IND vs SL: ସମ୍ମାନକୁ ବଞ୍ଚାଇବା ପାଇଁ ଭାରତୀୟ ଦଳ ଖେଳିବା ଅନ୍ତିମ T20 ମ୍ୟାଚ, ଅଧିନାୟକ ପାଣ୍ଡ୍ୟା ଏକାଦଶରେ କରିବେ ବଡ ପରିବର୍ତ୍ତନ!

  1. Home
  2. Cricket News

IND vs SL: ସମ୍ମାନକୁ ବଞ୍ଚାଇବା ପାଇଁ ଭାରତୀୟ ଦଳ ଖେଳିବା ଅନ୍ତିମ T20 ମ୍ୟାଚ, ଅଧିନାୟକ ପାଣ୍ଡ୍ୟା ଏକାଦଶରେ କରିବେ ବଡ ପରିବର୍ତ୍ତନ!

Ind vs sl


କ୍ରିକେଟ ଖବର : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଜାନୁଆରୀ 7 ରେ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ। ରାଜକୋଟରେ ଏକ ହାଇ ଭୋଲଟେଜ୍ ମ୍ୟାଚ ହେବ ବୋଲି ଆଶା କରାଯାଉଛି।

ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ରେ ଶ୍ରୀଲଙ୍କା ଟିମ୍ ଇଣ୍ଡିଆକୁ 16 ରନରେ ପରାସ୍ତ କରି ସିରିଜକୁ 1-1ରେ କରିବାରେ ସକ୍ଷମ ହୋଇଛି। ଏଭଳି ପରିସ୍ଥିତିରେ ପରବର୍ତ୍ତୀ ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଆବଶ୍ୟକ। କାରଣ ଏହି ମ୍ୟାଚ ଯେଉଁ ଦଳ ଜିତିବ, ସେହି ଦଳ ଏହି ସିରିଜର ଟ୍ରଫି ଉଠାଇବ। ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି।

ଏମିତି ରହିପାରେ ଶେଷ ମ୍ୟାଚ ପାଇଁ ଭାରତର ପ୍ଲେଇଂ-XI :

ଶୁଭମନ୍ ଗିଲ୍ 2 ଟି ମ୍ୟାଚରେ ଫେଲ୍ ହେବା ପରେ ତୃତୀୟ ମ୍ୟାଚରେ ରିତୁରାଜ ଗାଇକୱାଡଙ୍କୁ ସ୍ଥାନ ମିଳିବ ବୋଲି ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରିତୁରାଜ ତୃତୀୟ ଟି-20 ରେ ଇଶାନ କିଶନଙ୍କ ସହ ଓପେନିଂ କରିପାରନ୍ତି। ଭାରତୀୟ କ୍ରିକେଟ୍ ଦଳ ପାଇଁ ତୃତୀୟ ଟି-20 ରେ ସୁର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Hardik Pandya with team india

ଅନ୍ୟପଟେ ଅକ୍ସର ପଟେଲ ଏବଂ ଶିବମ ମାଭି ଫିନିଶର ଭୂମିକାରେ ଅବତିର୍ଣ୍ଣ ହେବେ। ଟିମ୍ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଉମ୍ରାନ୍ ମଲିକ୍ ତୃତୀୟ ଟି-20 ରେ ଭାରତୀୟ ଦଳର ଦ୍ରୁତ ବୋଲିଂ ୟୁନିଟକୁ ଆଗେଇ ନେଉଥିବାର ନଜର ଆସିବେ। ଯେତେବେଳେ କି ହର୍ଷଲ ପଟେଲ ଏବଂ ଶିବମ ମାଭି ତାଙ୍କୁ ସମର୍ଥନ କରିବେ। ଏଥି ସହିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କିଛି ଓଭର ବୋଲିଂ କରିବେ। ଏହା ବ୍ୟତୀତ ସ୍ପିନ୍ ବିଭାଗର ଦାୟିତ୍ୱ ୟୁଜଭେନ୍ଦ୍ର ଚହଲ ଏବଂ ଅକ୍ସର ପଟେଲଙ୍କ କାନ୍ଧରେ ରହିବ। କେବଳ ଏତିକି ନୁହେଁ ଦୀପକ ହୁଡା ମଧ୍ୟ ବୋଲିଂ କରିପାରନ୍ତି। 

ଆହୁରି ପଢ଼ନ୍ତୁ : IND vs SL: ଟିମ୍ ଇଣ୍ଡିଆର ଅପରାଧୀ କେବଳ ଅର୍ଶଦୀପ ସିଂ ନୁହଁନ୍ତି! ଏହି 3ଟି ବଡ଼ କାରଣରୁ ଭାରତ ଦ୍ୱିତୀୟ ଟି -20 ରେ ହେଲା ପରାସ୍ତ

ତୃତୀୟ ଟି-20 ପାଇଁ ଭାରତର ସମ୍ଭାବ୍ୟ ଏକାଦଶ:

ଇଶାନ କିଶନ (ୱିକେଟ୍ କିପର), ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ଅକ୍ସର ପଟେଲ, ଶିବମ ମାଭି, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ଉମ୍ରାନ ମଲିକ ।