ଦେଖନ୍ତୁ ଭିଡ଼ିଓ: ବିଶ୍ୱକପ ଫାଇନାଲରେ ଏହି ଦଳ ସହିତ ଖେଳିବାକୁ ଚାହାନ୍ତି ମହମ୍ମଦ ରିଜୱାନ୍, ନିଜେ କଲେ ଖୁଲାସା

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ବିଶ୍ୱକପ ଫାଇନାଲରେ ଏହି ଦଳ ସହିତ ଖେଳିବାକୁ ଚାହାନ୍ତି ମହମ୍ମଦ ରିଜୱାନ୍, ନିଜେ କଲେ ଖୁଲାସା

mohammad-rizwan-wants-to-play-with-india-in-t20-wc-final


କ୍ରିକେଟ ଖବର : ବୁଧବାର ଟି -20 ବିଶ୍ୱକପ 2022 ର ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ 7 ୱିକେଟରେ ପରାସ୍ତ କରି ଫାଇନାଲରେ ପହଁଚିସାରିଛି।  ଏହି ମ୍ୟାଚ୍ ପରେ କ୍ରିକେଟ୍ ପ୍ରଶଂସକମାନେ ଚାହୁଁଥିଲେ ଯେ ଫାଇନାଲରେ ପାକିସ୍ତାନ ଏବଂ ଭାରତ ମୁହାଁମୁହିଁ ହୁଅନ୍ତୁ। କିନ୍ତୁ ଭାରତ ଦ୍ଵିତୀୟ ସେମିଫାଇନାଲରେ ଇଂଲଣ୍ଡ ଠାରୁ 10 ୱିକେଟରେ ପରାସ୍ତ ହୋଇଛି। ତେବେ ପ୍ରଥମ ସେମିଫାଇନାଲ ଜିତିବା ପରେ ମହମ୍ମଦ ରିଜୱାନ୍ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Nz vs Pak

ବାସ୍ତବରେ, ସିଡନୀ ଗ୍ରାଉଣ୍ଡରେ ପାକିସ୍ତାନର ବିଜୟ ପରେ ଇରଫାନ ପଠାନ ମହମ୍ମଦ ରିଜୱାନଙ୍କୁ ପ୍ରଶ୍ନ କରିଥିଲେ। ସେ ପଚାରିଲେ, 'ରିଜୱାନ୍ ଆପଣ କାହା ସହିତ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି?  ଇଂଲଣ୍ଡ ନା ଭାରତ? '  ଏହି ପ୍ରଶ୍ନ ଶୁଣିବା ପରେ ମହମ୍ମଦ ରିଜୱାନ୍ କହିଥିଲେ ଯେ, ଭାରତ - ପାକିସ୍ତାନ ମ୍ୟାଚ ହେଲେ ଭଲ ହୋଇଥାନ୍ତା। 

ଦେଖନ୍ତୁ ଭିଡ଼ିଓ:

ତେବେ ମହମ୍ମଦ ରିଜୱାନଙ୍କ ସ୍ୱପ୍ନ ବର୍ତ୍ତମାନ ସ୍ୱପ୍ନରେ ହିଁ ରହିଗଲା। କାରଣ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ 10 ୱିକେଟରେ ପରାସ୍ତ ହୋଇ ଟି-20 ବିଶ୍ୱକପରୁ ବାହାରି ଯାଇଛି। ବର୍ତ୍ତମାନ ଆସନ୍ତା ରବିବାର ଦିନ ଇଂଲଣ୍ଡ ଆଉ ପାକିସ୍ତାନ ମଧ୍ୟରେ ଟ୍ରଫି ପାଇଁ ଶେଷ ଲଢେ଼ଇ ହେବ।