IND vs ZIM ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଅତିଶୀଘ୍ର କରିବ ଜିମ୍ବାୱେ ଗସ୍ତ, ଜାଣନ୍ତୁ କେବେ ଆରମ୍ଭ ହେବ ସିରିଜ?

  1. Home
  2. Cricket News

IND vs ZIM ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଅତିଶୀଘ୍ର କରିବ ଜିମ୍ବାୱେ ଗସ୍ତ, ଜାଣନ୍ତୁ କେବେ ଆରମ୍ଭ ହେବ ସିରିଜ?

IND-vs-ZIM odia


କ୍ରିକେଟ ଖବର : ଭାରତୀୟ ଦଳ ଆସନ୍ତା ମାସରେ ତିନି ମ୍ୟାଚ୍ ବିଶିଷ୍ଟ ODI & T20 ସିରିଜ୍ ପାଇଁ ଜିମ୍ବାୱେ ଗସ୍ତ କରିବ। ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା ହୋଇନଥିବାବେଳେ କ୍ରିକବଜ୍ ରିପୋର୍ଟ କରିଛି ଯେ ଆଇସିସି ଏକ ଦିନିକିଆ ସୁପର ଲିଗ୍ ର ଅଂଶ ଭାବରେ ଏହି ତିନିଟି ODI ମ୍ୟାଚ୍ ଯଥାକ୍ରମେ ଅଗଷ୍ଟ ୧୮, ୨୦ ଏବଂ ୨୨ ରେ ଧାର୍ଯ୍ୟ କରାଯାଇଛି ।

ଘରୋଇ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ବର୍ଷର ODI ବିଶ୍ୱକପରେ ଏହି ସିରିଜ୍ ଜିତିଲେ ପଏଣ୍ଟ ଯୋଗ୍ୟତା ହାସଲ କରିବ।

IND-vs-ZIM

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ଶେଷ ହେବା ପରେ ଜିମ୍ବାୱେ ସିରିଜ୍ ଆରମ୍ଭ ହେବ। କ୍ରିକେଟ୍ ଅଧିକାରୀ କ୍ରିକବଜ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଭାରତକୁ ଆୟୋଜନ କରି ଆମେ ବହୁତ ଖୁସି ଏବଂ ଏକ ପ୍ରତିଯୋଗିତାମୂଳକ ତଥା ସ୍ମରଣୀୟ ସିରିଜକୁ ଆଶା କରିଛୁ ।

୬ ବର୍ଷ ପରେ ଜିମ୍ବାୱେରେ ଏହା ଭାରତର ପ୍ରଥମ ଯାତ୍ରା ହେବ । ଶେଷ ଥର ପାଇଁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜୁନ୍-ଜୁଲାଇ ୨୦୧୬ ରେ ତିନୋଟି ODI ଏବଂ ଟି -୨୦ ଖେଳିଥିଲେ। ଏହା ପରେ କୌଣସି ମ୍ୟାଚ ହୋଇନଥିଲା ।