IND vs NZ: ପ୍ରଥମ ODI ରେ ଭଲ ପ୍ରଦର୍ଶନ ପରେ ସଞ୍ଜୁ ଙ୍କ ଦଳରେ ସ୍ଥାନ ନିଶ୍ଚିତ, ତେବେ ଦଳରୁ ବାହାରିବ କିଏ ?

  1. Home
  2. Cricket News

IND vs NZ: ପ୍ରଥମ ODI ରେ ଭଲ ପ୍ରଦର୍ଶନ ପରେ ସଞ୍ଜୁ ଙ୍କ ଦଳରେ ସ୍ଥାନ ନିଶ୍ଚିତ, ତେବେ ଦଳରୁ ବାହାରିବ କିଏ ?

sanju pant and ishan


କ୍ରିକେଟ ଖବର : ଶୁକ୍ରବାର ଅର୍ଥାତ୍ ନଭେମ୍ବର 25 ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ଖେଳୁଛି। ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଏବଂ ସଞ୍ଜୁ ସାମସନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ଇନିଂସ ଖେଳି ଦଳର ସ୍କୋରକୁ 300 ଅତିକ୍ରମ କରିବାରେ ସାହାଯ୍ୟ କରିଥିଲେ। ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ 7 ୱିକେଟ୍ ହରାଇ 306 ରନ୍ କରିଥିଲା। ସଞ୍ଜୁ ସାମସନ୍ ଏବଂ ଶ୍ରେୟାସଙ୍କ ବିସ୍ଫୋରକ ଭାଗିଦାରୀ ସାହାଯ୍ୟରେ  ଦଳ ଏହି ସ୍କୋର ହାସଲ କରିବାରେ ସଫଳ ହୋଇଥିଲା।

sanju and shreyas

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶିଖର ଧାୱନ ଏବଂ ଶୁଭମାନ ଗିଲଙ୍କ ଯୋଡି ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ। ସେମାନେ ଏକ ଶତକୀୟ ଭାଗିଦାରୀରେ କରିଥିଲେ। ଉଭୟ 124 ରନ୍ ସ୍କୋର କରିଥିଲେ। ତେବେ ଗିଲ ଆଉଟ୍ ହେବା ମାତ୍ରେ ପରିଦର୍ଶକ ଦଳର ୱିକେଟ୍ ଅଳ୍ପ ସମୟ ମଧ୍ୟରେ ଖସିଯିବା ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ : IND vs NZ: ପ୍ରଥମ ODI ରେ ପୁଣି ଫ୍ଲପ ହେବା ପରେ ଏହି ଭାରତୀୟ ଖେଳାଳିଙ୍କୁ ଦଳରୁ ବାହାର କରିବାକୁ ଦାବି କଲେ ଫେନ୍ସ

sanju and iyer

କିନ୍ତୁ ଶ୍ରେୟସ୍ ଆୟର ଏବଂ ସଞ୍ଜୁ ସାମସନ୍ ମଧ୍ୟ ଦଳ ପାଇଁ ବଡ଼ ଭାଗିଦାରୀ କରି ୱିକେଟ୍ ପତନକୁ ବନ୍ଦ କରି 94 ରନ୍ ସଂଗ୍ରହ କରିଥିଲେ।  ଏହି ଦୁଇଟି ଇନିଂସ ସହାୟତାରେ ଭାରତୀୟ ଦଳ 306 ରନ୍ ସ୍କୋର କରିଥିଲା। ଏପରି ପ୍ରଦର୍ଶନ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ, ଯେଉଁଥିପାଇଁ ସେମାନେ ସୋସିଆଲ ମିଡିଆରେ ଆୟର-ସଞ୍ଜୁଙ୍କୁ ବହୁତ ପ୍ରଶଂସା କରିଥିଲେ |

Rishab Pant

ତେବେ ସଞ୍ଜୁ ସାମସନ୍ ଙ୍କ ଦଳରେ ଭଲ ପ୍ରଦର୍ଶନ ପରେ ପ୍ରଶ୍ନ ଉଠୁଛି, ସେ କାହା ବଦଳରେ ଦଳରେ ସୁଯୋଗ ପାଇବେ ? ଭାରତୀୟ ଦଳରେ ଋଷଭ ପନ୍ତ ଙ୍କ ଖରାପ ପ୍ରଦର୍ଶନ ସଂଜୁ ଙ୍କୁ ଏକ ବଡ଼ ସୁଯୋଗ ଦେଇପାରେ ।