ENG vs IND 2nd ODI ରେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ହେବା ପରେ କହିଲେ ରିସ୍ ଟୋପଲି ଭାରତକୁ କଲେ ଚ୍ୟାଲେଞ୍ଜ

  1. Home
  2. Cricket News

ENG vs IND 2nd ODI ରେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ହେବା ପରେ କହିଲେ ରିସ୍ ଟୋପଲି ଭାରତକୁ କଲେ ଚ୍ୟାଲେଞ୍ଜ

topley on india


କ୍ରିକେଟ ଖବର : ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ କ୍ରିକେଟ୍ ଦଳର ଦ୍ରୁତ ବୋଲର ରିସ୍ ଟୋପଲି ଭାରତୀୟ ଦଳ ବିପକ୍ଷରେ ଏକ ଐତିହାସିକ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ 100 ରନ୍‌ର ଏକ ବଡ଼ ବିଜୟ ହାସଲ କରିଛି।  ଯେଉଁଥିରେ ରେସ୍ ଟୋପଲିଙ୍କ ଦ୍ୱାରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇବା ପରେ ରିସ୍ ତାଙ୍କର ପ୍ରତ୍ୟାବର୍ତ୍ତନ କାହାଣୀ, ଏବଂ ଏହି ଦିନିକିଆ ସିରିଜ୍ ଜିତିବା ପାଇଁ ଦଳ କଣ ରଣନୀତି କରିଛି ତାହା ସେୟାର କରିଛନ୍ତି। 

ରିସ୍ ଟୋପଲିଙ୍କ ଦ୍ଵିତୀୟ ମ୍ୟାଚରେ ପ୍ରଦର୍ଶନ : 

eng vs ind r topley

ରିସ୍ ଟୋପଲି ଭାରତ ବିପକ୍ଷରେ ମାରାତ୍ମକ ବୋଲିଂ କରିଛନ୍ତି। ଟି -20 ସିରିଜ୍ ଠାରୁ ଆରମ୍ଭ କରି ODI ସିରିଜ୍ ପର୍ଯ୍ୟନ୍ତ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରହିଛି।ଦ୍ଵିତୀୟ ମ୍ୟାଚରେ ରିସ୍ ଟୋପଲି ନିଜର ବେଷ୍ଟ ବୋଲିଂରେ ଟିମ୍ ଇଣ୍ଡିଆକୁ ମାତ୍ ଦେଇଥିଲେ। ସେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ଶିଖର ଧାୱନ, ସୁର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ନେଇ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅପକୁ ଧ୍ୱଂସ କରିଥିଲେ।  ଯାହା ପରେ ଭାରତ ଏହି ମ୍ୟାଚରେ କମବ୍ୟାକ୍ କରିପାରିନଥିଲା ଏବଂ ମ୍ୟାଚ୍ ହାରିଥିଲା। ଏହି ମ୍ୟାଚରେ ମାତ୍ର 24 ରନ୍ ଦେଇ ରିସ୍ ଟୋପଲି 6 ଟି ୱିକେଟ୍ ନେଇଛନ୍ତି। ଯାହାକି ଲର୍ଡସ୍ ର କୌଣସି ବୋଲରଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲିଂ ଫିଗର୍ ଅଟେ। 

ଏହି ମ୍ୟାଚକୁ ନେଇ କଣ କହିଲେ ରିସ୍ ଟୋପଲି :

ତାଙ୍କର ସୁପର ବୋଲିଂ ବିଷୟରେ କଥାବାର୍ତ୍ତା କରି ରିସ୍ ଟୋପଲି ତାଙ୍କ ସଂଘର୍ଷର ଏକ ଛୋଟ କାହାଣୀ ଏବଂ 3 ବର୍ଷ ପୂର୍ବେ କିପରି ଆଘାତରୁ ଫେରି ଏକ ବେଷ୍ଟ କମବ୍ୟାକ୍ କରିଛନ୍ତି ତାହା ବିଷୟରେ ସେୟାର କରିଛନ୍ତି। ଏହା ସହିତ ସେ ଜୁଲାଇ 17 ରେ ଅନୁଷ୍ଠିତ ହେବାକୁ ଥିବା ନିର୍ଣ୍ଣାୟକ ମ୍ୟାଚ୍ ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି।

eng team

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବା ପରେ ରିସ୍ ଟୋପଲି କହିଛନ୍ତି, "ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଫେରିବା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଛି।  ମୁଁ ମୋର ଭୂମିକା ଗ୍ରହଣ କରି ଖୁସି। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।  ମୁଁ ତିନି ବର୍ଷ ପୂର୍ବେ ଅସ୍ତ୍ରୋପଚାର କରିଥିଲି, ଏହା ପରେ ଇଂଲଣ୍ଡ ପାଇଁ ଖେଳିବା ସମସ୍ତଙ୍କ ସ୍ୱପ୍ନ ଏବଂ ମ୍ୟାଚ୍ ଜିତିବା ପରେ ମୋର ଭୂମିକା ଗ୍ରହଣ କରିବା ଜରୁରୀ। ସପ୍ତାହ ଶେଷରେ ହେବାକୁ ଥିବା ଅନ୍ତିମ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବାକୁ ପଡିବ, ବର୍ତ୍ତମାନ ଆମେ ସିରିଜ୍ ଜିତିବାକୁ ଚାହୁଁଛୁ।