Asia Cup 2022: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ କୋଚ ସାକ୍ଲେନ୍ ମୁଶ୍ଟକ ଭାରତୀୟ ଦଳକୁ ଦେଲେ ବଡ଼ ଚେତାବନୀ

  1. Home
  2. Cricket News

Asia Cup 2022: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ କୋଚ ସାକ୍ଲେନ୍ ମୁଶ୍ଟକ ଭାରତୀୟ ଦଳକୁ ଦେଲେ ବଡ଼ ଚେତାବନୀ

ind vs pak pakistan coach saqlain mushtaq


କ୍ରିକେଟ୍ ଖବର : ଅଗଷ୍ଟ 28 ରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ୍ ହେବାକୁ ଯାଉଛି। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇ ସାରିଲେଣି। ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 14 ଟି ମ୍ୟାଚ୍ ହୋଇଛି। ସେଥିମଧ୍ୟରୁ ଭାରତ 8 ଟି ମ୍ୟାଚ୍ ଜିତିଛି। ଏଥି ସହ ପାକିସ୍ତାନ ମାତ୍ର 5 ଟି ମ୍ୟାଚ ଜିତିଛି। ବର୍ତ୍ତମାନ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ କୋଚ୍ ସାକ୍ଲେନ୍ ମୁଶ୍ଟାକ ଭାରତୀୟ ଦଳକୁ ଏକ ବଡ଼ ଚେତାବନୀ ଦେଇଛନ୍ତି।

ଆହତ କାରଣରୁ ପାକିସ୍ତାନର ତାରକା ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏସିଆ କପ୍‌ରୁ ବାଦ୍ ପଡିଛନ୍ତି।  ଏହି ବିଷୟରେ ସାକ୍ଲେନ୍ ମୁଶ୍ଟକ୍ କହିଛନ୍ତି, 'ଗତ କିଛି ବର୍ଷ ହେଲା ନାସିମ ଶାହା, ମହମ୍ମଦ ହସନେନ୍ ଏବଂ ହରିସ୍ ରାଉଫ ପାକିସ୍ତାନ ଦଳର ଯୋଜନା ଏବଂ ଦାବିକୁ ପ୍ରକୃତରେ ଭଲ ଭାବରେ କାର୍ଯ୍ୟକାରୀ କରୁଛନ୍ତି। 

pak team

ସେ ତାଙ୍କ ପ୍ରଦର୍ଶନ ସହିତ ସପୋର୍ଟ ଷ୍ଟାଫ୍, ଅଧିନାୟକ ଏବଂ ମୋତେ ଭରସା ଦେଇଛନ୍ତି। ଏହି ତିନୋଟି ଖେଳାଳୀ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ ଖେଳ ପରିବର୍ତ୍ତନ କରିପାରିବେ ଏବଂ ଭାରତୀୟ ଦଳକୁ ଧ୍ୱଂସ ବିଧ୍ଵଂସ କରିପାରିବେ। 

ଏସିଆ କପ୍ ପାଇଁ ପାକିସ୍ତାନ ଦଳ :

ବାବର ଆଜମ (ଅଧୀନାୟକ), ଶାଦବ ଖାନ, ଅସୀଫ ଅଲି, ଫଖର ଜମାନ, ହାୟଦାର ଅଲି, ହରିସ ରାଉଫ, ଇଫ୍ଟିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ହସେନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ (wK), ମହମ୍ମଦ ୱାସିମ ଜୁନିୟର, ନସିମ ଶାହା, ଶାହନାବାଜ୍ ଦହାନି ଏବଂ ଉସମାନ କାଦିର।