"ମୋ ଠାରୁ ରୋହିତ ଯଦି ପରାମର୍ଶ ନିଅନ୍ତି...", ଅଧିନାୟକତ୍ୱ ପାଇବା ମାତ୍ରେ ଦେଖାଗଲା ପାଣ୍ଡ୍ୟାଙ୍କ ଗର୍ବ ଅହଂକାର, ରୋହିତଙ୍କ ବିଷୟରେ ଦେଲେ ବିବାଦୀୟ ବକ୍ତବ୍ୟ

  1. Home
  2. Cricket News

"ମୋ ଠାରୁ ରୋହିତ ଯଦି ପରାମର୍ଶ ନିଅନ୍ତି...", ଅଧିନାୟକତ୍ୱ ପାଇବା ମାତ୍ରେ ଦେଖାଗଲା ପାଣ୍ଡ୍ୟାଙ୍କ ଗର୍ବ ଅହଂକାର, ରୋହିତଙ୍କ ବିଷୟରେ ଦେଲେ ବିବାଦୀୟ ବକ୍ତବ୍ୟ

hardik pandya on rohit


କ୍ରିକେଟ୍ ଖବର: ଶ୍ରୀଲଙ୍କା ବିପକ୍ଷ ଘରୋଇ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ। ସିରିଜର ଦୁଇଟି ମ୍ୟାଚ ଖେଳାଯାଇଥିବା ବେଳେ, ଟିମ୍ ଇଣ୍ଡିଆ ଦୁଇଟି ଯାକ ମ୍ୟାଚ ଜିତିବା ସହିତ ସିରିଜ୍ ବି ଜିତି ସାରିଛି। ତେବେ ଏହି ସମୟ ମଧ୍ୟରେ ଏହି ସିରିଜରେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ବୟାନ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଦ୍ଵିତୀୟ ମ୍ୟାଚ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ବିଷୟରେ ଏକ ଅଜବ ବିବୃତ୍ତି ଦେଇଛନ୍ତି।

Hardik and rohit

ଦ୍ଵିତୀୟ ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟା କହିଥିଲେ ଯେ, “ରୋହିତ ଶର୍ମା ଦଳକୁ ଫେରିଛନ୍ତି ତେଣୁ ବର୍ତ୍ତମାନ ମୁଁ ବହୁତ ରିଲାକ୍ସରେ ଅଛି। ବର୍ତ୍ତମାନ ମୁଁ ନିଜ ଉପରେ ଅଧିକ ଧ୍ୟାନ ଦେଉଛି। ଯଦି ରୋହିତ ମୋର ସାହାଯ୍ୟ କିମ୍ବା ପରାମର୍ଶ ଆବଶ୍ୟକ କରନ୍ତି, ମୁଁ ସର୍ବଦା ତାଙ୍କ ସହିତ ଅଛି। ଶରୀର ଭଲ କାମ କରୁଛି। ଆମେ ଏକ ଯୋଜନା ଅନୁସରଣ କରୁଛୁ ଏବଂ ଆଗାମୀ ବିଶ୍ୱକପ ଉପରେ ଆମର ସମସ୍ତ ଧ୍ୟାନ ରଖୁଛୁ ଯାହା ଆଉ 6-7 ମାସ ବାକି ଅଛି। "

ତେବେ ଦ୍ଵିତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ 53 ଟି ବଲରେ 36 ରନର ଏକ ଇନିଂସ ଖେଳିଥିଲେ। ଲୋକେଶ ରାହୁଲ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୀରଗତି ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଏହି ସିରିଜର ଦ୍ଵିତୀୟ ମ୍ୟାଚ ଜିତିବା ସହିତ ସିରିଜ୍ ବି ଜିତିଛି। 

ଆହୁରି ପଢନ୍ତୁ : ଦେଖନ୍ତୁ ଭିଡିଓ: ଶାମିଙ୍କ ଘାତକ ବାଉନ୍ସର୍ ଦେଖି କୋହଲି ମଧ୍ୟ ହେଲେ ଆଶ୍ଚର୍ଯ୍ୟ, ଲଙ୍କାର ବ୍ୟାଟ୍ସମ୍ୟାନ୍ ଶାମିଙ୍କୁ ଦେଖାଇଲେ ଆଖି