଛି।

ind vs pak t20 world cup 2022

ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, 'ମୁଁ କହିସାରିଛି ଯେ ଏହି ସପ୍ତାହରେ ପାକିସ୍ତାନ ବିଶ୍ୱକପରୁ ଫେରିବ ଏବଂ ଆସନ୍ତା ସପ୍ତାହରେ ସେମିଫାଇନାଲ ଖେଳିବାରୁ ବଂଚିତ ହେବ ଭାରତ। ସେମାନେ କୌଣସି ତିସ୍ ମାର୍ ଖାନ୍ ନୁହଁନ୍ତି।

ଦେଖନ୍ତୁ ଭିଡ଼ିଓ:

ସୂଚନା ଯେ, ଗ୍ରୁପ୍-2 ରେ ଭାରତ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଭାରତର ଅବଶିଷ୍ଟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ବାଂଲାଦେଶ ବିପକ୍ଷରେ ଅଛି। ଆଉ କ୍ରିକେଟ ବିଶେଷଜ୍ଞ କହୁଛନ୍ତି ଯେ, ଭାରତ ଏହି ସମସ୍ତ ମ୍ୟାଚ ଜିତିବ। ଆଉ ସେମିଫାଇନାଲରେ ପ୍ରବେଶ କରିବ। କିନ୍ତୁ ଅଖତର ଭାରତ ବିପକ୍ଷରେ ଦେଇଥିବା ଏଭଳି ବୟାନ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।