ENG vs IND 2nd ODI ରେ ଟିମ୍ ଇଣ୍ଡିଆର ଏହି 3 ଟି ବଡ ଭୁଲ ହେଲା କାଳ, ଜିତୁଥିବା ମ୍ୟାଚ କୁ ହାରିଗଲା ଭାରତ

  1. Home
  2. Cricket News

ENG vs IND 2nd ODI ରେ ଟିମ୍ ଇଣ୍ଡିଆର ଏହି 3 ଟି ବଡ ଭୁଲ ହେଲା କାଳ, ଜିତୁଥିବା ମ୍ୟାଚ କୁ ହାରିଗଲା ଭାରତ

eng vs ind 2nd odi ind loss


କ୍ରିକେଟ ଖବର : ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମ ODI ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିଥିଲେ ସିରିଜ୍ ଜିତିବାର ସୁଯୋଗ ରହିଥିଲା। କିନ୍ତୁ ଦଳ ଏହାକୁ ହାତଛଡା କରିଛି। ପୁଣି ଥରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନ ସହିତ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ସିରିଜ୍ ଜିତିବାର ସୁଯୋଗ ହରାଇଛନ୍ତି।

ଭାରତ ମାତ୍ର 38 ଓଭରରେ ହିଁ ନିଜର ସମସ୍ତ ୱିକେଟ୍ ହରାଇ 146 ରନରେ ଆଲ ଆଉଟ ହୋଇଗଲା। ଯାହା ଫଳରେ ଏହି ସିରିଜ୍ ବର୍ତ୍ତମାନ 1-1 ରେ ପହଁଚିଛି। ତେବେ ଆସନ୍ତୁ ଜାଣିବା ଏହି ଦ୍ଵିତୀୟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଦ୍ୱାରା ହୋଇଥିବା 3 ଟି ବଡ ଭୁଲ ବିଷୟରେ, ଯେଉଁ କାରଣରୁ ଦଳ ସିରିଜ୍ କ୍ୟାପଚର କରିବାର ସୁଯୋଗକୁ ହାତଛଡ଼ା କରିଛି।

1) ଶେଷ ଓଭରରେ ରନ ଦେବା ପଡିଲା ଭାରି :

ଏହି ମ୍ୟାଚରେ ଭାରତର ଉତ୍କୃଷ୍ଟ ବୋଲିଂକୁ ନେଇ ପ୍ରଶଂସା କରାଯାଇଛି। ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ଯୋଡି ଇଂରାଜୀ ଦଳକୁ ରନ୍ ସ୍କୋର କରିବାର ସୁଯୋଗ ଦେଇନଥିଲେ। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜଭେନ୍ଦ୍ର ଚହଲ ମଧ୍ୟ ମଧ୍ୟଭାଗରେ ନିଜରଭଲ ଭୂମିକା ଗ୍ରହଣ କରିଥିଲେ ଏବଂ ଇଂଲଣ୍ଡକୁ କ୍ରମାଗତ ଚାପରେ ରଖିଥିଲେ।  କିନ୍ତୁ ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆର ବୋଲରମାନେ ଶେଷ ଓଭରରେ ଆରାମ ଢଙ୍ଗରେ ବୋଲିଂ କରିଥିଲେ। ମାତ୍ର 148ରେ ଇଂଲଣ୍ଡ 6 ୱିକେଟ୍ ହରାଇବା ପରେ 246 ରନ୍ ହାସଲ କରିଥିଲା।  ଏଭଳି ପରିସ୍ଥିତିରେ ଯଦି ଟିମ୍ ଇଣ୍ଡିଆ ଇଂଲଣ୍ଡ ଦଳକୁ 200 ରନ୍ ମଧ୍ୟରେ ଅଲଆଉଟ୍ କରିଥାନ୍ତା, ତେବେ ଭାରତ ଏହି ମ୍ୟାଚ୍ ବିଜୟୀ ହୋଇଥାନ୍ତା।

2) ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନ :

247 ରନର ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଟିମ୍ ଇଣ୍ଡିଆ ବହୁତ ଖରାପ ଆରମ୍ଭ କରିଥିଲା। ଇନିଂସର ପ୍ରଥମ ଦୁଇଟି ଓଭର ମେଡନ ହେବା ପରେ ଇଂରାଜୀ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ENG ବନାମ IND ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଶୂନ ରନରେ ଆଉଟ୍ ହୋଇଥିଲେ। ତାଙ୍କର ଓପନିଂ ପାର୍ଟନର ଶିଖର ଧାୱନ ମଧ୍ୟ ମାତ୍ର 9 ରନ୍ ସ୍କୋର କରିବା ଆଉଟ୍ ହୋଇଥିଲେ। ଏହି ସମୟରେ ଆଘାତ ପରେ ଫେରିଥିବା ବିରାଟ କୋହଲି ମଧ୍ୟ କିଛି କମାଲ୍ କରିପାରି ନଥିଲେ।

eng vs ind r topley

ବିରାଟ 3ଟି ଆକର୍ଷଣୀୟ ଚୌକା ହିଟ୍ କରିଥିଲେ କିନ୍ତୁ ଅଧିକ ସମୟ କ୍ରିଜରେ ରହିବାକୁ ସେ ସକ୍ଷମ ହୋଇନଥିଲେ। ନମ୍ବର -4 ରେ ଆସିଥିବା ରିଷଭ ପନ୍ତ ମଧ୍ୟ ଫ୍ଲପ୍ ହୋଇ ଶୁନ୍ ରନରେ ପାଭିଲିୟନକୁ ଫେରିଥିଲେ। ଏହାର ଫଳାଫଳ ହେଲା ଭାରତୀୟ ଦଳ 31 ରନରେ ସେମାନଙ୍କ ଟପ୍ -4 ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହରାଇଥିଲା। ଏଭଳି ପରିସ୍ଥିତିରେ, ଟପ୍ ଅର୍ଡରର ଏପରି ଫ୍ଲପ୍ ପରେ କୌଣସି ଦଳ ମ୍ୟାଚକୁ ଫେରିବା କଷ୍ଟକର ହୋଇପଡେ।

3) ଖରାପ ଫିଲ୍ଡିଂ ହେଲା କାଳ :

ବୋଲିଂରେ ସାମାନ୍ୟ ଧୀରତା ଏବଂ ବ୍ୟାଟିଂରେ ଫ୍ଲପ୍ ସୋ ବ୍ୟତୀତ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଖରାପ ଫିଲ୍ଡିଂ କରିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ 3 ଥର କ୍ୟାଚ୍ ଛାଡିଥିଲା। ପ୍ରଥମେ ଶିଖର, ଜନି ବେୟାରଷ୍ଟୋଙ୍କ କ୍ୟାଚ୍ ସ୍ଲିପରେ ଛାଡିଥିଲେ। ଏହା ପରେ ରବିନ୍ଦ୍ର ଜାଡେଜା ମଧ୍ୟ ପଏଣ୍ଟ ଆଡକୁ ଜୋ ରୁଟଙ୍କ କ୍ୟାଚ ହାତେଇବାରେ ସଫଳ ହୋଇନଥିଲେ।  ଶେଷରେ, ଡେଭିଡ ୱିଲିଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ପ୍ରସିଦ୍ଧ କୃଷ୍ଣା ଛାଡିଥିଲେ।