ଦେଖନ୍ତୁ VIDEO: ମ୍ୟାଚ ସମୟରେ କାର୍ତ୍ତିକଙ୍କ ବେକ ଚିପି ଥଟା କରୁଥିଲେ ରୋହିତ, ଜାଣନ୍ତୁ କଣ ଥିଲା ଘଟଣା

  1. Home
  2. Cricket News

ଦେଖନ୍ତୁ VIDEO: ମ୍ୟାଚ ସମୟରେ କାର୍ତ୍ତିକଙ୍କ ବେକ ଚିପି ଥଟା କରୁଥିଲେ ରୋହିତ, ଜାଣନ୍ତୁ କଣ ଥିଲା ଘଟଣା

rohit and karthik fighr


କ୍ରିକେଟ ଖବର : ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ମଜାକ୍ ଅନନ୍ଦାଜ ପାଇଁ ଅନଫିଲ୍ଡ ଏବଂ ଅଫଫିଲ୍ଡରେ ବେଶ୍ ଜଣାଶୁଣା। ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦିଆଯିବା ପରଠାରୁ ତାଙ୍କୁ ପଡ଼ିଆରେ ସକ୍ରିୟ ମୋଡରେ ଦେଖିବାକୁ ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ କିଛି ଘଟିଥିଲା ​​ଯେଉଁଥିପାଇଁ ରୋହିତ ଶର୍ମାଙ୍କ ରାଗ ବୃଦ୍ଧି ପାଇଥିଲା ଏବଂ ସେ ୱିକେଟ୍ କିପର ଦୀନେଶ କାର୍ତ୍ତିକଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ଆଉ ତାଙ୍କୁ ମାରିବାକୁ ଉଦ୍ୟମ କରଥିଲେ !

କାହିଁକି କାର୍ତ୍ତିକଙ୍କ ବେକ ଚିପି ମାରିବାକୁ ଉଦ୍ୟମ କଲେ ରୋହିତ ?

ମ୍ୟାଚର 12 ତମ ଓଭର ଉମେଶ ଯାଦବ ପକାଉଥିଲେ, ସେହି ସମୟରେ ବ୍ୟାଟ୍ସମ୍ୟାନ୍ ଥିଲେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ। କିନ୍ତୁ 12 ତମ ଓଭରର ଶେଷ ବଲ   ଉମେଶ ଯାଦବ ସର୍ଟ ବଲ ପକାଇଥିଲେ। ଆଉ ମ୍ୟାକ୍ସୱେଲ ଏହି ବଲ୍ ମାରିବାକୁ ଚେଷ୍ଟା କରିଥିଲେ ଏବଂ ସେ ଏହା କରିବାରେ ମଧ୍ୟ ସଫଳ ହୋଇଥିଲେ।

କିନ୍ତୁ ବଲଟି ମ୍ୟାକ୍ସୱେଲଙ୍କ ବ୍ୟାଟର ଧାରକୁ ବାଜି କାର୍ତ୍ତିକଙ୍କ ହାତକୁ ଯାଇଥିଲା। ଯାହାକି ମ୍ୟାକ୍ସୱେଲ ବଡ଼ ଶର୍ଟ ଖେଳିବାରୁ ବଂଚିତ ହୋଇଥିଲେ। ଆଉ ବଲ୍ ସିଧା କାର୍ତ୍ତିକଙ୍କ ହାତକୁ ଯାଇଥିଲା। ଆଉ ସେହିଠାରେ ଆରମ୍ଭ ହୋଇଥିଲା ପୁରା ଡ୍ରାମା। 

rohit-sharma-diinesh-kakrth

ଏହି ବଲଟି ମ୍ୟାକ୍ସୱେଲଙ୍କ ବ୍ୟାଟର ବାହ୍ୟ ଧାରକୁ ବାଜି କାର୍ତ୍ତିକଙ୍କ ହାତକୁ ଯାଇଥିଲା। ତେବେ ଏହା ଆଉଟ୍ କି ନୁହଁ ଦୀନେଶ କାର୍ତ୍ତିକ କିମ୍ବା ଉମେଶ ଯାଦବ ନିଶ୍ଚିତ ନଥିଲେ। ଉମେଶ ଯାଦବ ତଥାପି ଆଉଟ୍ ପାଇଁ ଅପିଲ କରିଥିଲେ, କିନ୍ତୁ ୱିକେଟ୍ କିପର ଦୀନେଶ କାର୍ତ୍ତିକ କୌଣସି ପ୍ରତିକ୍ରିୟା ଦେଇନଥିଲେ। 

ଅନଫିଲ୍ଡ ଅମ୍ପାୟାର ମ୍ୟାକ୍ସୱେଲଙ୍କୁ ନଟ ଆଉଟ୍ ଘୋଷଣା କରିଥିଲେ ଏବଂ ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା DRS ରିଭ୍ୟୁ ନେଲେ। ଯାହାକି ରୋହିତଙ୍କ ସପକ୍ଷରେ ରହିଲା। ମ୍ୟାକ୍ସୱେଲ ଆଉଟ୍ ହେଲେ। କିନ୍ତୁ ମ୍ୟାକ୍ସୱେଲ ଆଉଟ୍ ହେବା ପରେ ଦୀନେଶ କାର୍ତ୍ତିକଙ୍କ ବେକକୁ ଧରି ନିଜର କ୍ରୋଧ ଶାନ୍ତ କରୁଥିଲେ ରୋହିତ ଶର୍ମା। ଭିଡିଓରେ ଏହା ଆପଣ ଦେଖିପାରୁଥିବେ ଯେ, ଉଭୟ କ୍ରୋଧ ଏବଂ ଥଟ୍ଟାର ମିଶ୍ରଣ କରୁଛନ୍ତି ହିଟମ୍ୟାନ ରୋହିତ। 

ଦେଖନ୍ତୁ ଭିଡ଼ିଓ :