IND vs ZIM: ଜିମ୍ବାୱେ ସହିତ ସିରିଜ୍ ପାଇଁ ଭାରତୀୟ ଦଳ ହେଲା ଘୋଷଣା, ପୁଣି କୋହଲି ହେଲେ ଦଳରୁ ବାହାର

  1. Home
  2. Cricket News

IND vs ZIM: ଜିମ୍ବାୱେ ସହିତ ସିରିଜ୍ ପାଇଁ ଭାରତୀୟ ଦଳ ହେଲା ଘୋଷଣା, ପୁଣି କୋହଲି ହେଲେ ଦଳରୁ ବାହାର

ind vs zim ind squad odia


କ୍ରିକେଟ୍ ଖବର : ଶନିବାର ଦିନ ବିସିସିଆଇ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଏହି ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ପେସ୍ ବୋଲର ଦୀପକ ଚହର ବହୁତ ଦିନ ପରେ ଦଳକୁ ଫେରିଛନ୍ତି। ଇଂଜୁରୀରୁ ଭଲ ହୋଇ ସେ ବର୍ତ୍ତମାନ ଖେଳିବା ପାଇଁ ଫିଟ୍ ଅଛନ୍ତି। 

ind-vs-zim

ସେହିପରି ଜିମ୍ବାୱେ ଗସ୍ତ ପାଇଁ ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରାଯାଇଛି । ଦୀପକ ଚହର ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଏହି ସିରିଜ୍ ମାଧ୍ୟମରେ ସେ ତାଙ୍କର ଫିଟନେଟ ପ୍ରମାଣ ସାବ୍ୟସ୍ତ କରିବେ । ଆଘାତ ଜନିତ କାରଣରୁ ଆଇପିଏଲ ୨୦୨୨ର ପୂରା ସିଜିନରୁ ଦୀପକ ବାଦ୍ ପଡ଼ିଥିଲେ। ଦୀପକ ଚହରଙ୍କ ବ୍ୟତୀତ ଓ୍ବାସିଂଟନ ସୁନ୍ଦର ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଭୟ ଖେଳାଳି ଶେଷ ଥର ପାଇଁ ଗତ ଫେବ୍ରୁଆରି ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ ।

ଜିମ୍ବାୱେ ଗସ୍ତ ପାଇଁ ଏହିଭଳି ରହିଛି ଟିମ୍ ଇଣ୍ଡିଆ:

bcci warns kohli and rohit in london

ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୁଲଦୀପ ୟାଦବ, ଅକ୍ସର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର୍।