IND vs NZ: ଗିଲଙ୍କ ଦ୍ୱିଶତକ ହେଉଥିଲା ବେକାର, ତା’ପରେ ରୋହିତ କଲେ ବଡ଼ ପ୍ଲାନ, ରୋମାଞ୍ଚକ ମ୍ୟାଚ ରେ 12 ରନ୍ ରେ ଜିତିଲା ଭାରତ​

  1. Home
  2. Cricket News

IND vs NZ: ଗିଲଙ୍କ ଦ୍ୱିଶତକ ହେଉଥିଲା ବେକାର, ତା’ପରେ ରୋହିତ କଲେ ବଡ଼ ପ୍ଲାନ, ରୋମାଞ୍ଚକ ମ୍ୟାଚ ରେ 12 ରନ୍ ରେ ଜିତିଲା ଭାରତ​

Ind vs nz


କ୍ରିକେଟ୍ ଖବର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏହି ମ୍ୟାଚ୍ ଭାରତ 12 ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରି ବର୍ଷ ପରେ ଦିନିକିଆ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଆଗରେ 350 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ଭଲ ଆରମ୍ଭ କରି ନଥିଲା। ଦଳ ନିର୍ଦ୍ଧାରିତ 50 ଓଭରରେ 337 ରନ୍‌ରେ ସିମିତ ରହିଯାଇଥିଲା। ନ୍ୟୁଜିଲାଣ୍ଡ ପାଇଁ ମାଇକେଲ୍ ବ୍ରେସବେଲ୍ ସର୍ବାଧିକ 140 ରନ୍ ସ୍କୋର କରିଥିଲେ। ଶେଷ ଓଭରରେ ବ୍ରେସବେଲଙ୍କ ୱିକେଟ୍ ହରାଇବା ମ୍ୟାଚ୍ ଶେଷ ହୋଇଥିଲା। ଭାରତ ପାଇଁ ମହମ୍ମଦ ସିରାଜ ଚାରିଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଠାକୁର ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Ind vs nz

ଏହାପୂର୍ବରୁ ବ୍ୟାଟିଂ କରି ଭାରତ 50 ଓଭରରେ 349/8 ସ୍କୋର କରିଥିଲା। ଭାରତ ପାଇଁ ଓପନର୍ ଶୁଭମନ ଗିଲ ଏକ ଚମତ୍କାର ଦ୍ୱିଶତକ ହାସଲ କରିଥିଲେ। ଗିଲ 149 ବଲରେ 208 ରନ୍ ସଂଗ୍ରହ କରି ଦ୍ୱିଶତକ ହାସଲ କରିବାରେ ପଞ୍ଚମ ଭାରତୀୟ ହୋଇଥିଲେ। ସେ 200 ରନ ମାର୍କ ଅତିକ୍ରମ କରିବାରେ ଦୁନିଆର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ରୋହିତ ଶର୍ମା 34 ରନ୍ ସ୍କୋର କରି ତାଙ୍କ ଦଳର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। କିୱି ଦଳ ପାଇଁ ହେନେରୀ ସିପଲି ଏବଂ ଡାରିଲ ମିଚେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଖେଳ ଏକାଦଶରେ ସୂର‌୍ୟ୍ୟକୁମାର ଯାଦବ, ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଥିଲା।

ଆହୁରି ପଢ଼ନ୍ତୁ: “ସବୁ ସ୍ଥାନରେ ଏ ସଟ କାମ କରିବନି”, ସୂର୍ଯ୍ୟକୁମାର 31 ରନ୍ କରି ଆଉଟ ହେବା ପରେ କ୍ରୋଧିତ ହେଲେ ପ୍ରଶଂସକ, କହିଲେ ଏମିତି