ICC Test Rankings: ଦ୍ୱିତୀୟ ସ୍ଥାନରେ ଜୋ ରୁଟ୍, ବିରାଟ ଆଉ ରୋହିତ ଅଛନ୍ତି ବହୁତ ପଛରେ, ଦେଖନ୍ତୁ ଲିଷ୍ଟ

  1. Home
  2. Cricket News

ICC Test Rankings: ଦ୍ୱିତୀୟ ସ୍ଥାନରେ ଜୋ ରୁଟ୍, ବିରାଟ ଆଉ ରୋହିତ ଅଛନ୍ତି ବହୁତ ପଛରେ, ଦେଖନ୍ତୁ ଲିଷ୍ଟ

icc-test-ranking


କ୍ରିକେଟ ଖବର : ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ଓ ଦିଗଜ ବ୍ୟାଟସମ୍ୟାନ ଜୋ ରୁଟ୍ ଆଇସିସି ଟେଷ୍ଟ ପ୍ଲେୟର ରାଙ୍କିଙ୍ଗରେ ଏକପ୍ରକାର ଲମ୍ବ ଡିଆଁ ଡେଇଁଛନ୍ତି । ଜୋ ରୁଟ୍ ନ୍ୟୁଜିଲାଣ୍ଡ ଦଳର କ୍ୟାପ୍ଟେନ କେନ ୱିଲିୟମସନ ଓ ଷ୍ଟିୱ ସ୍ମିଥକୁ ପଛରେ ପକାଇ ଟପ ୨ରେ ପହଞ୍ଚିଛନ୍ତି।

Root

ICC ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ମାନର୍ସ ଲାବୁଶେନ ୧ ନମ୍ବର ସ୍ଥାନରେ ରହିଛନ୍ତି । ଯିଏ କି ଜୋ ରୁଟଙ୍କ ରେଟିଂରୁ କେବଳ ୧୦ ଅଙ୍କ ଆଗରେ ରହିଛନ୍ତି । ରୁଟଙ୍କ ପରେ ସ୍ମିଥ ୮୪୫ ଅଙ୍କ ସହିତ  ତୃତୀୟ ସ୍ଥାନ, ୱିଲିୟମସନ ୮୦୬ ଅଙ୍କ ସହିତ ୫ମ ଓ  ପାକିସ୍ତାନର ବାବର ଆଜମ ଚତୁର୍ଥ  ସ୍ଥାନରେ ରହିଛନ୍ତି ।

icc test rankings

ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି  ୭୪୨ ଅଙ୍କ ସହିତ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ୧୦ ନମ୍ବର ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଆସୁଛନ୍ତି। ଆଉ ଟିମ୍ ଇଣ୍ଡିଆର ବର୍ତ୍ତମାନର ନୂଆ ଅଧିନାୟକ ରୋହିତ ୭୫୪ ଅଙ୍କ ସହିତ ରାଙ୍କିଙ୍ଗର ଅଷ୍ଟମ ସ୍ଥାନରେ ଅଛନ୍ତି।