"ଭାଇ, ତୁମେ ମଦ ପିଇ ଟୁଇଟ୍ କରିଛ କି", ଅକ୍ସର ପଟେଲଙ୍କ ଚମତ୍କାର ପ୍ରଦର୍ଶନ ଦେଖି ଜାଡେଜା କଲେ ଇର୍ଷା, ପ୍ରଶଂସକ କଲେ ଜାଡେଜା ଙ୍କୁ ଟ୍ରୋଲ୍

  1. Home
  2. Cricket News

"ଭାଇ, ତୁମେ ମଦ ପିଇ ଟୁଇଟ୍ କରିଛ କି", ଅକ୍ସର ପଟେଲଙ୍କ ଚମତ୍କାର ପ୍ରଦର୍ଶନ ଦେଖି ଜାଡେଜା କଲେ ଇର୍ଷା, ପ୍ରଶଂସକ କଲେ ଜାଡେଜା ଙ୍କୁ ଟ୍ରୋଲ୍

Jadeja troll


କ୍ରିକେଟ୍ ଖବର: ଆହତ କାରଣରୁ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ଦୀର୍ଘ ସମୟ ଧରି ଦଳ ସହ ନାହାନ୍ତି। ଏଭଳି ପରିସ୍ଥିତିରେ ଅକ୍ସର ପଟେଲଙ୍କୁ ତାଙ୍କ ଅନୁପସ୍ଥିତିରେ ଦଳର ଏକ ଅଂଶ କରାଯାଇଛି ଏବଂ ସେ ଏହି ସୁଯୋଗର ପୂର୍ଣ୍ଣ ଫାଇଦା ନେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। 

Jadeja and axar

ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପଟେଲ ବର୍ତ୍ତମାନ ଦଳରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି ଏବଂ ଜାଡେଜାଙ୍କୁ ଦଳକୁ ଫେରିବା କଷ୍ଟକର ହେବ। ଏହି ସମୟରେ, ଜାଡେଜା ଏପରି ଏକ ଟୁଇଟ୍ କରିଛନ୍ତି, ଯାହା ଅକ୍ଷରଙ୍କ ପ୍ରଦର୍ଶନକୁ ଦେଖି ସେ ଇର୍ଷା କରୁଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଆଲୋଚନା ହେଉଛି। 

ଏଭଳି ଟୁଇଟ୍ କରିଛନ୍ତି ଜାଡେଜା :

ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ODI ସମୟରେ ଜାଡେଜା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଲେଖିଛନ୍ତି, "କିଛି କୁହ ନାହିଁ କେବଳ ହସଖୁସିରେ ରୁହନ୍ତୁ"। ତେବେ ଜାଡେଜାଙ୍କ ଏହି ପୋଷ୍ଟରୁ ପ୍ରଶଂସକମାନେ ଏବେ ଏକ ନୂଆ ମୋଡ଼  ବାହାର କରି ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। 

Jadeja tweet

ଅନେକ କହୁଛନ୍ତି ଯେ ଅକ୍ସରଙ୍କ ଷ୍ଟାର ପ୍ରଦର୍ଶନ ପାଇଁ ଜାଡୁ ଇର୍ଷା କରୁଛନ୍ତି, ଯେଉଁ କାରଣରୁ ସେ ଏପରି ଟୁଇଟ୍ କରୁଛନ୍ତି। ଏଥି ସହିତ ଜାଡେଜା ମଧ୍ୟ ତାଙ୍କ ପୋଷ୍ଟ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି।

ଏମିତି ୟୁଜର୍ କରୁଛନ୍ତି ଜାଡେଜାଙ୍କୁ ଟ୍ରୋଲ୍ : 

Tweet

ଜାଡେଜାଙ୍କ ଏହି ଟୁଇଟ୍ ପରେ ରିତୁ ନାମକ ଜଣେ ୟୁଜର୍ ଲେଖିଛନ୍ତି "ଜାଡେଜା ଆପଣ କ୍ରିକେଟ୍ ଖେଳିବା ଛାଡ଼ି ଦିଅନ୍ତୁ, ଆଉ ରାଜନୀତିରେ ଯୋଗ ଦିଅନ୍ତୁ"। 

ଦ୍ଵିତୀୟ ୟୁଜର୍ ଲେଖିଛନ୍ତି "ଅକ୍ସର ତୁମ ଠାରୁ ବହୁତ ଭଲ ଖେଳନ୍ତି ଜାଡେଜା'। 

Tweet

ଆଉ ପ୍ରିୟଙ୍କା ନାମକ ଜଣେ ୟୁଜର୍ ତ ତାଙ୍କୁ କହିଛନ୍ତି ଯେ, " ଭାଇ, ତୁମେ ମଦ ପିଇ ଟୁଇଟ୍ କରିଛ କି"?

ଅନ୍ୟଜଣେ ୟୁଜର୍ କହିଛନ୍ତି ଯେ, " ଅକ୍ସର କ୍ରିକେଟ୍ ଖେଳନ୍ତୁ ଆଉ ଆପଣ ଡ୍ରିମ୍ 11 ରେ ଟିମ୍ ବନାନ୍ତୁ"। 

ଆହୁରି ପଢ଼ନ୍ତୁ: "ଆମେ ମ୍ୟାଚ୍‌ରେ ଥିଲୁ କିନ୍ତୁ ...", ଦାସୁନ୍ ଶାନାକା ସିରିଜ୍ ହାରିବା ପରେ ଏହି ଖେଳାଳୀମାନଙ୍କୁ ଦେଲେ ଦୋଷୋ ଏବଂ ଏହି ଭାରତୀୟ ଖେଳାଳିଙ୍କ କଲେ ପ୍ରଶଂସା