ଦେଖନ୍ତୁ ଭିଡ଼ିଓ: ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ରେ ବଟଲର ମାରିଲେ ଏମିତିକା ଅଜବ ଛକା, ଭାଇରଲ ହେଲା ଭିଡ଼ିଓ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ରେ ବଟଲର ମାରିଲେ ଏମିତିକା ଅଜବ ଛକା, ଭାଇରଲ ହେଲା ଭିଡ଼ିଓ

buttler six against nederland


କ୍ରିକେଟ ଖବର : ଆଇପିଏଲ ରେ ନିଜ ଧମାଲ ଦେଖାଇବା ପରେ ଜୋସ ବଟଲର ଇଂଟରନ୍ୟାଶନାଲ କ୍ରିକେଟରେ ମଧ୍ୟ ନିଜର ବିସ୍ଫୋରକ ଖେଳ ସଭିଙ୍କୁ ଦେଖାଇଛନ୍ତି । ନେଦରଲ୍ୟାଣ୍ଡ ସହିତ ତିନି ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ ରେ ବଟଲରଙ୍କ ଏକ ଛକା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ନେଦରଲ୍ୟାଣ୍ଡ ଉପରେ ବିଲକୁଲ ବି ଦୟା ଦେଖାଇ ନାହାନ୍ତି ଏହି ବିସ୍ଫୋରକ୍ ବ୍ୟାଟ୍ସମ୍ୟାନ୍ । ତିନି ମ୍ୟାଚ ର ଦୁଇଥର ଶତକ ଏବଂ ଗୋଟିଏ ଅର୍ଦ୍ଦଶତକ କରିଛନ୍ତି ବଟଲର। ତୃତୀୟ ୱାନଡେରେ ସେ ୬୪ ବଲରେ ୮୬ରନରେ ଖେଳଥିଲେ ଏବଂ ନିଜ ଦଳକୁ ଜିତାଇଥିଲେ ।

ବଟଲର ୮୬ ରନରେ ୭ଟି ଚୌକା ଏବଂ ୫ ଟି ଛକା କରିଥିଲେ। ବଟଲର ପୁରା ସିରିଜରେ ୧୪ ଟି ଚୌକା ଏବଂ ୧୯ ଟି ଛକା ମାରିଛନ୍ତି। ନେଦରଲ୍ୟାଣ୍ଡ ସହିତ ତୃତୀୟ ୱାନଡେରେ ବଟଲର ଛକା ଉପରେ ଛକା ମାରିଥିଲେ ଯାହାକୁ ଦେଖି ପ୍ରଂଶସକ ମାନେ ଭରପୁର ମନୋରଂଜନ କରିଥିଲେ । 

ବଟଲର୍ ମାରିଲେ ଆଶ୍ଚର୍ଯ୍ୟଜନକ ଛକା :

buttler six

ତେଣେ ତାଙ୍କ ବ୍ୟାଟରୁ ଏମିତି ଏକ ଛକା ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏ ଘଟଣା ୨୯ତମ ଓଭରରେ ଦେଖିବାକୁ ମିଳିଥିଲା ଯେତେବେଳେ ନେଦରଲ୍ୟାଣ୍ଡର ତେଜ ବୋଲିଙ୍ଗ ପଲୱାନ ମେକରନ ନିଜ ଓଭରର ୫ନଂ ବଲ ବୋଲିଂ କରିଥିଲେ। ବୋଲରଙ୍କ ହାତରୁ ବଲ୍ ଖସି ଯାଇଥିଲା ଏବଂ ବଲଟି ମଧ୍ୟ ବଟଲରଙ୍କ ପାଖକୁ ଦୁଇ ଷ୍ଟେପ ଡ୍ରପ ହୋଇ ଆସିଥିଲା।  ଏହି ବଲ ବାମ ଗୋଡ ସାଇଡ ପିଚ ବାହାରେ ଥିଲା ।  ଯଦି ବଟଲର ସେହି ବଲକୁ ଛାଡିଦେଇଥାନ୍ତେ ତାହେଲେ କାଫୀ ପ୍ରଂଶସକମାନେ ତାରିଫ କରିଥାନ୍ତେ , କିନ୍ତୁ ବଟଲର ଏହି ବଲକୁ ମଧ୍ୟ ଛାଡିନଥିଲେ ଏବଂ ଏହା ଉପରେ ଏକ ଲମ୍ବା ଛକା ମାରିଥିଲେ ।

ଦେଖନ୍ତୁ ଭିଡ଼ିଓ :